ହେଡଲାଇନସ୍:

ରାୟଗଡ ଠାରେ ଜିଲ୍ଲାସ୍ତରୀୟ ଆଶା, ଗାଁ କଲ୍ୟାଣ ସମିତି ଓ ମହିଳା ଆରୋଗ୍ୟ ସମିତି ସମ୍ମିଳନୀ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ରାୟଗଡ (ସରୋଜ ସାହୁ) ସ୍ୱାସ୍ଥ୍ୟ ସେବାରେ ଗୋଷ୍ଠୀ  ସହଭାଗିତା ନାରାକୁ ନେଇ ଆଜି ସ୍ଥାନୀୟ ଅଶୋକ କଲ୍ୟାଣ ମଣ୍ଡପ ଠାରେ ଜିଲ୍ଲା ସ୍ତରୀୟ ଆଶା, ଗାଁ କଲ୍ୟାଣ ସମିତି ଓ ମହିଳା ଆରୋଗ୍ୟ ସମିତି ସମ୍ମିଳନୀ ଅନୁଷ୍ଠିତ  ହୋଇଯାଇଅଛି । ଏହି ଅବସରରେ ରାୟଗଡ ଜିଲ୍ଲାପାଳ ପ୍ରମୋଦ କୁମାର ବେହେରା ପ୍ରଦ୍ୱୀପ ପ୍ରଜ୍ୱଳନ ପରେ କାର୍ଯ୍ୟକ୍ରମର ଶୁଭାରମ୍ଭ ହୋଇଥିଲା । ଅନ୍ୟ ମାନଙ୍କ ମଧ୍ୟରେ ଜିଲ୍ଲା ମୂଖ୍ୟ ଚିକିତ୍ସାଧିକାରୀ ଆର୍ତବନ୍ଧୁ ନାୟକ, ଜଳ ଓ ପରିମଳ ବିଭାଗର ନିର୍ବାହୀ ଯନ୍ତ୍ରୀ ମୋତିଲାଲ ତିୱାରୀ, ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀ ୱାହିଦା ବେଗମ, ସମନ୍ୱିତ ଆଦିବାସୀ ସଂସ୍ଥାର ପ୍ରକଳ୍ପ ଅଧିକାରୀ ଟୁକୁ ବାରିକ, ଜିଲ୍ଲା ମଙ୍ଗଳ ଅଧିକାରୀ ଅକ୍ଷୟ ଶତପଥି, ଏଡିଏମଓ (ପରିବାର କଲ୍ୟାଣ ବିଭାଗ ) ଡଃ ଶ୍ରୀ ରୟ, ଜିଲ୍ଲା ଜନ ସ୍ୱାସ୍ଥ୍ୟ ଅଧିକାରୀ ଡଃ ବି.ଏଲ.ଏନ.ରାଜୁ, ଏଡିଏମଓ ଡଃ. ଶକ୍ତିବ୍ରତ ମହାନ୍ତି ଓ ଡଃ. ବି. ଏଲ. ଏମ. ପୃଷ୍ଟି ପ୍ରମୁଖ ମଂଚରେ ମଂଚାସୀନ ଥିଲେ । ଡଃ ଶ୍ରୀ ରାୟ (ପରିବାର କଲ୍ୟାଣ ବିଭାଗ ) ସ୍ୱାଗତ ଭାଷଣ ପୂର୍ବକ ଏଭଳି ଏକ କାର୍ଯ୍ୟକ୍ରମ ଆୟୋଜନ ସଂପର୍କରେ ନିଜର ସୁଚିନ୍ତିତ ମତାମତ ବ୍ୟକ୍ତ କରିଥିଲେ । ଜିଲ୍ଲାପାଳ ଶ୍ରୀ ବେହେରା ନିଜ ବକ୍ତବ୍ୟରେ ଆଶା, ଗାଁ କଲ୍ୟାଣ ସମିତି ଓ ମହିଳା ଆରୋଗ୍ୟ ସମିତି ମାନଙ୍କ ଅକ୍ଲାନ୍ତ ପରିଶ୍ରମ ଯୋଗୁଁ ଜିଲ୍ଲାରେ ମାତୃ, ଶିଶୁ ମୃତ୍ୟୁ ହାର କମିଛି ଏଥି ସହ ଆଶାକର୍ମୀ ମାନଙ୍କ ଯୋଗୁଁ ଜିଲ୍ଲାରେ ଟୀକାକରଣ ଯୋଜନା ସଫଳ ହୋଇପାରିଛି ବୋଲି ପ୍ରକାଶ କରିବା ସହ ସ୍ୱାସ୍ଥ୍ୟ ସେବା ପ୍ରଦାନ କ୍ଷେତ୍ରରେ ଏମାନଙ୍କ ଅବଦାନ ଅତୁଳନୀୟ ବୋଲି କହିଥିଲେ । ଅତିଥି ମାନଙ୍କ ଦ୍ୱାରା ଶ୍ରେଷ୍ଠ  ଆଶା କର୍ମୀ, ଶ୍ରେଷ୍ଠ ମହିଳା ଆରୋଗ୍ୟ ସମିତି, ଶ୍ରେଷ୍ଠ ଗାଁ କଲ୍ୟାଣ ସମିତି ଏବଂ ସ୍ୱଚ୍ଛ ଗାଁ ପୁରସ୍କାର ବିତରଣ କରାଯାଇଥିଲା । ଶ୍ରେଷ୍ଠ ଆଶାକର୍ମୀ ଭାବେ ବିଜୟଲକ୍ଷ୍ମୀ ପାଢୀ, ନିମାଲା ନକ୍ଷେତ୍ର, ପ୍ରମିଳା ସଦା, ଜାନକୀ ବାଗ, ସୁମିତ୍ରା ପଟ୍ଟନାୟକ, ଦୁଃଖିନୀ ଲିମା, ସଂଯୁକ୍ତ ପଣ୍ଡା, ମୌନିକା ସାହୁ, କଲ୍ୟାଣି ବାଉରୀ, ବାସନ୍ତି ଜେନା, ଲକ୍ଷ୍ମୀ ସ୍ୱାଇଁ, ସୁଭଦ୍ରା ପୁଆଲଙ୍କୁ ପ୍ରଦାନ କରାଯାଇଥିବା ବେଳେ ମହିଳା ଆରୋଗ୍ୟ ସମିତି ପୁରସ୍କାର ଭିମା ସାହି, ହରିଜନ ସାହି, ସେରିଗୁଡା, ଆମ୍ବାଗୁଡା, ଲୋକ କଲୋନୀ, ତୁମ୍ବିଗୁଡା, କତୁରୁ, ଢେପ ସାହି, ଡିଏଫଓ ବସ୍ତି, ଝୋଡିଆ ସାହି, ନଦିକନ୍ଧ ସାହିକୁ ପୁରସ୍କୃତ କରାଯାଇଥିଲା । ସୁସ୍ଥ ପଂଚାୟତ ପରୁସ୍କାର କଲ୍ୟାଣସିଂହପୁର ବ୍ଲ୍କର ନାରାୟଣପୁର, ଚନ୍ଦ୍ରପୁର ବ୍ଲକର ହନୁମନ୍ତପୁର, ରାୟଗଡା ବ୍ଲକର ଦୁର୍ଗାପାଡୁ, ବିଷମକଟକ ବ୍ଲକର ଡୁକୁମ, ରାମନାଗୁଡା ବ୍ଲକର ଗୁଲୁନ୍ଥି ପଂଚାୟତକୁ ପୁରସ୍କୃତ କରାଯାଇଥିଲା । ସେହପରି ମ୍ୟାଲେରିଆ ଭଳି ମାରାତ୍ମକ ରୋଗକୁ ନିୟନ୍ତ୍ରଣ କରିବାରେ ସଫଳ ହୋଇଥିବା କୋଲନରା ବ୍ଲକ, ଯକ୍ଷମା ରୋଗକୁ ନିୟନ୍ତ୍ରଣ କରିବା କ୍ଷେତ୍ରରେ ଚନ୍ଦ୍ରପୁର ବ୍ଲକ, କୁଷ୍ଠ ରୋଗକୁ ନିୟନ୍ତ୍ରଣ କରିବା କ୍ଷେତ୍ରରେ ରାୟଗଡା ବ୍ଲକ ଏବଂ ଟୀକାକରଣ କ୍ଷେତ୍ରରେ ଶତପ୍ରତିଶତ ସଫଳତା ପାଇଥିବା କଲ୍ୟାଣସିଂହପୁର ବ୍ଲକକୁ ଅତିଥି ମାନେ ପୁରସ୍କୃତ କରିଥିଲେ  । କାର୍ଯ୍ୟକ୍ରମ ଶେଷରେ ରୋଗି କଲ୍ୟାଣ ସମିତିର ସହ-ପରିଚାଳକ ଧନ୍ୟବାଦ ଅର୍ପଣ କରିଥିଲେ । 

 

0
0
0
s2sdefault