ହେଡଲାଇନସ୍:

ଆମ କାମ ହିଁ ଆମ ପରିଚୟ, ରାଜନୀତି ନୁହେଁ : ନବୀନ 

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ଦିନିକିଆ ସୁନ୍ଦରଗଡ଼ ଜିଲ୍ଲା ଗସ୍ତରେ ନବୀନ,୧୫୦୦  କୋଟି ଟଙ୍କାର ପ୍ରକଳ୍ପ  ଲୋକାର୍ପଣ 

ସୁନ୍ଦରଗଡ ଲୋକାରଣ୍ୟ, ପ୍ରାୟ ୪୦ହଜାର ଲୋକଙ୍କ ସମାଗମ

ସୁନ୍ଦରଗଡ଼ରୁ ଜିଲ୍ଲା ପ୍ରତିନିଧି ହୋରାଚାନ୍ଦ ଦେଉରିଆଙ୍କ ରିପୋର୍ଟ :-ଆଜି ସୁନ୍ଦରଗଡ଼ ଜିଲ୍ଲାର ବହୁଦିନର ସପ୍ନ ପୂରଣ କରିବା ପାଇଁ ଓଡ଼ିଶାର ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ସୁନ୍ଦରଗଡ଼ ଜିଲ୍ଲାକୁ ଦିନିକିଆ ଗସ୍ତରେ ଆସି ଜିଲ୍ଲାବାସୀଙ୍କ ଉଦ୍ଦେଶ୍ୟରେ ୧୫୦୦ କୋଟି ଟଙ୍କାର ପ୍ରକଳ୍ପର ଉପହାର ଦେବା ସହ ଜିଲ୍ଲାବାସୀଙ୍କୁ ସମ୍ବୋଧିତ କରି ପ୍ରତ୍ୟାବର୍ତ୍ତନ କରିଛନ୍ତି | 

 ଦିନ ଦେଢ଼ଟାରେ ସ୍ଥାନୀୟ  ଭବାନୀ ଭବନ ପଡ଼ିଆରେ ହେଲିକ୍ୟାପ୍ଟର ମଧାମରେ ଅବତରଣ କରିବା ପରେ ତାଙ୍କୁ ଭବ୍ୟ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଥିଲା | ଏହା ପରେ  ପ୍ରଥମେ ଜିଲ୍ଲା ଖଣିଜ ସଂପଦ ପାଣ୍ଠିରୁ କିଣା ଯାଇଥିବା ୩୭ଗୋଟି ଆମୁଲାନ୍ସକୁ ପତାକା ଦେଖାଇ ଶୁଭାରମ୍ଭ କରି ଜିଲ୍ଲା ପାଇଁ  ୧୫ସହ କୋଟି ଟଙ୍କାର ବିଭିନ୍ନ ପ୍ରକଳ୍ପ ଉଦଘାଟନ କରିଥିଲେ | କିଛି ସମୟ ଧରି ରାଜ୍ୟ ତଥା ଦେଶପାଇଁ ସୁନାମ ଅର୍ଜନ କରୁଥିବା ହକି ଖେଳାଳୀ ମାନଙ୍କ ସହ ଆଲୋଚନା କରିବା ପରେ ସାଧାରଣ ସଭାରେ ଉପସ୍ଥିତ ଜଣ ସାଧାରଣଙ୍କୁ ସମ୍ବୋଧିତ କରିଥିଲେ | 

ମୁଖ୍ୟମନ୍ତ୍ରୀ ତାଙ୍କ ଉଦବୋଧନରେ କହିଥିଲେ ଯେ,  ସୁନ୍ଦରଗଡ଼ ଜିଲ୍ଲାର ସମସ୍ତ ଭାଇ ଭଉଣୀମାନଙ୍କୁ ଜୁହାର |  ସୁନ୍ଦରଗଡ଼ ଆସିଲେ ବିଜୁବାବୁଙ୍କ କଥା ମନକୁ ଆସେ | ବିଜୁବାବୁ ରାଉରକେଲାକୁ ବହୁତ ଭଲ ପାଉଥିଲେ, ରାଉରକେଲା ଷ୍ଟିଲ ପ୍ଲାଣ୍ଟ  ବିଜୁବାବୁଙ୍କ ବହୁତ ବଡ଼ ଅବଦାନ | ମାର୍ଚ୍ଚ୫ ବିଜୁବାବୁଙ୍କ ଜନ୍ମଦିନ ପାଳନ କରୁଛୁ | ସୁନ୍ଦରଗଡକୁ ନେଇ  ବିଜୁବାବୁ ଅନେକ ସପ୍ନ ଦେଖିଥିଲ | ଆଜି ସୁନ୍ଦରଗଡ଼ ଶିଳ୍ପ କ୍ଷେତ୍ରରେ ଓଡ଼ିଶାର ଗର୍ଵ ବିଶେଷ କରି ହକି ଫୁଟବଲ ଖେଳରେ ଆଜିକା ଦିନରେ ସୁନାମ ବଢୁଛି | ଆପଣମାନେ ଜାଣିଖୁସି ହେବେ ୱାର୍ଲଡ କପ  ମେନହକି ୨୦-୨୦  ରାଉରକେଲାରେ ହେବାକୁ ଯାଉଛି | ଖୁସିର କଥା ଆଜି ସୁନ୍ଦରଗଡ଼ ପାଇଁ ୧୫ଶହ କୋଟି ଟଙ୍କାର ବିଭିନ୍ନ ପ୍ରୋଜେକ୍ଟ ଆରମ୍ଭ କରାଗଲା | ସୁନ୍ଦରଗଡ଼ର୍ ବହୁଦିନର ଦାବୀ ମେଡ଼ିକାଲ କଲେଜ ଖୁବଶୀଘ୍ର ଲୋକଙ୍କୁ ସେବା ଯୋଗାଇଦେବ | ବିଜୁ ଜନତା ଦଳ ଏବଂ ଆପଣମାନଙ୍କ ପାଇଁ କାମ କରିଛି  |  ଆମ କାମ ହିଁ ଆମ ପରିଚୟ, ରାଜନୀତି ନୁହେଁ ବୋଲି ମୁଖ୍ୟମନ୍ତ୍ରୀ କହିବା ସହ ସେବାରେ ଆମେ ବିଶ୍ୱାସ କରୁ ସାଧାରଣ ଜନତା ଆମପାଇଁ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ | ଆପଣମାନଙ୍କ ଆଶୀର୍ବାଦରେ ସୁନ୍ଦରଗଡ଼ରେ ଓଡ଼ିଶାବିକାଶ ପାଇଁ ଆମେ କାମ କରୁଛୁ ଏବଂ କାମ କରି ଚାଲିବୁ କହି ବନ୍ଦେ ଉତ୍କଳ ଜନନୀ କହି ନିଜ ବକ୍ତବ୍ୟ ଶେଷ କରିଥିଲେ | 

ଏହି କାର୍ଯ୍ୟକ୍ରମ ରେ ରାଉରକେଲା ବିଧାୟକ ଶାରଦା ପ୍ରସାଦ ନାଏକ, ରଘୁନାଥପାଲ୍ଲୀ  ବିଧାୟକ  ସୁବ୍ରତ ତରାଇ, ସୁକିନ୍ଦା ବିଧାୟକ ତଥା ସୁନ୍ଦରଗଡ଼ ପର୍ଯ୍ୟବେକ୍ଷକ ପ୍ରୀତି ରଞ୍ଜନ ଘଡାଇ,ପୂର୍ବତନ ରାଜ୍ୟସଭା ସାଂସଦ  ଦିଲ୍ଲୀପ ତିର୍କୀ, ପୂର୍ବତନ ମନ୍ତ୍ରୀ ମଙ୍ଗଳା କିଷାନ,ବିଜେଡି ସୁନ୍ଦରଗଡ଼ ଜିଲ୍ଲା ସଭାପତି ତଥା ଆଦିବାସୀ ଉନ୍ନୟନ ପରିଷଦ ଅଧ୍ୟକ୍ଷ ବିନୟ ଟପ୍ପୋ, ପୂର୍ବତନ ବିଧାୟକ ଯୋଗେଶ କୁମାର ସିଂ, ସୁନ୍ଦରଗଡ଼ ରାଜମାତା ପଦ୍ମିନୀ ଶେଖର ଦେଓ,  ସୁଶ୍ରୀ ଏମ୍ମା ଏକ୍କା,  ସୁନିତା ବିଶ୍ୱାଳ, ଏବଂ ବିଜୁ ଜନତା ଦଳର କର୍ମକର୍ତ୍ତା ଉପସ୍ଥିତ ଥିଲେ | ଏହି କାର୍ଯ୍ୟକ୍ରମରେ ସୁନ୍ଦରଗଡ଼ ଜିଲ୍ଲାର ୧୭ଗୋଟି ବ୍ଲକ ତଥା ତିନୋଟି ପୌରପାଳିକା ଏବଂ ଗୋଟିଏ ମହାନଗର ନିଗମ ଅଞ୍ଚଳର ପାଖାପାଖି ୪୦ ହଜାର ସାଧାରଣ ଜନସାଧାରଣ ଯୋଗଦେଇ ଥିବା ଦେଖିବା ପାଇଁ ମିଳିଥିଲା | ସୁନ୍ଦରଗଡ଼ ସହର ସମ୍ପୂର୍ଣ୍ଣ ମାତ୍ରାରେ ଲୋକାରଣ୍ୟ  ରହିଥିଲା |

0
0
0
s2sdefault