ହେଡଲାଇନସ୍:

 ବସନ୍ତରୁ ତ ଏତେ ହନ୍ତସନ୍ତ, ଗ୍ରୀଷମ ଟା କଟିବ କେମନ୍ତ !!!!

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ପାଣିପାଇଁ ହାହାକାର, ଦୁଃଖ ଶୁଣିବେ କି ମୋ ସରକାର 

 ଗ୍ରୀଷ୍ମ ମାସ ପ୍ରବେଶ ପୂର୍ବରୁ ପାନୀୟ ଜଳ ସଂକଟ 

ମହିଳା ମାନେ ପାଣି ପାଇଁ ଯାଉଛନ୍ତି  ଦେଢ଼ କିଲୋମିଟର ବାଟ 

ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଗଜପତି ଜିଲ୍ଲା କାଶୀନଗର ବ୍ଲକ ଅନ୍ତର୍ଗତ ଚିତ୍ରକାର ଲକ୍ଷ୍ମୀପୁର ଗ୍ରାମରେ ପାନୀୟ ଜଳର ଘୋର ସଙ୍କଟମୟ ପରିସ୍ଥିତି ଦେଖା ଦେଲାଣି। ଘର ଭିତରେ ପଶିବା ପୂର୍ବରୁ ଘର ଚାଳ ବାଜିବା ଭଳି ଗ୍ରୀଷ୍ମମାସ ପ୍ରବେଶ ପୂର୍ବରୁ ଚିତ୍ରକାର ଲକ୍ଷ୍ମୀପୁର ଗ୍ରାମରେ ପାନୀୟ ଜଳର ଘୋର ଅଭାବମୟ ପରିସ୍ଥିତି ଦେଖାଦେଲାଣି।

  ପାନୀୟ ଜଳ ଟୋପାଏ ପାଇଁ ଗ୍ରାମର ମହିଳା ମାନେ ଗ୍ରାମଠାରୁ ପ୍ରାୟ ଦେଢ଼ କିମି:-ଦୂରକୁ ଯାଇ ପାଣି ଆଣିବାକୁ ବାଧ୍ୟ ହେଉଛନ୍ତି।  ଚିତ୍ରକାର ଲକ୍ଷ୍ମୀପୁର କାଶୀନଗର ବ୍ଲକର ଏକ ବଡ ଗ୍ରାମ । ଏହି ଗ୍ରାମରେ ୭ ଟି ସାହି ରହିଥିବା ବେଳେ ଏଠାରେ ପ୍ରାୟ ୨୫୦ ଟି ପରିବାରର ଏକ ହଜାରରୁ ଉର୍ଦ୍ଧ୍ବ ଲୋକ ବସବାସ କରନ୍ତି ।  ଗ୍ରାମରେ ମୁଖ୍ୟତଃ ଗ୍ରୀଷ୍ମ ମାସରେ ପାନୀୟ ଜଳର ଘୋର ସଙ୍କଟ ଦେଖା ଦେଇଥାଏ । ଅତୀତରେ ଏହାକୁ ଦୃଷ୍ଟିରେ ରଖି ଏବଂ ଗ୍ରାମବାସୀଙ୍କ ଅଭିଯୋଗ ଓ ପ୍ରବଳ ଦାବିକୁ ନେଇ ଜିଲ୍ଲା ଗ୍ରାମ୍ୟ ଜଳ-ଯୋଗାଣ ବିଭାଗ ପକ୍ଷରୁ ଗ୍ରାମରେ କିଛିବର୍ଷ ପୂର୍ବେ ପାନୀୟ ଜଳ ବ୍ୟବସ୍ଥା କରାଯାଇଥିଲା । ଏଥିପାଇଁ ଗ୍ରାମ ପୂର୍ବରୁ ବୋର ଖୋଳାଇ ପମ୍ପ ହାଉସ ଓ ବିଦ୍ୟୁତ ଟ୍ରାନ୍ସଫର୍ମର ବସାଇ ଗ୍ରାମକୁ ଷ୍ଟାଣ୍ଡ ପାଇପ ଯୋଗେ ପାନୀୟଜଳ ଯୋଗାଇବାର ବ୍ୟବସ୍ଥା କରାଯାଇଥିଲା । 

 ଏଥିପାଇଁ ଗ୍ରାମର ପ୍ରତ୍ୟେକ ସାହିରେ ଓ ରାସ୍ତା କଡରେ ପ୍ରାୟ ୧୧ ଷ୍ଠାଣ୍ଡ-ପାଇପ ସ୍ଥାପନ କରିଥିଲେ । ହେଲେ କିଛିଦିନ ଏହା କାର୍ଯ୍ୟକ୍ଷମ ହେବା ପରେ ତାହା ଆଉ କାମ କଲାନି । ଅନ୍ୟପକ୍ଷରେ ଗ୍ରାମରେ ବିଭିନ୍ନ ସ୍ଥାନରେ ୪ଟି ନଳକୂପ ଓ ୪ ଟି ବଡ କୂଅ ରହିଛି । ହେଲେ ସେ ସବୁପାଣି ଦୁର୍ଗନ୍ଧ ଓ ମଇଳା ପାଣି । ସେହି ପାଣି ପିଇଲେ ଲୋକେ ଅଜଣା ପେଟ ରୋଗରେ ଆକ୍ରାନ୍ତ ହେଉଥିବା ଏବଂ ସେହି ପାଣି କେବଳ ଧୁଆମଜା ପାଇଁ ଉଦ୍ଧିଷ୍ଟ ବୋଲି ଅଭିଯୋଗରେ ମହିଳାମାନେ କହିବା ସହ ପାଣି ଅଭାବରେ ସେମାନେ ଟୋପାଏ ପାଣି ପାଇଁ ଗ୍ରାମଠାରୁ ଦେଢ଼ କି ମି:-ଦୂରକୁ ଯାଇ ପାଣି ଆଣୁଛନ୍ତି ବୋଲି ଗ୍ରାମର ମହିଳା ସୁନିତା ଛିଞ୍ଚାଣି , ଯମୁନା ନିଳାପୁ ଓ ରାମନା କୋଲାର ପ୍ରମୁଖ ମହିଳା ମାନେ ଅଭିଯୋଗରେ କହିଛନ୍ତି ।

ଗ୍ରାମର ମହିଳା ମାନେ ପାନୀୟଜଳର ଅଭାବ ଯୋଗୁଁ ଦେଢ଼ କିମି:ଦୂରକୁ ଯାଇ ଯେଉଁ ପାଣି ଆଣୁଛନ୍ତି ତାହା ମଧ୍ୟ ଏକ ପରିତ୍ୟକ୍ତ ଅବସ୍ଥାରେ ରହିଥିବା ପୁରୁଣା ଭଙ୍ଗା କୂଅରୁ ଆଣୁଛନ୍ତି । ଗ୍ରାମରେ ପାନୀୟ ଜଳ ସଂକଟମୟ ପରିସ୍ଥିତିକୁ ନେଇ ଜିଲ୍ଲା ଗ୍ରାମ୍ୟ ଜଳ ଯୋଗାଣ ବିଭାଗ ଓ ପ୍ରଶାସନକୁ ବହୁବାର ଲିଖିତ ଅଭିଯୋଗ କରାଯାଇଛି । ହେଲେ ଏହାର ପ୍ରତିକାର ଓ ସମାଧାନ ପାଇଁ କୌଣସି ପଦକ୍ଷେପ ନିଆଯାଇନି ।ତେଣୁ ତୁରନ୍ତ ଗ୍ରାମବାସୀଙ୍କ ପାନୀୟଜଳ ପାଇଁ ଜିଲ୍ଲା ପ୍ରଶାସନ ଓ ବିଭାଗୀୟ ଅଧିକାରୀ ସୁ ବ୍ୟବସ୍ଥା ପାଇଁ କୌଣସି ପଦକ୍ଷେପ ନ ନେଲେ ଆଗାମୀ ଦିନରେ ଏହାର ପ୍ରତିବାଦରେ ଆମେ ଚିତ୍ରକାର ଲକ୍ଷ୍ମୀପୁର ଗ୍ରାମବାସୀ ଆନ୍ଦୋଲାନାତ୍ମକ ପଦକ୍ଷେପ ଗ୍ରହଣ କରିବାକୁ ବାଧ୍ୟ ହେବୁ ବୋଲି ଗ୍ରାମର ଗୋବିନ୍ଦ ମିଶାଲ , ଶ୍ୟାମ ନିଳାପୁ ,ଗୁରାଣୀ ଏଙ୍କେଟେସ ଓ ଚିନ୍ତାଡା ଆର୍ମିକ ପ୍ରମୁଖ କହିଛନ୍ତି ।

0
0
0
s2sdefault