ହେଡଲାଇନସ୍:

୨୪ କୁଣ୍ଡୀୟ ଗାୟତ୍ରୀ ମହାଯଜ୍ଞ ପାଇଁ କଳସ ଶୋଭାଯାତ୍ରା ।

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ବ୍ରତୋପନୟନ ଓ ବିବାହ ନିଶୁଳ୍କ ଭାବରେ କରାଯିବ -ଗାୟତ୍ରୀ ପରିବାର ।

ବୀରମହାରାଜପୁର -( ଉପଖଣ୍ଡ ପ୍ରତିନିଧି ବିନୋଦ ପାଣ୍ଡେ ) ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ଜଗନ୍ନାଥ ମନ୍ଦିର ପରିସରରେ ହେବାକୁଥିବା ୨୪ କୁଣ୍ଡୀୟ ଗାୟତ୍ରୀ ମହାଯଜ୍ଞ ଓ ସଂସ୍କାର ମହୋତ୍ସବ ପାଇଁ କଳସ ଶୋଭାଯାତ୍ରା ହୋଇଯାଇଛି । ଏଥି ସକାଶେ ସ୍ଥାନୀୟ ଚମ୍ପାମାଳ ଚମ୍ପେଶ୍ଵର ପୋଖରୀ ଠାରୁ ଜଗନ୍ନାଥ ମନ୍ଦିର ପରିସରରେ ଠାରେ ଥିବା  ଯଜ୍ଞ ମଣ୍ଡପ ଯାଏ ବିଶାଳ କଳସ ଶୋଭାଯାତ୍ରା ଅନୁଷ୍ଠିତ ହୋଇଥିଲା । ଏଥିରେ ଶତାଧିକ ମହିଳା ଓ ପୁରୁଷ ଅଂଶଗ୍ରହଣ କରିଥିବା ବେଳେ ଘଣ୍ଟ ବାଦ୍ଯ, ସଂକୀର୍ତ୍ତନ ଓ ଶଙ୍ଖ ବାଦ୍ୟ  ପରିବେଷିତ ହୋଇଥିଲା । ଏଠାରେ ଗାୟତ୍ରୀ ମହାଯଜ୍ଞ ଓ ସଂସ୍କାର କାର୍ଯକ୍ରମ ସାଙ୍ଗକୁ ପ୍ରତେକ ଦିବସର ଯୁଗ ସଙ୍ଗୀତ, ପ୍ରବଚନ, ସାମୂହିକ ଜପ,ଦେବ ପୂଜନ, ଧ୍ୟାନ, ଯୋଗ,ବ୍ୟାୟାମ, ପାରିବାରିକ ଗୋଷ୍ଠୀ, ଦୀପଯଜ୍ଞ ଅନୁଷ୍ଠିତ ହେବ ବୋଲି ବୀରମହାରାଜପୁର ଗାୟତ୍ରୀ ପରିବାର ପକ୍ଷରୁ ସୂଚନା ମିଳିଛି ।

0
0
0
s2sdefault