ହେଡଲାଇନସ୍:

ଏହା ଆତ୍ମହତ୍ୟା ନା ହତ୍ୟା :  ଯାହା ବି ହେଲା କାହିଁକି ହେଲା ଯେ ନିରୀହ ଜୀବନ ଉଜୁଡି ଗଲା !!

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

 ପୁଣି ଚର୍ଚ୍ଚାରେ ସେବାଶ୍ରମ ସ୍କୁଲ , ବିଦ୍ୟାଳୟ ପଛ ପଟୁ ମିଳିଲା ଛାତ୍ରର ଝୁଲନ୍ତା ମୃତ ଦେହ 

ନୁଆପଡା(ଅମିତ ପୁରୋହିତ) ;ନୂଆପଡା ଜିଲ୍ଲା  କୋମନା ବ୍ଲକ ର ଦର୍ଲିପଡା ସେବାଶ୍ରମ ହାଇସ୍କୁଲ ପଛ ପଟେ ଜଣେ ଛାତ୍ରର ଝୁଲନ୍ତା ମୃତ ଦେହ ଦେଖିବାକୁ ମିଳିଛି । ସୂଚନାନୁସାରେ ସୁମନ୍ତ ଶବର (୧୪) ବିଦ୍ୟାଳୟର ନବମ ଶ୍ରେଣୀର ଛାତ୍ର ଥିଲେ । ସେ ସଦର ବ୍ଲକ ଅନ୍ତର୍ଗତ ଧରମବନ୍ଧା ପଞ୍ଚାୟତର ଟିପାଝର ଗାଁ ରୁ ଯାଇ ସେଠି ରହି ପାଠ ପଢୁଥିଲେ । ଗତକାଲି ସନ୍ଧ୍ୟା ସମୟରୁ ବିଦ୍ୟାଳୟରୁ କୁଆଡେ ଚାଲି ଯାଇଥିଲେ । ବହୁତ ଖୋଜା ଖୋଜି କରିବା ପରେ ମଧ୍ୟ ତାଙ୍କର କୈାଣସି ଖବର ମିଳି ନ ଥିଲା । ଆଜି ସକାଳେ ବିଦ୍ୟାଳୟ ପଛପଟେ ଗୋଟିଏ ଗଛରେ  ତାଙ୍କର ମୃତ ଦେହ ଝୁଲୁଥିବା ଅବସ୍ଥାରେ ଦେଖିବାକୁ ମିଳିଥିଲା । ଖବର ପାଇ ତରବୋଡ ଫାଣ୍ଡି ପୋଲିସ ଘଟଣାସ୍ଥଳରେ ପହଞ୍ଚି ଯାଞ୍ଚ କାର୍ଯ୍ୟ ଆରମ୍ଭ କରିଛି । ପୋଲିସ କୁକୁର ମଧ୍ୟ ଘଟଣାସ୍ଥଳରେ ପହଞ୍ଚିଛି । ଅତିରିକ୍ତ ଜିଲ୍ଲାପାଳ ସିତାରାମ ପଟେଲ ଓ ଜିଲ୍ଲା ମଙ୍ଗଳ ଅଧିକାରୀ ସନ୍ଧ୍ୟାରାଣୀ ମାଝୀ ମଧ୍ୟ ଘଟଣାସ୍ଥଳରେ ପହଞ୍ଚିଛନ୍ତି । ସୁମନ୍ତଙ୍କ ବାପା ପରମାନନ୍ଦ ଶବର ଖବର ପାଇ ଘଟଣାସ୍ଥଳରେ ପହଞ୍ଚିଛନ୍ତି । ଗ୍ରାମବାସୀ ନିରପେକ୍ଷ ତଦନ୍ତ ଦାବୀ କରି ବିଦ୍ୟାଳୟକୁ ଘେରି ବସିଛନ୍ତି । ଖବର ଲେଖା ଯିବା ବେଳକୁ ଶବକୁ ପୋଲିସ ଗଛରୁ ଓହ୍ଲାଇ ପାରି ନାହିଁ । ସିନାପାଲି ବ୍ଲକରେ ଦଶମ ଶ୍ରେଣୀ ଛାତ୍ରୀ ଗର୍ଭବତୀ ହେବା ଘଟଣା ର ତଦନ୍ତ ଚାଲିଥିବା ବେଳେ ଏହି ଘଟଣା ସେବାଶ୍ରମରେ ରହୁଥିବା ଛାତ୍ରଛାତ୍ରୀ କେତେ ସୁରକ୍ଷିତ ଏହା ବୁଦ୍ଧିଜୀବି ମହଲରେ ପ୍ରଶ୍ନବାଚୀ ସୃଷ୍ଟି କରୁଛି ।

ତେବେ ନବମ ଶ୍ରେଣୀର ଏହି ବାଳକ ଜଣକ କେଉଁ ପରିସ୍ଥିତିରେ ଆତ୍ମହତ୍ୟା କରିବାକୁ ବାଧ୍ୟ ହେଲା | ତାକୁ କେଉଁ ପରିସ୍ଥିତି ବାଧ୍ୟ କଲା ଗଛରେ ଝୁଲିବାକୁ  | ଏତେ ଛୋଟ ବାଳକ ମନରେ ସେତିକି ବଡ ଆଘାତ ନ ଲାଗିଲେ ଚରମ ନିଷ୍ପତ୍ତି ନେଇପାରିବନି | ତେଣୁ କିଏ ବା କାହାର କେଉଁ କାର୍ଯ୍ୟ ପିଲାଟିକୁ ଏଭଳି ପରିସ୍ଥିତିକୁ ଠେଲି ଦେଲା | ଆଶ୍ରମ ସ୍କୁଲର ଶିକ୍ଷକମାନେ ପିଲାଟିର ଏଭଳି ମନୋସ୍ଥିତି ବିଷୟରେ ଅନୁମାନ ଲଗାଇପାରିଲେନି କେମିତି ? ଏହା ଆତ୍ମହତ୍ୟା ନ ଆଉ କିଛି !!! କିଛି ଅପକର୍ମ ବା ଅନିୟମିତତା ଲୁଚାଇବାକୁ କେହି ତାକୁ କିଛି କରିଦେଇନି ତ | ଏପରି ଅନେକ ଅସମାହିତ ପ୍ରଶ୍ନ ଏବେ ଲୋକଙ୍କ ମନରେ |

0
0
0
s2sdefault