ହେଡଲାଇନସ୍:

କେହି ବୁଝି ପାରିଲେନି ଖେଳ କେମିତି ହେଲା : ବାବୁଲିଙ୍କୁ ବ୍ରେକ ଦେଲେ ବୁନୁ, ଅଶୋକ ପୁଣି ଘାଇଲା

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ଭୁବନେଶ୍ୱର (ଶାସକ ପ୍ରଶାସକ) ସେତେବେଳେ ରାତାରାତି ବଦଳି ହୋଇଥିଲା କେହି ବୁଝି ପାରିନଥିଲେ | ଏଥର ବି ରାତାରାତି ବଦଳି ହେଲା କେହି ସୁତାଏ ଆଭାସ ବି ପାଇଲେନି | ସେତେବେଳେ ରାତି ପହିଲା ବେଳକୁ ଅଶୋକ ଆଉଟ ବାଇଁଆ ଇନ, ସକାଳୁ ଅଶୋକ ପଣ୍ଡା ପେପରରୁ ପଢିଲେ ଯେ ସେ ସଭାପତି ପଦରୁ ବିଦା ଆଉ ଅମରେଶ ଜେନା ସଭାପତି | ଏବେ ଅବିକଳ ସେମିତି ପରିସ୍ଥିତି ଯେ ରାତିରେ ଲେଟ ନାଇଟ ପର୍ଯ୍ୟନ୍ତ ଶୁଣ ଯାଉଥିଲା ଲିଟୁ ମହସୂପକାର ସଭାପତି ହେବେ | କାରଣ ଲିଟୁ ମହସୂପକାର ଦି ପଟ  ଲୋକ | ସେପଟେ ଅଶୋକ ପଣ୍ଡା ପକେଟରେ ଆଉ ବୁନୁ ବି ଅନ୍ତରଙ୍ଗ | ମାନେ ଡୁବିରେ ହାତ ତବଲା ବି ବାଜୁଛି  | ଅନ୍ୟପକ୍ଷରେ ବାଇଁଆ ଆପାତତଃ ମୋଟା ବୁଦ୍ଧିଆ | ତାଙ୍କୁ ସଭାପତି କଲାବେଳେ ସେ ଭାବିଥିଲେ ବୋଧେ ଅଶୋକ ପଣ୍ଡାଙ୍କୁ ହଟାଇ ତାଙ୍କୁ ସଭାପତି କରାଗଲା ମାନେ ସେ ପାୱାରଫୁଲ ଆଉ ଆଉ ସେତେବେଳେ ତାଙ୍କ ମୁଣ୍ଡା ଭିତରେ କୁହୁଁଳୁଥିବା ଥିବା ମେୟର ରୂପକ ନିଆଁ ଝୁଲକୁ ହାୱା ଦିଆଗଲା | ହେଲେ ମଧ୍ୟ ନିର୍ବାଚନରେ ଠିଆ ହୋଇଥିବା ବୁନୁଙ୍କ ଭୋଟ ଯେମିତି ମାଡ ନଖାଇବି ସେଠି ପାଇଁ ଅମରେଶଙ୍କୁ ୟୁଜ କରାଯାଇଥିଲା | ବୁନୁ ଜିତିଲେ , କାମ ସରିଲା | ଆଉ ଅମରେଶଙ୍କୁ ସଭାପତି କରିବାର ଯୋଜନା ଯେଉଁଠୁ ଆରମ୍ଭ ହୋଇଥିଲା ସେଠୁ ହିଁ ତାଙ୍କୁ ହଟାଇବା ପାଇଁ ବି ଯୋଜନା ହେଲା | ଆଉ ସାଙ୍ଗଠନିକ ନିର୍ବାଚନ ନେଲେ ତାଙ୍କୁ ହଟାଇବାକୁ ନିଷ୍ପତ୍ତି ହୋଇଥିଲା | ତେଣୁ ଏବେ  ରାତି ପହିଲା ବେଳକୁ ବାଇଁଆ ଆଉଟ | ଏଇଟା କିଛ ଦିନହେଲା ଶୁଣା ଯାଉଥିଲା | ଏଥିରେ ଆଶ୍ଚର୍ଯ୍ୟ ହେବାର କିଛି ନାହିଁ | ଆଶ୍ଚର୍ଯ୍ୟ କଥା ହେଲା ଅମରେଶଙ୍କ ଜାଗାରେ ବୁନୁ ଇନ ହେବା | 

ଶେଷ ପର୍ଯ୍ୟନ୍ତ ଶୁଣା ଯାଉଥିଲା ବର୍ତ୍ତମାନ ରାଜ୍ୟ ସମ୍ପାଦକ ଥିବା ଲିଟୁ ମହାସୁଆର ହେବେ ଜିଲ୍ଲା ସଭାପତି | ସେପଟେ ଅଶୋକ ପଣ୍ଡାଙ୍କ ଆଶା ଥିଲା ପୂର୍ବତନ କର୍ପୋରେଟର ବାବୁଲି ସମର୍ଥା ସଭାପତି ହୁଅନ୍ତୁ | ଗତଥର ନିର୍ବାଚନ ପୂର୍ବରୁ ବି ଅଶୋକ ବାବୁଲିଙ୍କ ବାଟ ରୋକିବା ପାଇଁ ଲିଟୁଙ୍କ ନାମ ମଧ୍ୟ ଚର୍ଚାର ପରିସରକୁ ପେଲା ଯାଇଥିଲା | ବୁନୁ ଚାହୁଁଥିଲେ ଲିଟୁ ହୁଅନ୍ତୁ | ହେଲେ ଲିଟୁଙ୍କ ଆଗକୁ ଛାଡିଲେ ହିଁ ଅଶୋକଂକୁ ଚାଲେଞ୍ଜ ଦେଇ ହେବ | ଲିଟୁଙ୍କ ସହିତ ଏକାମ୍ର ଅଂଚଳରୁ ଆଉ କିଛି ନେତାଙ୍କ ମୁଣ୍ଡ ଭିତରେ ବି ଜିଲ୍ଲା ସଭାପତି ହେବା ଆଶା ପୁରାଇ ଦିଆଗଲା |  ଉଦ୍ଦେଶ୍ୟ ଥିଲା ଗୋଟେ ଗୋଳିଆ ପରିସ୍ଥିତି ସୃଷ୍ଟି କରିବା | କିମିତି ଅଶୋକ ପଣ୍ଡାଙ୍କ ପସନ୍ଦ ବାବୁଲି ସମରଥା ସଭାପତି ନହୁଅନ୍ତୁ | ଆଶା କରାଯାଉଥିଲା ଲିଟୁ ହିଁ ହେବେ | ହେଲେ ଖେଳ କଣ ହେଲା, କେମିତି ହେଲା, କିଏ କଲା ତାହା ଜଣାପଡିଲାଣି  | ଅଚାନକ ଘଟଣା କ୍ରମରେ ମନ୍ତ୍ରୀ ଅଶୋକ ପଣ୍ଡାଙ୍କ ଆଶା ଆଶାରେ ରହିଯାଇଥିବା ବେଳେ ପୂର୍ବତନ ମେୟର ତଥା ଭୁବନେଶ୍ୱର ମଧ୍ୟ ବିଧାୟକ ଅନନ୍ତ ନାରାୟଣ ଜେନା ଓରଫ ବୁନୁ ତାଙ୍କ ଚାଲରେ ସଫଳ ହୋଇଛନ୍ତି | ଆଗକୁ ଭୁବନେଶ୍ୱର ଜିଲ୍ଲା ବିଜେଡ଼ି ସଭାପତି ପଦ ବି ବୁନୁ ହାତେଇ ନେଇଛନ୍ତି । ଆଉ ମନ୍ତ୍ରୀ ଅଶୋକ ପଣ୍ଡା ଏକ ପ୍ରକାର ଶିଶୁପାଳ ହୋଇଛନ୍ତି ବା ନିଜ ସମର୍ଥିତ ଲୋକଙ୍କୁ କରାଇବାରେ ପୁଣି ବିଫଳ ହୋଇଛନ୍ତି | ବୁନୁ ଗୋଟିଏ ପରେ ଗୋଟିଏ ଗେମରେ ସଫଳ ହୋଇ ଚାଲିଛନ୍ତି | ଆଉ ଏହି ଉଦ୍ୟମ ଯଦି ଜାରି ରହେ ପରବର୍ତ୍ତୀ ମନ୍ତ୍ରୀମଣ୍ଡଳ ଅଦଳ ବଦଳ ବେଳକୁ ଅଶୋକଙ୍କ ଚୌକିଯାଇ ବୁନୁ ଚୌକିରେ ବସିଥିବେ ସେ କଥା ବି ଅସମ୍ଭବ ନୁହେଁ | କାରଣ ବି ଅଛି , ତାହା ହେଉଛି ଉଭୟଙ୍କ ଚରିତ୍ର | ଅଶୋକ ପଣ୍ଡାଙ୍କ ବ୍ୟବହାର, ନିଜ ଅନୁଗତଙ୍କ ପ୍ରତି ଅସହଯୋଗ ଆଉ ତାଙ୍କ ଚାରିପାଖେଘେରି ରହିଥିବା ଚାଟୁକାର ବା ଯୋଗାଡ଼ିଆ କର୍ମୀ, ନେତା ଓ ଲୋକ | ହେଲେ ବୁନୁ ପୁରା ଅଲଗା | ଯେତେ ଶତ୍ରୁ  ଟେ ହେଇଥିଲେବି ଆପଣେଇ ନେବେ | ପାଣିରେ ସର ପକାଇଦେବେ | ଆଉ ସେଇଟା ବୋଧେ ତାଙ୍କ ସଫଳତାର ରାଜ | ଆଉ ସାମନାରେ ଯେତେବେଳେ ବୁନୁଙ୍କ ଭଳି କୃଷ୍ଣ, ସେଠି ଅଶୋକ ଶିଶୁପାଳ ନହେବେ ବା କେମିତି | ଆଉ ଅମରେଶ କୋଉ କାଲି ଗାଈ ଗୋବର ଯେ ଟିକିବେ !!! 

ସୂଚନାଥାଉକି, କାରଣ କେହି ମାନନ୍ତୁ ନମାନନ୍ତୁ କାରଣ ଯାହା ବି ହେଉ ଭୁବନେଶ୍ୱରର ଦୁଇ ଦୁଇଥର ମେୟର ହୋଇଥିବା ବୁନୁଙ୍କୁ ତୃତୀୟ ମହଲା ଭାରି ଖୁସି । ମେୟର ଥିବା ବେଳେ ତାଙ୍କ ବିରୋଧରେ ହତ୍ୟା ଓ ସେକ୍ସ ସ୍କାଣ୍ଡାଲ୍ ଅଭିଯୋଗ ଆସି ବଦନାମୀର ନାଗରା ବାଜିଥିଲେ ବି ତାଙ୍କର ଉପରେ ହାଇକମାଣ୍ଡଙ୍କ ପ୍ରବଳ ଆଶ୍ଥା ଥିଲା | ମେୟର ପଦରୁ ଯିବା ପରେ ତାଙ୍କୁ ପୁରା ମନ୍ତ୍ରୀ ପାହ୍ୟାରେ ବିଡ଼ିଏ ଅଧ୍ୟକ୍ଷ ପଦ ଦିଆଯାଇଥିଲା | ସାଧାରଣ ସମ୍ପାଦକ ପଦ ବି ଦିଆଗଲା ।  ଉତ୍ତର ବିଧାୟକ ଟିକେଟ ଆଶା କରିଥିବା ବେଳେ ତାଙ୍କୁ ଆଣି ଭୁବନେଶ୍ୱର ମଧ୍ୟରେ ଥଇଥାନ କରାଗଲା | 

 

0
0
0
s2sdefault