ହେଡଲାଇନସ୍:

ରାଜ୍ୟରେ ସମବାୟ ନିର୍ବାଚନ ପ।ଇଁ ରାଜ୍ୟସରକାର ତୁରନ୍ତ ପଦକ୍ଷେ ନିଅନ୍ତୁ : ବିଜେପି

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ରାଜ୍ୟ ବିଜେପି ସମବାୟ ପ୍ରକୋଷ୍ଠର କାର୍ଯ୍ୟକାରିଣୀ ବୈଠକ

ଭୁବନେଶ୍ୱର(ଶାସକ ପ୍ରଶାସକ): ଭାରତୀୟ ଜନତାପାର୍ଟିର ସମବାୟ ପ୍ରକୋଷ୍ଠ ତରଫରୁ ରାଜ୍ୟ ବିଜେପି କାର୍ଯ୍ୟାଳୟର କୁଷାଭାଇ ଠାକରେ  ପ୍ରକୋଷ୍ଠରେ ଏକ ବୈଠକଅନୁଷ୍ଠିତ  ହୋଇସାରିଛି । ଏହି ବୈଠକରେ ରାଜ୍ୟ ସମବାୟର ବିକାଶ ଦିଗରେ ରାଜ୍ୟସରକାରଙ୍କ ଆଭିମୁଖ୍ୟ ଉପରେ ଉଦ୍ବେଗ ପ୍ରକାଶ କରାଯାଇଥିଲା । ସମବାୟ ନିର୍ବାଚନର ଅବଦ୍ଧି ପୁରି ଯାଇଥିଲେ ସୁଦ୍ଧା ପୁନଃ ନିର୍ବାଚନ ନକରିବା ପାଇଁ ମସୁଧା କରିଥିବା ରାଜ୍ୟ ବିଜେପି ତରଫରୁ ଅଭିଯୋଗ କରାଯାଇଛି  । ଏହି ବୈଠକରେ ରାଜ୍ୟ ବିଜେପି ସଭାପତି ଶ୍ରୀଯୁକ୍ତ ସମୀର ମହାନ୍ତି ଯୋଗଦେଇ ରାଜ୍ୟର ଆର୍ଥିକ ମାନଦଣ୍ଡ ବୃଦ୍ଧିରେ ସମବାୟ ପ୍ରମୁଖ ଭୂମିକା ଉପରେ ଆଲୋଚନା କରିବା ସହିତ କେନ୍ଦ୍ରର ସମବାୟ ଉପଯୋଗୀ ଯୋଜନା ଗୁଡିକ ଉପରେ ଆଲୋଚନା କରିଥିଲେ । ପୂର୍ବତନ କେନ୍ଦ୍ରମନ୍ତ୍ରୀ ଶ୍ରୀଯୁକ୍ତ ଜୁଏଲୋ ରାମ ସମବାୟ ଦ୍ୱାରା ପ୍ରତ୍ୟେକ ବ୍ୟକ୍ତିର ଆର୍ଥିକ ବିକାଶ ଘଟି ପାରିବ ବୋଲି ମତବ୍ୟକ୍ତ କରିବା ସହିତ ଓଡିଶା ରାଜ୍ୟରେ ସମବାୟ ସଂସ୍ଥା ମାନଙ୍କରେ ଚାଲିଥିବା ଦୁର୍ନିତୀ ଉପରେ ଉଦ୍ବେଗ ପ୍ରକାଶ କରିଥିଲେ । ରାଜ୍ୟ ବିଜେପି ସାଧାରଣ ସମ୍ପାଦକ ରଞ୍ଜନ ପଟେଲ ଏବଂ ସଙ୍ଗଠନ ମହାମନ୍ତ୍ରୀ  ମାନସ କୁମାର ମହାନ୍ତି, ରାଜ୍ୟସରକାର ଜାଣିଶୁଣି ସମବାୟ ନିର୍ବାଚନକୁ ବିଳମ୍ବ କରିବାରେ କରୁଥିବା ମସୁଧା ଠାରୁ ବିରତ ରହି ତୁରନ୍ତ ନିର୍ବାଚନ କରିବା ପ୍ରକ୍ରିୟା ପାଇଁ ଦାବି କରିଥିଲେ । ରାଜ୍ୟ ବିଜେପି ମୁଖପାତ୍ର ତଥା ସମବାୟ ପ୍ରକୋଷ୍ଠର ସଂଯୋଜକ ଶ୍ରୀଯୁକ୍ତ ଗୋଲକ ମହାପାତ୍ର ପ୍ରତ୍ୟେକ ସମବାୟ ସଂସ୍ଥାର ବିକାଶ ପାଇଁ କେନ୍ଦ୍ର ସରକାରଙ୍କ ଗୁରୁତ୍ୱ ଉପରେ ଆଲୋକପାତ କରିଥିଲେ । ପ୍ରତ୍ୟେକ ଜିଲ୍ଲାର ସଂଯୋଜକ, ସହ ସଂଯୋଜକ ଓ ସମବାୟବିତ୍ ମାନେ ଯୋଗ ଦେଇଥିଲେ । ରାଜ୍ୟ ବିଜେପି ସମବାୟ ପ୍ରକୋଷ୍ଠର ସହ ସଂଯୋଜକ ଶ୍ରୀଯୁକ୍ତ ପବିତ୍ର ମୋହନ ଦାସ କାର୍ଯ୍ୟକ୍ରମ ସଂଯୋଜନା କରିବା ସହ କାର୍ଯ୍ୟକ୍ରମରେ ଗୌରୀଶଙ୍କର ପଟ୍ଟନାୟକ,ପୂର୍ଣ୍ଣିମା କେର୍କେଟା, ପଦ୍ମଜା ଦେବତା, କାଳି ରାୟଗୁରୁ, ଗୌରୀ ପ୍ରସାଦ ପଟ୍ଟନାୟକ, ରାମଚନ୍ଦ୍ର ପାତ୍ର, ବିଜୟ ରାଉତରାୟ, ଅନୁ ରିଡା, ପୂର୍ଣ୍ଣଚନ୍ଦ୍ର ନନ୍ଦ, ଇଂଜିନିୟର ଅଜୟ ସାହୁ, ପୂର୍ବତନ ବିଧାୟକ ବିରାମ ମୁର୍ମୁ, ପର୍ଶୁରାମ ପରିଡା, ପ୍ରଦୀ ନାୟକ, ସୁକାନ୍ତ ଦାସ ପ୍ରମୁଖ ଉପସ୍ଥିତ ଥିଲେ ।                                                        

 

0
0
0
s2sdefault