ହେଡଲାଇନସ୍:

  ପିତୃହନ୍ତା ପୁତ୍ର ଗିରଫ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ବାରିପଦା(ଦିଲ୍ଲୀପ ମହାନ୍ତି )-  ଗତ ଫେବୃଆରୀ ୨୧ ମୟୂରଭଞ୍ଜବାସୀ ପବିତ୍ର ମହାଶିବ ରାତ୍ରି ଅବସରରେ ପ୍ରଭୂ ଭୋଳାନାଥଙ୍କ ଆରାଧନାରେ ଲାଗିଥିବା ବେଳେ ବାଦାମପାହାଡ଼ ଥାନା ଅନ୍ତର୍ଗତ ଡୋଭା କୋହ୍ଲସାହିରେ ଘଟିଯାଇଛି ଏକ ଅଭାବନୀୟ ଘଟଣା । ସାମାନ୍ୟ ଏକ କାଠର ଲାଠିକୁ କେନ୍ଦ୍ର କରି ପିତା ଗୋପାଳ ନାଏକ(୫୫) ଓ ପୁତ୍ର ଜିତେନ୍ ନାଏକଙ୍କ ମଧ୍ୟରେ ବଚସା ହୋଇଥିଲା । ଏଥିରେ କ୍ରୋଧାନ୍ୱିତ ହୋଇ ପୁଅ ଜିତେନ୍ ଏକ ଧାରୁଆ ଅସ୍ତ୍ରରେ ବାପକୁ ହତ୍ୟା କରିବା ଭଳି ଜଘନ୍ୟ ଅପରାଧ କରିବାକୁ ପଛାଇଯାଇ ନଥିବାର ଖବର ପାଇଥିଲେ ଡୋଭା ଗ୍ରାମର ସଞ୍ଜୟ କୁମାର ଗିରି । ଏହାକୁ ନେଇ ସଞ୍ଜୟ ବାଦାମପାହାଡ଼ ଥାନାରେ ପହଁଞ୍ଚି ଅଭିଯୁକ୍ତ ପୁଅ ଜିତେନଙ୍କ ବିରୋଧରେ ଥାନାରେ ଲିଖିତ ଅଭିଯୋଗ କରିବା ପରେ ତାଙ୍କ ବିରୋଧରେ ଭାରତୀୟ ଦଣ୍ଡବିଧି ଆଇନ ୩୦୨ ଓ କେଶ ନଂ ୦୯/୨୦୨୦ରେ ମାମଲା ରୁଜୁ କରାଯାଇଥିଲା । ଏଥି ସହିତ ଥାନା ଅଧିକାରୀ ଡ଼ି. ଶତପଥୀ ସଦଳବଳେ ଘଟଣାସ୍ଥଳରେ ପହଁଞ୍ଚି ଶବକୁ ଜବତ କରି ବ୍ୟବଚ୍ଛେଦ ନିମନ୍ତେ ରାଇରଙ୍ଗପୁର ହସପିଟାଲକୁ ପଠାଇ ଦେଇଥିଲେ । ମାତ୍ର ହତ୍ୟାକଣ୍ଡ ଭିଆଇ ଅଭିଯୁକ୍ତ ପୁଆ ସଞ୍ଜୟ ଫେରାର ହୋଇଯାଇଥିବାରୁ ତାଙ୍କୁ ଗିରଫ କରିବା ନିମନ୍ତେ ପୁଲିସ ଉଦ୍ୟମ ଜାରି ରଖିଥିବା ବେଳେ ଆଜି ସଫଳ ହୋଇଥିବାର ଜଣାପଡ଼ିଛି । 

0
0
0
s2sdefault