ହେଡଲାଇନସ୍:

କ୍ରିକେଟ ଖେଳିଲେ ସେଲିବ୍ରିଟି  

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ଅଂଶଗ୍ରହଣ କରିଥିଲେ ନେତା, ଅଭିନେତା, ସାମ୍ବାଦିକ ଓ ସମାଜସେବୀ

ଭୁବନେଶ୍ୱର(ଶାସକ ପ୍ରଶାସକ) : ସ୍ୱେଚ୍ଛାସେବୀ ସାମାଜିକ ସଂଗଠନ "ୟୁଥ୍ ଫର୍ ଭଲୁ୍ୟଣ୍ଟାରି ୱାର୍କ' ଓ "କର ଫାଉଣ୍ଡେସନ୍' ମିଳିତ ଆନୁକୂଲ୍ୟରେ ସ୍ଥାନୀୟ ୟୁନିଟ୍-୬ସ୍ଥିତ ପ୍ରଗତି ସ୍ପୋର୍ଟିଂରେ "ସେଲିବି୍ରଟି ଚାରିଟି କ୍ରିକେଟ୍' ଅନୁଷ୍ଠିତ  ହୋଇଥିଲା । ସମାଜର ବିଭିନ୍ନ ବର୍ଗର ଲୋକମାନଙ୍କ ମଧ୍ୟରେ ସମାଜସେବାର ଚେତନା ସୃଷ୍ଟି ପାଇଁ ଅନୁଷ୍ଠାନ  ତରଫରୁ ଏହି "ସେଲିବି୍ରଟି ଚାରିଟି କ୍ରିକେଟ୍' ଆୟୋଜନ କରାଯାଇଥିଲା । ଏଥିରେ ସମାଜର ବିଭିନ୍ନ ବର୍ଗରୁ ପ୍ରତିଷ୍ଠା  ଲାଭ କରିଥିବା ନେତା, ଅଭିନେତା, ସାମ୍ବାଦିକ, ସମାଜସେବୀ ପ୍ରମୁଖ ସାମାଜିକ ସ୍ଲୋଗାନ୍ ଯଥା - “ରକ୍ତଦାନ ଜୀବନ ଦାନ”, “ଗଛ ଲଗାନ୍ତୁ, ପରିବେଶ ବଞ୍ଚାନ୍ତୁ”, “ସଡ଼କ ସୁରକ୍ଷା, ଜୀବନ ରକ୍ଷା”, “ମାନବ ସେବା ହିଁ ମାଧବ ସେବା” ପ୍ରଭୃତି ଲେଖାଥିବା ଟି ସାର୍ଟ ପିନ୍ଧି କି୍ରକେଟ୍ ଖେଳିଥିଲେ । ଏହି କାର୍ଯ୍ୟକ୍ରମରେ ଅତିଥି ରୂପେ ପୂର୍ବତନ ଅର୍ଥମନ୍ତ୍ରୀ ଶ୍ରୀ ପଞ୍ଚାନନ କାନୁନଗୋ , ସମାଜସେବୀ ରୁଦ୍ର ସାମନ୍ତରାୟ, କର ଫାଉଣ୍ଡେସନର  ଅଧ୍ୟକ୍ଷ ଅଭିନେତା ଚନ୍ଦନ କର, ରିମେଡିଆଲ୍ ଚାରିଟେବୁଲ୍ ଟ୍ରଷ୍ଟର ଅଧ୍ୟକ୍ଷ ବିକ୍ରମ କେଶରୀ ସାମଲ,  ଖଦୀ ବୋର୍ଡର ପୂର୍ବତନ ସଭାପତି ତେଜେଶ୍ୱର ପରିଡ଼ା, ପ୍ରମୁଖ ଯୋଗଦେଇଥିଲେ । ରାଜନୈତିକ ଦଳ ସେଲିବ୍ରିଟି  ଚାରିଟି କ୍ରିକେଟ  ଟୁର୍ଣ୍ଣାମେଣ୍ଟରେ ବିଜୟ ଲାଭ କରିଥିଲେ । ପୁରସ୍କାର ବିତରଣ ଉତ୍ସବରେ ଚଳଚ୍ଚିତ୍ର ଅଭିନେତା ହର ରଥ, ସମାଜବାଦୀ ପାର୍ଟି ଓଡ଼ିଶାର ସାଧାରଣ ସମ୍ପାଦକ ସୁଦର୍ଶନ ପ୍ରଧାନ, ଅଭିନେତ୍ରୀ ଆହାନା, ଅଭିନେତ୍ରୀ ପ୍ରିୟଙ୍କା ଦାଶ ଓ ପ୍ରିୟଙ୍କା ମହାପାତ୍ର ଉପସ୍ଥିତ ରହି ପୁରସ୍କାର ବିତରଣ କରିଥିଲେ । ‘ମ୍ୟାନ୍ ଅଫ୍ ଦି ମ୍ୟାଚ୍' ରୂପେ ଅଭିନେତା ରାକେଶ ଦେଓ ଓ ଯୁବନେତା ସୁଶୀଲ ପୁରସ୍କୃତ ହୋଇଥିଲେ । "ମ୍ୟାନ୍ ଅଫ୍ ଦି ଟୁର୍ଣ୍ଣାମେଣ୍ଟ୍' ରୂପେ ଯୁବକଂଗ୍ରେସ ନେତା ନଳିନୀକାନ୍ତ ନାୟକ ଓ "ବେଷ୍ଟ ଫିଲଡର୍'ରୂପେ ସମାଜସେବୀ ବାସୁଦେବ ଭଟ୍ଟ ପୁରସ୍କୃତ ହୋଇଥିଲେ । ଏହି କାର୍ଯ୍ୟକ୍ରମରେ ଯୋଗ ଦେଇଥିବା ସମସ୍ତ ଅଂଶଗ୍ରହଣକାରୀମାନଙ୍କୁ ୟୁଥ୍ ଫର୍ ଭଲୁ୍ୟଣ୍ଟାରୀ ୱାର୍କ ଅଧ୍ୟକ୍ଷ ମୀର ଅହମଦ୍ ଅଲ୍ଲୀ ଧନ୍ୟବାଦ ଅର୍ପଣ କରିଥିଲେ । କାର୍ଯ୍ୟକ୍ରମରେ ଯୁବ ସମାଜସେବୀ ସୁଶାନ୍ତ ମଲ୍ଲିକ ଓ ପ୍ରଗତି ସ୍ପୋର୍ଟିଂର ସଦସ୍ୟ ଟୁନା ସାହୁ ସହଯୋଗ କରିଥିଲେ ।

 

0
0
0
s2sdefault