ହେଡଲାଇନସ୍:

ନିଜେ ଶାନ୍ତିରେ ବଂଚିବାକୁ ହେଲେ ନିଜ ପରିବେଶ ଏବଂ ଅନ୍ୟକୁ  ଶାନ୍ତିରେ ରଖିବାର ଆବଶ୍ୟକତା ରହିଛି : ଡ଼ ଅରୁଣ 

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

 ଜିଲ୍ଲାସ୍ତରୀୟ ପ୍ରଜାପିତା ବ୍ରହ୍ମାକୁମାରୀ ପାଠଶାଳା ଓ ୩୭ତମ ବାର୍ଷିକୋତ୍ସବ 

ଓଡ଼ଗାଁ,(ଶ୍ରୀକାନ୍ତ ମିଶ୍ର) : ଓଡ଼ଗାଁ ବ୍ଳକ ନନ୍ଦିଘୋର ଗ୍ରାମରେ ନୟାଗଡ଼ ଜିଲ୍ଲାସ୍ତରୀୟ ପ୍ରଜାପିତା ବ୍ରହ୍ମକୁମାରୀ ପାଠଶାଳା ଓ ୩୭ ତମ ବାର୍ଷିକୋତ୍ସବ  ପାଳିତ ହୋଇଯାଇଛି । ଜିଲ୍ଲାର ସମସ୍ତ କେନ୍ଦ୍ର ଏବଂ ସମ୍ବଲପୁର, ଅନୁଗୋଳ , କଟକ, ଖୋର୍ଦ୍ଧା ଓ ଗଞ୍ଜାମ ଜିଲ୍ଲାରୁ ଶତାଧିକ ବ୍ରହ୍ମାକୁମାର ଭାଇ ଓ ଭଉଣୀମାନେ ମିଳିତ ହୋଇ ପୂର୍ବାହ୍ନ ୯ଟା ସମୟରେ ଏକ ସୁସଜ୍ଜିତ ରଥରେ ଲକ୍ଷ୍ମୀନାରାୟଣଙ୍କୁ ବିରାଜିତ କରି ଗ୍ରାମ ପରିକ୍ରମା କରିଥିଲେ ।  ପରେ ନନ୍ଦିଘୋର ଜଗନ୍ନାଥ ମନ୍ଦିର ନିକଟରେ ଓଁ ଶାନ୍ତିର ଜିଲ୍ଲା ମୂଖ୍ୟ ପରିଚାଳିକା ମିନି ଭଉଣୀଙ୍କ ଅଧ୍ୟକ୍ଷତାରେ ଏକ ପାଠଶାଳାର ଆୟୋଜନ କରାଯାଇଥିଲା । ଏଥିରେ ନୟାଗଡ଼ ବିଧାୟକ ତଥା କୃଷି ଏବଂ କୃଷକ ସଶକ୍ତିକରଣ, ପଶୁପାଳନ, ମତ୍ସ୍ୟ, ପ୍ରାଣୀ ସମ୍ପଦ ଓ ଉଚ୍ଚଶିକ୍ଷା ବିଭାଗ ମନ୍ତ୍ରୀ ଡ. ଅରୁଣକୁମାର ସାହୁ ମୁଖ୍ୟ ଅତିଥି ଭାବରେ ଯୋଗଦେଇ ପାଠଶାଳାକୁ ଉଦଘାଟନ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ବ୍ଲକ ଅଧ୍ୟକ୍ଷା ମମତା ବେହେରା, ଉପାଧ୍ୟକ୍ଷା ବିରଜାଲକ୍ଷ୍ମୀ ସାହୁ, ଶ୍ୱେତଲିନା ମିଶ୍ର, ବିଭୁପ୍ରସାଦ ସାହୁ ଯୋଗ ଦେଇଥିଲେ । ନିଜେ ଶାନ୍ତିରେ ବଂଚିରହିବାକୁ ହେଲେ ନିଜ ପରିବେଶ ଏବଂ ଅନ୍ୟମାନଙ୍କୁ ଶାନ୍ତିରେ ରଖିବାର ଆବଶ୍ୟକତା ରହିଛି । ଏହି ଦିଗଦର୍ଶନ କେବଳ ଓଁମ୍ ଶାନ୍ତିରେ ସମ୍ଭବ ବୋଲି ମନ୍ତ୍ରୀ ଡ଼ ସାହୁ ମତବ୍ୟକ୍ତ କରିଥିଲେ ।  ମାଉଣ୍ଟଆବୁରୁ ଆସିଥିବା ବ୍ରହ୍ମକୁମାର ସୁରେନ୍ଦ୍ର ଭାଇ, ବ୍ରହ୍ମପୁରର ଜୁଡ଼ିସିଆଲ ମାଜିଷ୍ଟ୍ରେଟ  ସରୋଜିନୀ ଭଉଣୀ, ପ୍ରମୋଦଭାଇ, ମଞ୍ଜୁ ଭଉଣୀ ଯୋଗଦେଇ ଉପସ୍ଥିତ ଭାଇଭଉଣୀମାନଙ୍କୁ ସନ୍ଦେଶ  ପଦାନ କରିଥିଲେ । ସନ୍ଧ୍ୟାରେ ଆୟୋଜିତ ୨ୟ ଅଧିବେଶନରେ କଟକ ଓ ଭୁବନେଶ୍ୱରରୁ ଆସିଥିବା ସରଳା ଭଉଣୀ ଓ ବିଜୟଭାଇ ଜୀବନର ମୂଲ୍ୟ ସମ୍ପର୍କରେ ମୂଲ୍ୟବାନ ପ୍ରବଚନ ପ୍ରଦାନ କରିଥିବା ବେଳେ କ୍ରାନ୍ତି ଭୁବନେଶ୍ୱର ପକ୍ଷରୁ ନୃତ୍ୟ ସଂଗୀତ ପରିବେଷଣ କରାଯାଇଥିଲା । ଓଡ଼ଗାଁ ଶାଖାର ବାସନ୍ତି ଭଉଣୀ ଓ ଗଜେନ୍ଦ୍ର ଭାଇ ଅକ୍ଲାନ୍ତ ପରିଶ୍ରମରେ କାର୍ଯ୍ୟକ୍ରମର ସଫଳ ରୁପାୟନ ହୋଇପାରିଥିବା ବେଳେ ବ୍ରହ୍ମକୁମାର ଡ. ପ୍ରମୋଦଭାଇ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ । 

0
0
0
s2sdefault