ହେଡଲାଇନସ୍:

ବୁଢ଼ା ବୁଢୀଙ୍କ ପାଇଁ ସରକାରୀ ଯୋଜନା ସାତ ସପନ ।

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

"ଗାଇ ଗୁହାଳରେ ବିତୁଛି ଜୀବନ,   ଶୋଉଛି କି ଚେଇଛି ଜିଲ୍ଲା ପ୍ରଶାସନ  !!

ବୀରମହାରାଜପୁର -- (ଉପଖଣ୍ଡ ପ୍ରତିନିଧି ବିନୋଦ ପାଣ୍ଡେ ) ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ଉପଖଣ୍ଡ ରେ ଅସହାୟ ଗରିବ ଓ ବୃଦ୍ଧା ବୃଦ୍ଧି ଙ୍କ ସାମାଜିକ ସୁରକ୍ଷା ପାଇଁ ସରକାର ବହୁ ଯୋଜନା କରୁଛନ୍ତି । ତେବେ ଅନେକ ସମୟରେ ବିଭାଗୀୟ ଅଧିକାରୀ ମାନଙ୍କର ଅବହେଳା ଓ ଖାମଖିଆଲି କାର୍ଯ୍ଯ ଯୋଗୁ ଯୋଗ୍ଯ ହିତାଧିକାରୀ ବି ଯୋଜନାର ସୁଫଳ ପାଇବାରୁ ବଞ୍ଚିତ ହେଉଛନ୍ତି । ସରକାରଙ୍କ ଆବାସ ଯୋଜନା କ୍ଷେତ୍ରରେ ମଧ୍ଯ ଏଭଲି ନଜର ଦେଖିବାକୁ ମିଳୁଛି । କେଉଁଠି ଥିଲାବାଲା ଲୋକ ଆବାସ ଯୋଜନାରେ ଆଗ ଘର ତିଆରି କରୁଛନ୍ତି ତ କେଉଁଠି ଗୋଟିଏ ପରିସରରେ ରହୁଥିବା ପରିବାରର ଏକାଧିକ ସଦସ୍ୟ ନାମରେ ଆବାସ ଗୃହ ମଞ୍ଜୁର ହେଉଛି । ସରକାର ଏସ୍ ଇ ସି ସି ତାଲିକାନୁଯାୟୀ ଆବାସ ବଣ୍ଟନ କରାଯାଉଥିବା କହୁଥିବା ବେଳେ ବିଭିନ୍ନ ସ୍ଥାନରେ କିଛି ଅସାଧୁ  କର୍ମଚାରୀ ମନଇଚ୍ଛା ଉକ୍ତ ତଳଉପର କରି ଆବାସ ବାଣ୍ଟୁଥିବା ମଧ୍ଯ ଅଭିଯୋଗ ହେଉଛି । ହେଲେ ଭଙ୍ଗା କୁଡିଆ,  ଗାଇ ଗୁହାଳରେ,  ଜରି ପାଲ ଢାଙ୍କି ରହୁଥିବା ଗରିବ ବୃଦ୍ଧା ବୃଦ୍ଧି ଆବାସ ଯୋଜନାରେ ସାମିଲ ହେବାକୁ ବାରମ୍ବାର ବାରଦୁଆର ଧାଇଁ ହଟ ହଟା ହେଉଛନ୍ତି । ଏ ଭଲି ଏକ ଘଟଣା ସୁବର୍ଣ୍ଣପୁର ଜିଲ୍ଲା କୋଟସମଲାଇ ପଞ୍ଚାୟତ ର ଗୋଲାବନ୍ଧ ଗ୍ରାମର ଅସହାୟ ବୃଦ୍ଧ ସମାରୁ ପଧାନ (୭୫ ) ଏହାର ଏକ ଉଦାହରଣ । ଘରେ କେବଲ ତାଙ୍କର ବୃଦ୍ଧା ସ୍ତ୍ରୀ ରାସେଶ୍ୱର ପଧାନ (୭୦) ଙ୍କୁ ନେଇ ତାଙ୍କର ଦୁଇଜଣିଆ ପରିବାର । ତାଙ୍କର ଏକ ମାତ୍ର ଝିଅ ବହୁ ବର୍ଷ ଆଗରୁ ମୃତ୍ୟୁ ବରଣ କରିଥିବା ବେଳେ ଘରେ ଆଉ ଆହାସାହ ହେବାକୁ ବି କେହି ନାହିଁ । ଦେହର ବଲ କି ହାତରେ ଟଙ୍କା ପଇସା ନଥିବାରୁ ଚାରି ବର୍ଷ ହେଲା ତାଙ୍କର ଭଙ୍ଗା କୁଡିଆ ନଡା ଛାଉଣୀ ଆଉ ମରାମତି ହୋଇପାରି ନାହିଁ ।ଘରର କଚ୍ଚା କାନ୍ଥ ଓ ଛାଉଣୀ ଭାଙ୍ଗିଭାଙ୍ଗିରୁଜି ଯାଇଥିବା ବେଳେ ଜରି ବସ୍ତା ଓ ପଲିଥିନ ଢାଙ୍କି ଦୁଇ ବୃଦ୍ଧା ଦମ୍ପତ୍ତି ରହୁଛନ୍ତି ।ଟିକିଏ ଝଡ ବର୍ଷା ହେଲେ ବୃଦ୍ଧା ବୃଦ୍ଧି ଙ୍କ ଦୁଃଖ କହିଲେ ନସରେ ।ଏନେଇ ବୃଦ୍ଧ ଦମ୍ପତି ସରକାରଙ୍କ ଠାରୁ ଘର ଖଣ୍ଡିଏ ପାଇଁ କେତେ ନେତା ଓ ଅଧିକାରୀମାନଙ୍କ ଅଭିଯୋଗ କରିଥିଲେ ମଧ୍ଯ ଲାଭ କିଛି ହୋଇନାହିଁ । ପ୍ରଶାସନ ଏଥିପ୍ରତି ଦୃଷ୍ଟି ଦେଇ ତୁରନ୍ତ ଘର ଖଣ୍ଡିଏ ଯୋଗାଇ ଦେବାକୁ ଦାବି ହୁଏ ।

0
0
0
s2sdefault