ହେଡଲାଇନସ୍:

ଘର ହିଁ ବିଦ୍ୟାଳୟ ପ୍ରକଳ୍ପ ପ୍ରଥମ ପର୍ଯ୍ୟାୟ ଉଦଘାଟିତ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

 ପଦ୍ମପୁର(ଶାସକ ପ୍ରଶାସକ): ପଦ୍ମପୁର ସରସ୍ଵତୀ ଶିଶୁ ବିଦ୍ୟାମନ୍ଦିର ଶିଶୁ ବାଟିକା ବିଭାଗ ଶିକ୍ଷା ବର୍ଷ ୨୦୨୦ - ୨୧ ପାଇଁ ନୂତନ ଶିଶୁ ମାନଙ୍କ ପ୍ରବେଶ ନିମନ୍ତେ ଘର ହିଁ ବିଦ୍ୟାଳୟ ପ୍ରକଳ୍ପ ପ୍ରଥମ ପର୍ଯ୍ୟାୟରେ ଦ୍ବାଦଶ କୁମାର ପ୍ରଧାନଙ୍କ ସଭାପତିତ୍ବରେ ଦୀପ ପ୍ରଜ୍ବଳନ ପୂର୍ବକ କାର୍ଯ୍ୟକ୍ରମ କୁ ଶୁଭ ଉଦଘାଟନ କରିଥିଲେ । ପ୍ରଧାନ ଆଚାର୍ଯ୍ୟ ଯୁବ ରାଜ ପ୍ରଧାନ ସ୍ବାଗତ ଭାଷଣ ଓ ଅତିଥି ପରିଚୟ ପ୍ରଦାନ କରିଥିଲେ । ମୁଖ୍ୟ ବକ୍ତା ଭାବେ ଶ୍ରୀମତୀ ଗାୟତ୍ରୀ ପ୍ରତିମା ଗୁରୁ ଆଚାର୍ଯ୍ୟ ସରସ୍ଵତୀ ଶିଶୁମନ୍ଦିର ବରପାଲି ଶିଶୁ ବିକାଶ ମାପଦଣ୍ଡ ଓ ପିତାମାତାଙ୍କ ଭୂମିକା ଉପରେ ବିଶେଷ ଭାବରେ ଆଲୋକପାତ କରିଥିଲେ । ଉକ୍ତ କାର୍ଯ୍ୟକ୍ରମରେ ପ୍ରାତଃ ପର୍ଯ୍ୟୟ ପ୍ରମୁଖା ଶ୍ରୀମତୀ ସୁଜାତା ତ୍ରିପାଠୀ କାର୍ଯ୍ୟକ୍ରମ ସଂଯୋଜନା କରିଥିଲେ । ଛାତ୍ରୀ ମାନଙ୍କ ଦ୍ଵାରା ସ୍ବାଗତ ସଙ୍ଗୀତ ପରିବେଷଣ ହୋଇଥିଲା । ଉକ୍ତ କାର୍ଯ୍ୟକ୍ରମରେ ୧୦୭  ଜଣ ପିତାମାତା ଯୋଗଦାନ କରିଥିଲେ । ଦ୍ବାଦଶ କୁମାର ପ୍ରଧାନ ମାର୍ଗ ଦର୍ଶନ କରି ଧନ୍ୟବାଦ  ଅର୍ପଣ କରିଥିଲେ । ସମସ୍ତ ଗୁରୁଜୀ ଗୁରୁମାଙ୍କ ସହଯୋଗ ରେ କାର୍ଯ୍ୟକ୍ରମଟି ସଫଳ ହୋଇଥିଲା ।

0
0
0
s2sdefault