ହେଡଲାଇନସ୍:

ଆବାସ ଯୋଜନା କାହା ପାଇଁ : ଗରିବ ପାଇଁ ନା ଧନୀ ଲୋକ ପାଇଁ 

User Rating: 3 / 5

Star ActiveStar ActiveStar ActiveStar InactiveStar Inactive
 

ସୁକୁରାମ ଓ ବିଦ୍ୟାଧରଙ୍କ ପାଇଁ ବିଜ୍ଜୁପକ୍କାଘର ସାତ ସପନ : ପଲିଥିନ୍ ଓ ଭଙ୍ଗା ଦଦରା ଘରେ ବିତୁଛି ଜୀବନ

ରେଢାଖୋଲ ପ୍ରତିନିଧି ଯଶୋବନ୍ତ ନାରାୟଣ ସାହୁ : ସରକାର ଗରୀବ ଶ୍ରେଣୀର ଲୋକମାନଙ୍କର ଉନ୍ନତି ପାଇଁ ନାନା ପ୍ରକାର ଯୋଜନା କାର୍ଯ୍ୟକାରୀ କରିଛନ୍ତି । ଯାହାର ରହିବା ପାଇଁ ବାସଗୃହ ନାହିଁ ସେମାନଙ୍କ ପାଇଁ ସରକାର ପ୍ରଧାନମନ୍ତ୍ରୀ ଆବାସ ଯୋଜନା , ବିଜୁ ପକ୍କାଘର ଯୋଜନା ରେ ଘର ଯୋଗାଇ ଦେଉଛନ୍ତି । ଏଥିପାଇଁ ସରକାର ପ୍ରତିବର୍ଷ କୋଟି କୋଟି ଟଙ୍କା ଖର୍ଚ୍ଚ କରୁଛନ୍ତି । ହେଲେ ପ୍ରକୃତ ହିତାଧିକାରୀ ଏହି ଯୋଜନାର ।ଇଦା ପାଇ ପାରୁ ନାହାନ୍ତି । କିଛି କୁଜୀନେତାଙ୍କ ପ୍ରଲୋଭନରେ ସରକାରୀବାବୁମାନେ ଧନୀକ ଲୋକ ମାନଙ୍କ ଠାରୁ ମୋଟା ଅଙ୍କର ଫାଇଦା ପାଇ ଆବାସ ଘର ଦେଉଥିବା ନଜିର ରହିଛି । ସଠିକ୍ ସର୍ଭେ ହେଉ ନ ଥିବାରୁ ଯୋଗ୍ୟ ହିତାଧିକାରୀ ଏଇ ସବୁ ଯୋଜନାର ସୁଳ ପାଇ ପାରୁନାହାନ୍ତି । ଏପରିକି ଗୋଟିଏ ଘରୁ ଦୁଇ ଦୁଇ ଟି ଘର ହାତେଇବାର ମଧ୍ୟ ନଜିର ରହିଛି ।  ଯାହାକି ଅନୁସନ୍ଧାନ କଲେ ସମସ୍ତ ତଥ୍ୟ ମିଳିପାରିବ ।

   ସରକାରଙ୍କ ଏଇ ଆବାସ ଯୋଜନାରେ ଫାଇଦା ନ ପାଇ ଚାଳ ଛପର ଘରେ ଜୀବନ ବିତାଉଛନ୍ତି  ସମ୍ବଲପୁର ଜିଲ୍ଲା ନାକ୍ଟିଦେଉଳ ବ୍ଲକ୍  ଡଇଁଚା ଗ୍ରାମ ପଂଚାୟତର ଗୋପାଳପୁର ଗ୍ରାମର ସୁକୁରାମ ଚମାଣ୍ଡର। ପରିବାର କହିଲେ ୪ ପ୍ରାଣୀ କୁଟୁମ୍ବ। ସେ ଜନ୍ମରୁ ଭିନ୍ନକ୍ଷମ। ବାଡିଧରି ଚାଲିପାରନ୍ତି। ପୁଣି ଗୋଟିଏ ଗୋଡରେ ଛିଡା ହେବା ଆଉ ଚାଲିବା ତାଙ୍କର ନିତିଦିନିଆ କାମ। ସ୍ତ୍ରୀ ତାଙ୍କର ମୂଲ ମଜୁରୀ କରି ପରିବାର ପ୍ରତିପୋଷଣ କରିଥାନ୍ତି । ଦିନେ ମୂଲ ନ ଲାଗିଲେ ତା ପରଦିନ ଭୋକ ଉପାସରେ ଦିନ ବିତିଥାଏ। ଜମି ବାଡି କହିଲେ ସେତେଟା ନୁହଁ। ସରକାର ଏଭଳି ବ୍ୟକ୍ତିଙ୍କୁ ଘର ଖଣ୍ଡିଏ ଦେବାକୁ ସୁକୁରାମ ଦାବୀ କରିଛନ୍ତି।

ଠିକ୍ ସେଇପରି ଆଉ ଜଣେ ଗରୀବ ପରିବାର ହେଲା ନାକ୍ଟିଦେଉଳ ବ୍ଲକ୍ ଗୋଗୁଆ ପଂଚାୟତର ମଙ୍ଗଳପୁର ଗ୍ରାମର ବିଦ୍ୟାଧର ଦେହୁରୀ। ଚାରୀ ପ୍ରାଣୀ କୁଟୁମ୍ବ। ମୁଲ ମଜୁରୀ କରି ପରିବାର ପୋଷନ୍ତି।  ବାପା ତାଙ୍କୁ ଭିନ୍ନେ କରିଦେବାରୁ ଗାଁ ଶେଷରେ ସେ ଏକ ନଡା ଛପର କରି ବହୁ ବର୍ଷ ହେଲା ସେଠାରେ ରହୁଛନ୍ତି। ଚାରିଥର ପ୍ରଶାସନ ପାଖରେ ଲିଖିତାକାରରେ ଜଣାଇଥିଲେ ମଧ୍ୟ କୌଣସି ସୁଫଳ ମିଳିପାରି ନାହିଁ । ଗତ ତା ୧୭ ଫେବୃଆରୀରେ ନାକ୍ଟିଦେଉଳ ବ୍ଲକ୍ ପରିସରରେ ଜିଲ୍ଲାପାଳଙ୍କ ମିଳିତ ଅଭିଯୋଗ ଶୁଣାଣୀରେ ମଧ୍ୟ ସେ ଘର ଖଣ୍ଡିଏ ପାଇଁ ଅଭିଯୋଗ କରିଛନ୍ତି।  ୪ ଥର ଲିଖିତାକାରରେ ଜଣାଇଥିଲେ ମଧ୍ୟ ତାଙ୍କୁ ଯାଇଁ ଘର ଖଣ୍ଡିଏ ମଧ୍ୟ ମିଳିପାରିଲା ନାହିଁ ବୋଲି କହିଛନ୍ତି ବିଦ୍ୟାଧର। ଏମିତି ଜିଲ୍ଲାପାଳଙ୍କ ଅଭିଯୋଗ ଶୁଣାଣୀକୁ ଆସି ଆସି ସେ ନୟାନ୍ତ ହେଇଗଲେଣି ବୋଲି ଦୁଃଖରେ ମ୍ରିୟମାଣ ହୋଇ ପ୍ରକାଶ କରିଥିଲେ। ଆଗାମୀ ଦିନରେ ତାଙ୍କୁ ଘର ଖଣ୍ଡିଏ ନ ମିଳିଲେ ଜିଲ୍ଲାପାଳଙ୍କ କାର୍ୟ୍ୟାଳୟ ସାମ୍ନାରେ ଅନଶନ କରିବି ବୋଲି ବିଦ୍ୟାଧର ପ୍ରକାଶ କରିଛନ୍ତି। ସରକାର ଏଭଳି ଗରୀବ ଶ୍ରଣୀର ଲୋକମାନଙ୍କୁ ଅନ୍ତତଃ ପକ୍ଷେ ଘର ଖଣ୍ଡିଏ ଦେବାକୁ ସ୍ଥାନୀୟ ଅଞ୍ଚଳରେ ଦାବୀ ହେଉଛି।

 

0
0
0
s2sdefault