ହେଡଲାଇନସ୍:

"ମୁଖ୍ୟମନ୍ତ୍ରୀ ବୋଧେ ଅସୁରକ୍ଷିତ ମନେ କରୁଛନ୍ତି "

User Rating: 3 / 5

Star ActiveStar ActiveStar ActiveStar InactiveStar Inactive
 

ଭୁବନେଶ୍ୱର( ଶାସକ ପ୍ରଶାସକ) ମୁଖ୍ୟମନ୍ତ୍ରୀ କିଛିଦିନ ତଳେ କହିଥଲେ ମୋ ଉତ୍ତରାଧିକାରୀ ମୋ ପରବାରରୁ କେହି ହେବେନାହିଁ | ବିଜୁ ଜନତାଦଳ ଭିତରୁ ହେବେ | ତେଣୁ  ଆମେ ଭାବିଥିଲୁ ବିଜେଡିରେ ଆଉ କେହି ଜଣେ ନେତା ପାର୍ଟି ସଭାପତି ପଗଡି ପିନ୍ଧିବେ | ମୁଖ୍ୟମନ୍ତ୍ରୀ ଓ ଦଳର ସଭାପତି ପଦ  ଅଲଗା ଅଲଗା ଲୋକଙ୍କ ପାଖରେ ରହିବ | ହେଲେ ତାହା ହେଲା ନାହିଁ | ବୋଧହୁଏ ମୁଖ୍ୟମନ୍ତ୍ରୀ ଅସୁରକ୍ଷିତ ଅନୁଭବ କରୁଛନ୍ତି | ସେଥିପାଇଁ ସେ ଦୁଇଟିଯାକ ପଦବୀ ହାତରେ ରଖିଛନ୍ତି | ମୁଖ୍ୟମନ୍ତ୍ରୀଙ୍କର କାହାକୁ ଡର?  ଯଦିଓ ସଭାପତି କିଏ ହେବ ତାହା ତାଙ୍କ ଦଳୀୟ ବ୍ୟାପାର, ତଥାପି ଗଣତନ୍ତ୍ର ଦଳ ଭିତରେ ରହିଲା କେଉଁଠି ? ଏହା ଗଣତନ୍ତ୍ର ନାଁରେ ଉପହାସ" ବୋଲି ବୋଲି ବିଜେପି ଗଣମାଧ୍ୟମ ବିଭାଗ ମୁଖ୍ୟ ତଥା ବରିଷ୍ଠ ମୁଖପାତ୍ର ଗୋଲୋକ ମହାପାତ୍ର କହିଛନ୍ତି | ପୁନଃ ବିଜେଡି ସଭାପତି ପଦ ପାଇଁ ଆଜି ନାମାଙ୍କନ ପତ୍ର ଦାଖଲ କରିବା ତଥା ନିର୍ବିରୋଧ ଭାବେ ସଭାପତି ଭାବେ ଦାୟିତ୍ୱ ନେବା ନିଶ୍ଚିତ ହେବା ପରେ ଆଜି ନିଜ ପ୍ରାରତିକ୍ରିୟାରେ ଶ୍ରୀ ମହାପାତ୍ର ଏହା କହିଛନ୍ତି |

0
0
0
s2sdefault