ହେଡଲାଇନସ୍:

ଚାଷୀଙ୍କ ଚେତାବନୀ : ଚାଷୀଙ୍କ ସହ ଖେଳିବା ବନ୍ଦ କରୁ ପ୍ରଶାସନ 

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

 ୫୦୦୦ ବସ୍ତା ଧାନ ରଖି ରାସ୍ତା ଆମରଣ ଅନଶନ ଓ ରାସ୍ତାରୋକୋ 

ପଦ୍ମପୁର,(ଶାସକ ପ୍ରଶାସକ):  ବରଗଡ଼ ଜିଲ୍ଲା ପଦ୍ମପୁର ଉପଖଣ୍ଡ  ଡ଼ଭା ଝାରବନ୍ଧ  ରାସ୍ତା ର ଡ଼ଭା ବଜାର ଠାରେ ୫୦୦୦ ବସ୍ତା ଧାନ ରଖି ଚାଷୀ କରିଛନ୍ତି ରାସ୍ତାରୋକ । ୧୯୧ ଜଣ ଚାଷିଙ୍କର ବହୁ ଚେଷ୍ଟା ପରେ ମଧ୍ୟ ହୋଇନି ଟୋକାନ | ତେଣୁ ଧାନ ବିକ୍ରୀ କରି ନ ପାରି ବହୁତ ହଇରାଣ ହେଉଛନ୍ତି ଚାଷୀ । ଏହି ବିଷୟରେ ବାରମ୍ବାର ଉପଜିଲ୍ଲାପାଳ ,ଜିଲ୍ଲା ପାଲ ଓ ଯୋଗାଣ ଅଧିକାରୀ ଙ୍କୁ ଜଣାଇଲେ ମଧ୍ୟ କେହି ଧ୍ୟାନ ଦେଲେ ନାହିଁ ତେଣୁ ବାଧ୍ୟ ହୋଇ ଚାଷୀ ଏବେ ରାସ୍ତା ରେ ଏବଂ  ବାଧ୍ୟ ହୋଇ ଆଜି ଡ଼ଭା ସୋସାଇଟିକୁ ମଧ୍ୟ ତାଳ ପକାଇ ଛନ୍ତି । ଏହା ସହ ୭ ଜଣ ଆମରଣ ଅନଶନରେ ବସିଛନ୍ତି ଏବଂ ଯେ ପର୍ଯ୍ୟନ୍ତ ଧାନ ଉଠିବ ନାହିଁ  ସେ ଯାଏ ଆମରଣ ଅନଶନରେ ବସିବେ ବୋଲି ଜଣାଇବା ସହ ରାସ୍ତା ରୋକ ମଧ୍ୟ ହଟିବ ନାହିଁ  ବୋଲି କହିଛନ୍ତି। ଆନ୍ଦୋଳନ ସ୍ଥଳକୁ ପଦ୍ମପୁର ଉପଖଣ୍ଡ ପୋଲିସ ଅଧିକାରୀ ପ୍ରଦୀପ ସାହୁ ଏବଂ ଝାରବନ୍ଧ ତହସିଲଦାର ପର୍ଶୁରାମ ଆର୍ଯ୍ୟନ ପଣ୍ଡା ଆସି ଚାଷୀଙ୍କୁ ବୁଝାଇବା ପାଇଁ ଚେଷ୍ଟା କରିଥିଲେ ମଧ୍ୟ ଧାନ ସମସ୍ୟାର ସମାଧାନ ନ ହେବା ଯାଏଁ ଆନ୍ଦୋଳନ ରୁ ଚାଷୀ ହରିବେ ନାହିଁ ବୋଲି କହିଛନ୍ତି। ଡଭା ସୋସାଇଟି ରେ ତୁରନ୍ତ ସେକ୍ରେଟେରୀ ନିଯୁକ୍ତି, ଏସିଏଫ ର ବଳକା ଟଙ୍କା ପ୍ରଦାନ ଏବଂ ପଡି ରହିଥିବା ଧାନ ର ବିକ୍ରି ଏହି ତିନି ଦଫା ଦାବି ରେ ଚାଲି ଥିବା ଏହି ଆନ୍ଦୋଳନ ରେ ଅଶୋକ କୁମାର ସାହୁ, କୁଞ୍ଜବତୀ ସାହୁ, ପ୍ରମୋଦ କୁମାର ରାୟ, ରଞ୍ଜନ ପଧାନ, ଭୁବନାନନ୍ଦ ନାୟକ, ଚିନ୍ତାମଣି ରାଉତ, କୃଷ୍ଣଚନ୍ଦ୍ର ସାହୁ ଆମରଣ ଅନଶନ ରେ ବସି ଥିବା ବେଳେ ବରଗଡ଼ ଜିଲ୍ଲା ଜୟ କିଷାନ କୃଷକ ସଙ୍ଗଠନ ର ଆବାହକ ରମେଶ ମହାପାତ୍ର, ଲକ୍ଷ୍ମଣ ସୁନା, ବିଶ୍ବ ସା ପ୍ରମୁଖ ସହ ସମସ୍ତ ଚାଷୀ   ଆନ୍ଦୋଳନ କାରୀଙ୍କ ସମର୍ଥନ ରେ ଆନ୍ଦୋଳନ ରେ ବସିଛନ୍ତି।

0
0
0
s2sdefault