ହେଡଲାଇନସ୍:

ନବୀନଙ୍କୁ ଭେଟିଲେ ପ୍ରତାପ 

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ରାଉରକେଲାରେ ଟୁଲ ରୁମ ଟ୍ରେନିଂ ସେଣ୍ଟର ପାଇଁ ଜମି ଯୋଗାଇଦେବାକୁ ମୁଖ୍ୟମନ୍ତ୍ରୀ ଦେଲେ ପ୍ରତିଶ୍ରୁତି 

 ଭୁବନେଶ୍ବର: ବୁଧବାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଲୋକ ସେବା ଭବନ ଠାରେ ସାକ୍ଷାତ କରିଛନ୍ତି କେନ୍ଦ୍ର ଏମଏସଏମଇ ରାଷ୍ଟ୍ରମନ୍ତ୍ରୀ ପ୍ରତାପ ଷଡଙ୍ଗୀ । ୨୦୦ କୋଟି ଟଙ୍କା ବ୍ୟ ଅଟକଳରେ ରାଉରକେଲାରେ ଟୁଲ ରୁମ ଟ୍ରେନିଂ ସେଣ୍ଟର ପ୍ରତିଷ୍ଠା ସମ୍ପର୍କରେ କରିଛନ୍ତି ଆଲୋଚନା । ଟୁଲ ରୁମ ଟ୍ରେନିଂ ସେଣ୍ଟର ପ୍ରତିଷ୍ଠା ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ଆବଶ୍ୟକ ଜମି ଯୋଗାଇଦିଆଯିବ ବୋଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଦେଇଛନ୍ତି ପ୍ରତିଶ୍ରୁତି | ଏହା ବ୍ୟତୀତ ଓଡ଼ିଶାରେ କେନ୍ଦ୍ର ସରକାରଙ୍କ ପକ୍ଷରୁ ହେବାକୁ ଥିବା ବିଭିନ୍ନ କାର୍ଯ୍ୟକ୍ରମ ସମ୍ପର୍କରେ ମଧ୍ୟ ମୁଖ୍ୟମନ୍ତ୍ରୀଙ୍କୁ ଅବଗତ କାରାଇଛନ୍ତି କେନ୍ଦ୍ରମନ୍ତ୍ରୀ ଶ୍ରୀ ଷଢଙ୍ଗି |  

0
0
0
s2sdefault