ହେଡଲାଇନସ୍:

କୋମଣ୍ଡ ସରପଂଚଙ୍କ ଠାରୁ ଆସ୍ଥା ତୁଟିଲା : ଅନାସ୍ଥା ପ୍ରସ୍ତାବ ପାଇଁ ଉପଜିଲ୍ଲାପାଳଙ୍କୁ ଜଣାଇଲେ ୧୮ ରୁ ୧୬ ୱାର୍ଡ ସଭ୍ୟ 

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ଓଡ଼ଗାଁ (ଶ୍ରୀକାନ୍ତ ମିଶ୍ର) : ଓଡ଼ଗାଁ ବ୍ଲକ କୋମଣ୍ଡ ଗ୍ରାମ ପଂଚାୟତ ସରପଂଚଙ୍କ ଉପରୁ ଆସ୍ଥା ହରାଇ ମୋଟ ୧୮ ଜଣ ୱାର୍ଡ  ସଭ୍ୟଙ୍କ ମଧ୍ୟରୁ ୧୬ ଜଣ ସଭ୍ୟ ତାଙ୍କ ବିରୋଧରେ  ଅନାସ୍ଥା ପ୍ରସ୍ତାବ ଆଣିବାକୁ ସୁପାରିସ ପାଇଁ ନୟାଗଡ଼ ଉପ-ଜିଲ୍ଲାପାଳ ଲଗ୍ନଜିତ ରାଉତଙ୍କୁ ଲିଖିତ ଭାବେ ଜଣାଇଛନ୍ତି । 

ସୂଚନା ଅନୁସାରେ କୋମଣ୍ଡ ପଂଚାୟତର ନିର୍ବାଚିତ ସରପଂଚ ସୁଶାନ୍ତ କୁମାର ଦଳେଇ ୱାର୍ଡ ସଭ୍ୟଙ୍କ ସହିତ କୈାଣସି ଆଲୋଚନା ନକରି ଅନ୍ୟ କେତେକ ପୃଷ୍ଠପୋଷକଙ୍କ ସହାୟତାରେ କାର୍ଯ୍ୟ କରିଚାଲିଛନ୍ତି । ପଂଚାୟତରେ ତାଙ୍କର ଅନୁପସ୍ଥିତି ଯୋଗୁଁ ସରକାରଙ୍କର ବିଭିନ୍ନ ପ୍ରକାରର ଯୋଜନା ସମ୍ଫର୍କରେ ୱାର୍ଡ ସଭ୍ୟମାନେ ମଧ୍ୟ ଜାଣିବାର ସୁଯୋଗ ପାଉନାହାନ୍ତି । ବିକାଶ ମୁଳକ କାର୍ଯ୍ୟରେ ସଭ୍ୟମାନଙ୍କ ପରାମର୍ଶ ନନେଇ କାର୍ଯ୍ୟ କରୁଥିବା ନେଇ ଅଭିଯୋଗ ହୋଇଛି । ତାଙ୍କର ଏହି ସ୍ୱେଚ୍ଛାଚାରୀ କାର୍ଯ୍ୟରେ ଅତିଷ୍ଠ   ହୋଇ ଗୁରୁବାର କୋମଣ୍ଡ ଗ୍ରାମପଂଚାୟତ କାର୍ଯ୍ୟାଳୟରେ ବୟୋଜ୍ୟେଷ୍ଠ ୱାର୍ଡ ସଭ୍ୟ ସଦାନନ୍ଦ ଦଳବେହେରାଙ୍କ ଅଧ୍ୟକ୍ଷତାରେ ଏକଜରୁରୀ ବୈଠକରେ ଅନୁଷ୍ଠିତ  ହୋଇଥିଲା । ଏଥିରେ ପଂଚାୟତର ନିର୍ବାଚିତ ସମୁଦାୟ ୧୮ ୱାର୍ଡ ମେମ୍ବରଙ୍କ ମଧ୍ୟରୁ ୧୬ଜଣ ଉପସ୍ଥିତ ଥିଲେ । ବୈଠକରେ ବହୁ ଆଲୋଚନା ପରେ ଓଡ଼ିଶା ଗ୍ରାମପଂଚାୟତ ଆଇନର ଧାରା ୨୪ ଅନୁଯାୟୀ ସରପଂଚଙ୍କ ବିରୁଦ୍ଧରେ ଅନାସ୍ଥା ପ୍ରସ୍ତାବ ଆଗତ କରିବାକୁ ବିହିତ ପଦକ୍ଷେପ ଗ୍ରହଣ କରିବା ପାଇଁ ୧ ନମ୍ବର ୱାର୍ଡ ସଭ୍ୟ  ସଦାନନ୍ଦ ଦଳବେହେରାଙ୍କ ସମେତ ଅନ୍ୟ ୱାଡ ସଭ୍ୟମାନେ ମିଶି ଉପଜିଲାପାଳଙ୍କୁ ଭେଟି ଲିଖିତଭାବେ ଜଣାଇଥିଲେ ଏବଂ ଏହାର ଏକ ନକଲ ଜିଲ୍ଲା ଗ୍ରାମପଂଚାୟତ ଅଧିକାରୀଙ୍କୁ ମଧ୍ୟ ପ୍ରଦାନ କରିଥିଲେ । ଘଟଣାର ଆବଶ୍ୟକ ତଦନ୍ତ ପରେ ପରବର୍ତ୍ତୀ କାର୍ଯ୍ୟାନୁଷ୍ଠାନ  ଗ୍ରହଣ କରାଯିବ ବୋଲି ଉପଜିଲାପାଳ କହିଥିଲେ। 

0
0
0
s2sdefault