ହେଡଲାଇନସ୍:

ହେ ପ୍ରଭୁ... କଣ ହେଇଥାନ୍ତା ଏ ପିଲାଙ୍କର, ସତରେ ରଖେ ହରି ମାରେ କିଏ  !!!!!

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

କେଡେ ବେପରୁଆ ସେ ଅଟୋ ଡ୍ରାଇଭର, ପିଲାଙ୍କ ଜୀବନକୁ ନେଇ ବାଜି

  ଏକ ବଡ ଅଘଟଣରୁ ଅଳ୍ପକେ ବର୍ତ୍ତିଲେ 14 ସ୍କୁଲ ପିଲା

ସମ୍ବଲପୁର/ ରମାକାନ୍ତ ବିଶ୍ୱାଳ : ଗୋଟେ ଅଟୋରେ ୧୪ ପିଲା ବସାଇବା ଭଳି ଦାୟିତ୍ୱହୀନତା | ତାପରେ ଛୋଟ ପିଲାଙ୍କୁ ବସାଇ  ବେପରୁଆ ଗାଡି ଚାଳନା !  ସ୍କୁଲ ଛୁଟି ହେବାପରେ ପିଲାମାନେ ଖୁସିରେ ଘରକୁ ଫେରୁଥିଲେ ଟେମ୍ପୋରେ । ଗୋଟାଏ ଟେମ୍ପୋରେ 14 ଜଣ । ହେଲେ ସ୍କୁଲ ପିଲାଙ୍କୁ ନେଇ ଯାଉଥିବା ଏହି ଟେମ୍ପୋର ଡ୍ରାଇଭରର ଦାୟିତ୍ବହୀନତା ଓ ବେପରୁଆ ନୀତି ପାଇଁ ପିଲାଙ୍କ ଖୁସି ଯନ୍ତ୍ରଣାରେ ପରିଣତ ହୋଇଗଲା ଆଖି ପିଛୁଳାକେ । ଜୋରରେ ଯାଉଥିବା ଅଟୋ ନିୟନ୍ତ୍ରଣ ହରାଇ ଏନଏଚର ଡିଭାଇଡରରେ ପିଟିହେଲା । ଆଖି ପିଛୁଳାକେ ପଲଟିଗଲା | ଛୋଟ ଛୋଟ ଛୁଆଙ୍କ ,କିଳିକିଳା ବାପାଲୋ ମାଆଲୋ  ହୃଦୟ ବିଦାରକ ଚିତ୍କାର କମ୍ପି ଉଠିଲା ସେ ସ୍ଥାନ |  ଆଉ କିଛି ଅଘଟଣ ଏଡାଇ ହୋଇଗଲା ସିନା 4 ଜଣ ପିଲା ଆହତ ହୋଇଥିଲେ ସାମାନ୍ୟ ଗୁରୁତର ଭାବେ ।

ସମ୍ବଲପୁର  ଜିଲ୍ଲା ରେଙ୍ଗାଲି ଠାରେ ଥିବା ଆଦର୍ଶ ବିଦ୍ୟାଳୟ ବନ୍ଦ ହେଲା ପରେ ପ୍ରାୟ 4.45 ମିନିଟ ସମୟରେ  14 ଜଣ ଛାତ୍ରଛାତ୍ରୀଙ୍କୁ ସେମାନଙ୍କ ଘରେ ଛାଡ଼ିବା ପାଇଁ ବାହାରିଥିଲା OD.15.D.8227 ନମ୍ବର ଟେମ୍ପୋ |  10 ନମ୍ବର ରାଜ୍ୟ ରାଜପଥ ଝାରସୁଗୁଡା ପଟକୁ ଯାଉଥିବା  ବେ;ଏ ପଣ୍ଡଲୋଇ ପାଖ  ଶ୍ୟାମ ଡିଆରଆଇ କାରଖାନାର ସମ୍ମୁଖରେ ଟେମ୍ପୋ ଦୃତ ଗତିରେ ଯାଉଥିବା ବେଳେ ଭାରସାମ୍ୟ ହରାଇ ରାସ୍ତା ପାର୍ଶ୍ବରେ ଥିବା ଡିଭାଇଡରରେ ପିଟି ହୋଇ ଓଲଟି ପଡିଥିଲା। ପିଲାମାନେ ଛିଟିକି ପଡ଼ିଥିଲେ | ଫଳରେ ଟେମ୍ପୁରେ ଥିବା 14 ଜଣ ଛାତ୍ରଛାତ୍ରୀଙ୍କ ମଧ୍ୟରୁ 4 ଜଣ ଛାତ୍ରୀ ଗୁରୁତର ଆହତ ହୋଇଥିଲେ | ସମସ୍ତ ଆହତଙ୍କୁ ପୋଲିସ ଏବଂ ସ୍ଥାନୀୟ ଲୋକଙ୍କ ସହାୟତାରେ ରେଙ୍ଗାଲି ସ୍ଥିତ ମାଁ ସମଲେଶ୍ବରୀ ନର୍ସିଂ ହୋମକୁ ଅଣାଯାଇ ଥିଲା । ଖବର ପାଇ ବରିଷ୍ଠ ସାମ୍ବାଦିକ ତଥା ସମାଜସେବୀ ରମାକାନ୍ତ ବିଶ୍ବାଳ ନର୍ସିଂ ହୋମକୁ ପହଞ୍ଚି ସମସ୍ତ ଆହତ ଛାତ୍ରୀ ମାନଙ୍କର ଚିକିତ୍ସା କରାଇ ଆବଶ୍ୟକ ଔଷଧ ପତ୍ର ଦେଇ ସେମାନଙ୍କର ଘରକୁ ପଠାଇଥିଲେ। ଆହତମାନଙ୍କ ମଧ୍ୟରେ ପଣ୍ଡଲୋଇ ଗ୍ରାମର ସୃତି ପ୍ରଧାନ (11), ଠେଲକୋଲେଇ ଗ୍ରାମର ଲକ୍ଷ୍ମୀପ୍ରିୟା ଗର୍ଡିଆ(11), ଫୁଲଚାଙ୍ଗୁଡି ଗ୍ରାମର ଦେବଶ୍ରୀତା ଝାଙ୍କର(12) ଏବଂ ଧୁବେନଛାପଲ ଗ୍ରାମର ପ୍ରିଅଙ୍କା ଗର୍ଡିଆ (11) ଥିଲେ ସମସ୍ତେ ବିଦ୍ୟାଳୟରେ  ଷଷ୍ଟ ଶ୍ରେଣୀର ଛାତ୍ରୀ ଥିଲେ। ଟେମ୍ପୋରେ ଥିବା ଅନ୍ୟ ଛାତ୍ରଛାତ୍ରୀଙ୍କ ବିଶେଷ  କିଛି କ୍ଷତି ହୋଇନଥିବା ଜଣାପଡିଛି। ରେଙ୍ଗାଲି ପୋଲିସ ଦୁର୍ଘଟଣା ଗ୍ରସ୍ତ ଟେମ୍ପୋକୁ ଯବତ କରି ଘଟଣାର ତଦନ୍ତ ଆରମ୍ଭ କରିଛି। ଦୁର୍ଘଟଣା ପରେ ଟେମ୍ପୋ ଚାଳକ ଘଟଣା ସ୍ଥଳରୁ ଫେରାର ହୋଇ ଯାଇଛି ।

0
0
0
s2sdefault