ହେଡଲାଇନସ୍:

କ୍ୟୁବାରେ ମୃତ ଓଡ଼ିଆ ଶ୍ରମିକଙ୍କୁ ଘରକୁ ଆଣିବାରେ ସହାୟତା କଲା ‘ମୋ ପରିବାର’

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ଭୁବନେଶ୍ୱର(ଶାସକ ପ୍ରଶାସକ) : କ୍ୟୁବାର ସନ୍ତାମେରିଆଠାରେ ଏକ କନଷ୍ଟ୍ରକସନ୍ କମ୍ପାନୀରେ ଶ୍ରମିକ ଭାବେ କାର୍ଯ୍ୟ କରୁଥିବା ଖଲିକୋଟର କହ୍ନେଇପୁର ଗ୍ରାମର ରମେଶ ଚନ୍ଦ୍ର ମହାରଣା ଗତ ୩୦ ତାରିଖରେ ଏକ କ୍ରେନ୍ ଦୁର୍ଘଟଣାରେ ୩ ମହଲା ତଳକୁ ଖସି ପ୍ରାଣ ହରାଇଥିଲେ । ଏ ସମ୍ପର୍କରେ ମୁଖ୍ୟମନ୍ତ୍ରୀଙ୍କ ନଜରକୁ ଆସିଲା ପରେ ତୁରନ୍ତ ରମେଶଙ୍କ ମରଶରୀରକୁ ଜନ୍ମମାଟି ଆଣିବା ପାଇଁ ନିର୍ଦ୍ଦେଶ ଦେଇଥିଲେ ।

‘ଓଡ଼ିଶା-ମୋ ପରିବାର’ ପକ୍ଷରୁ ରାଜ୍ୟ ସରକାର ଓ ଜିଲ୍ଲା ପ୍ରଶାସନ ସହଯୋଗରେ ରମେଶଙ୍କ ମୃତ ଦେହକୁ ଆଜି ଘରକୁ ଅଣାଯାଇଛି । ‘ଓଡ଼ିଶା-ମୋ ପରିବାର’ ଆବାହକ ଅରୂପ ପଟ୍ଟନାୟକଙ୍କ ତତ୍ତ୍ୱାବଧାନରେ  ଆଜି ସଂଧ୍ୟାରେ ରମେଶଙ୍କ ମରଶରୀରକୁ ବିମାନଯୋଗେ ଭୁବନେଶ୍ୱର ଅଣାଯାଇଥିଲା । ବିମାନବନ୍ଦରରେ ‘ଓଡ଼ିଶା-ମୋ ପରିବାର’ ର ସଦସ୍ୟା ଶ୍ରୀମତୀ ଭାରତୀ ସିଂ, ପୂର୍ବତନ କର୍ପୋରେଟର ସମୀର ପ୍ରଧାନ ପ୍ରମୁଖ ଶୋକସନ୍ତପ୍ତ ପରିବାରବର୍ଗଙ୍କୁ ଭେଟି ମୁଖ୍ୟମନ୍ତ୍ରୀଙ୍କ ତରଫରୁ ସମବେଦନା ଜଣାଇଥିଲେ । ମୁଖ୍ୟମନ୍ତ୍ରୀଙ୍କ ତରଫରୁ ମୃତକଙ୍କ ପରିବାରକୁ ସହାୟତା ରାଶି ମଧ୍ୟ ପ୍ରଦାନ କରିଥିଲେ ।

ଖାଲି ସେତିକି ନୁହେଁ, ମୃତକଙ୍କ ପରିବାରବର୍ଗଙ୍କୁ ଜିଲ୍ଲା ପ୍ରଶାସନ ପକ୍ଷରୁ ସମସ୍ତ ପ୍ରକାର ସହାୟତା ଯୋଗାଇଦେବା ନିମନ୍ତେ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ଗଂଜାମ ଜିଲ୍ଲାପାଳ ଏବଂ ସ୍ଥାନୀୟ ବିଧାୟକଙ୍କୁ ନିର୍ଦ୍ଦେଶ  ଦିଆଯାଇଛି ।

ଭବିଷ୍ୟତରେ ଏଭଳି କୌଣସି  ଓଡ଼ିଶା ଲୋକ ଅସୁବିଧାରେ ପଡ଼ିଲେ ସେମାନେ ‘ଓଡ଼ିଶା-ମୋ ରିବାର’ ର ହେଲ୍ପ ଲାଇନ୍ ନମ୍ବର ୮୯୧୭୪୦୦୭୦୦/୮୯୧୭୪୦୦୭୦୧ରେ ଯୋଗାଯୋଗ କଲେ ତାଙ୍କୁ ତୁରନ୍ତ ସହାୟତା ପ୍ରଦାନ କରିବାର ବନ୍ଦୋବସ୍ତ  କରାଯିବ ବୋଲି ‘ଓଡ଼ିଶା-ମୋ ପରିବାର’ ପକ୍ଷରୁ କୁହାଯାଇଛି ।

 

 

 

 

 

 

0
0
0
s2sdefault