ହେଡଲାଇନସ୍:

ଆଶା ସାଥୀଙ୍କ ବର୍ଦ୍ଧିତ ପାଉଣା ପ୍ରଦାନ ଦାବୀ: ଜିଲ୍ଲା ପ୍ରଶାସନର ଦ୍ୱାରସ୍ଥ ଆଶା ସାଥୀ ସଂଘ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ନୂଆପଡ଼ା(ଅମିତ ପୁରୋହିତ):ନୂଆପଡ଼ା ଜିଲ୍ଲାର ଆଶା ସାଥୀଙ୍କ ବର୍ଦ୍ଧିତ ପାଉଣା ଦାବୀରେ ଜିଲ୍ଲାର ଆଶା ସାଥୀ ସଂଘ ଜିଲ୍ଲା ପ୍ରଶାସନ  ଦ୍ୱାରସ୍ଥ ହୋଇଥିଲେ ।  ମଧ୍ୟାହ୍ନରେ ରାଜ୍ୟ ସରକାରଙ୍କ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀଙ୍କ ଉଦେ୍ଧଶ୍ୟରେ ଉପ ଜିଲ୍ଲାପାଳ ତରଣୀସେନ ନାଏକଙ୍କୁ ଭେଟି ୫ ଦଫା ସମ୍ବଳିତ ଦାବୀ ପତ୍ର ପ୍ରଦାନ କରିଥିଲେ । ଦାବୀ ପୂରଣ ନହେଲେ ଆଗାମୀ ଦିନରେ ଭୟାବହ ଆନ୍ଦୋଳନ ହେବ ବୋଲି ଚେତାବନୀ ଦେଇଛନ୍ତି । 

      ଗତ ୨୦୦୬ ମସିହାରେ ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗର ଜାତୀୟ ସ୍ୱାସ୍ଥ୍ୟ ମିଶନ ତରଫରୁ ପ୍ରସୂତୀ ମା ଓ ଶିଶୁର ସଠିକ ଯତ୍ନ ନେବା ପାଇଁ ଆଶା କର୍ମୀ ଭାବେ ନିୟୋଜିତ ହୋଇଥିଲେ । ଏମାନେ ଗର୍ଭବତୀ ହେବା ଦିନ ଠାରୁ ପ୍ରସୂତୀ ଓ ପରେ ମା ଓ ଛୁଆ କେମିତି ସୁସ୍ଥସବଳ ରହିବେ, ସେହି ଦିଗରେ କାମ କରିଥାନ୍ତି । ୨୦୧୩ ମସିହାରେ ଜାତୀୟ ସ୍ୱାସ୍ଥ୍ୟ ମିଶନ ତରଫରୁ ଉତ୍ତମ ଆଶା କର୍ମୀ ମାନଙ୍କୁ ଆଶା ସାଥୀ ଭାବେ ନିଯୁକ୍ତ କରିଥିଲେ । ପ୍ରତି ୨୦/୨୫ ଜଣ ଆଶା କର୍ମୀ ମାନଙ୍କୁ ନେଇ ଜଣେ ଆଶା ସାଥୀ ନିୟୋଜିତ ହୋଇଥିଲେ । ସେହିଦିନ ଠାରୁ ଆଶା କର୍ମୀ ମାନେ ଆଶା ସାଥୀ ଓ ଆଶା କର୍ମୀ ଉଭୟ ପଦବୀରେ କାର୍ଯ୍ୟା ତୁଳାଇ ଆସୁଥିଲେ । ୨୦୧୮ ଅକ୍ଟୋବର ୩୦ ତାରିଖ ଠାରୁ ଜାତୀୟ ସ୍ୱାସ୍ଥ୍ୟ ମିଶନ ନିଦେ୍ର୍ଧଷକ ଯେ କୌଣସି ଗୋଟିଏ ପଦବୀରେ କାମ କରିବାକୁ ନିଦେ୍ର୍ଧଷ ଦେଇଥିଲେ । ଏଥିରେ ଜିଲ୍ଲାର ୩୦ ଜଣ ଆଶା କର୍ମୀ ନିଜ ପଦବୀ ଛାଡି ଆଶା ସାଥୀ ପଦବୀରେ କାମ କରି ଆସୁଥିଲୁ । ସେହିଦିନ ଠାରୁ ମାସିକ ୧୦ଟି ପର୍ଯ୍ୟବେକ୍ଷଣ ଗ୍ରସ୍ତ ଖର୍ଚ୍ଚ ବାବଦକୁ ୩ ହଜାର ଟଙ୍କା ପ୍ରୋସôାହନ ରାଶି ପାଉଛୁ । ଆଶା ସାଥୀ ମାନଙ୍କ ପ୍ରେରଣାରେ ଆଶା କର୍ମୀ ମାନେ ଜାତୀୟ ସ୍ୱାସ୍ଥ୍ୟ ମିଶନ କାର୍ଯ୍ୟକ୍ରମକୁ ସଫଳ କରିବାରେ ସହାୟକ ହୋଇଛନ୍ତି । ଗତ ୨୦୧୯ ଅକ୍ଟୋବର ୨୪ ତାରିଖରେ ପ୍ରଧାନ ମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ କ୍ୟାବିନେଟ କମିଟି ବୈଠକରେ ଆଶା ସାଥୀ ମାନଙ୍କ ମାସିକ ୨୦ଟି ପର୍ଯ୍ୟବେକ୍ଷଣ ପାଇଁ ୬ ହଜାର ଟଙ୍କା ପ୍ରଦାନ କରିବାକୁ ଘୋଷଣା କରିଥିଲେ । 

    ଇତି ମଧ୍ୟରେ ଦେଢ ବର୍ଷ ବିତି ଯାଇଥିଲେ ବି ନୂଆପଡ଼ା ଜିଲ୍ଲାରେ ଏହି ନିୟମ କାର୍ଯ୍ୟକାରୀ ହୋଇ ପାରିନାହିଁ । ଏହାର ପ୍ରତିବାଦରେ ଆଶା ସାଥୀ ସଂଘ ଜିଲ୍ଲା ସାଧାରଣ ସମ୍ପାଦିକା ସୁମତି ଆଚାର୍ଯ୍ୟଙ୍କ ନେତୃତ୍ୱରେ ଆଶା କର୍ମୀ ମାନେ ଜିଲ୍ଲା ପ୍ରଶାସନର ଦ୍ୱାରସ୍ଥ ହୋଇଥିଲେ । ଆଶା ସାଥୀ ମାନଙ୍କୁ ସରକାରୀ ମାନ୍ୟତା ପ୍ରଦାନ କରିବା, କେନ୍ଦ୍ର ସରକାରଙ୍କ ଘୋଷଣା ଅନୁସାରେ ଆଶା ସାଥୀଙ୍କୁ ମାସିକ ୬ ହଜାର ଟଙ୍କା ପ୍ରଦାନ କରିବା, ଆଶା ସାଥୀ ମାନଙ୍କୁ ୟୁନିର୍ଫମ ଲାଗୁ କରିବା, ଆଶା ସାଥୀଙ୍କ ଦକ୍ଷତା ବୃଦ୍ଧି ପାଇଁ ତାଲିମ ପ୍ରଦାନ କରିବା, ୧୩ ବର୍ଷ ଧରି କାର୍ଯ୍ୟ ତୁଳାଇ ଆସୁଥିବା ଆଶା କର୍ମୀ ଓ ଆଶା ସାଥୀ ମାନଙ୍କୁ  ବୀମା ଓ ମୃତ୍ୟୁକାଳୀନ ସହାୟତା ପ୍ରଦାନ କରିବା ଭଳି ୫ ଦଫା ଦାବୀ ଉପସ୍ଥାପନା କରିଥିଲେ । ମଧ୍ୟାହ୍ନରେ ଜିଲ୍ଲାପାଳ ମଧୁସ୍ମିତା ସାହୁଙ୍କ ଅନୁପସ୍ଥିତିରେ ଉପ ଜିଲ୍ଲାପାଳ ତରଣୀସେନ ନାଏକଙ୍କୁ ଭେଟି ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀଙ୍କ ଉଦେ୍ଧଶ୍ୟରେ ଏକ ୫ ଦଫା ଦାବୀ ପତ୍ର ପ୍ରଦାନ କରି କରିଥିଲେ । ତେବେ ତୁରନ୍ତ ଆଶା ସାଥୀ ମାନଙ୍କ ୫ ଦଫା ଦାବୀ ଉପରେ ବିଚାର ଆବଶ୍ୟକ ପଦକ୍ଷେପ ଗ୍ରହଣ କରାନଗଲେ ଆଗାମୀ ଦିନରେ ଆଶା ସାଥୀ ସଂଘ ଜିଲ୍ଲା ବ୍ୟାପି ଆନେ୍ଦାଳନକୁ ଓହ୍ଲାଇବେ ବୋଲି ରାଜ୍ୟ ସରକାର ଓ ଜିଲ୍ଲା ପ୍ରଶାସନକୁ ଚେତାବନୀ ଦେଇଛନ୍ତି । ଆଶା ସାଥୀ ଚନ୍ଦ୍ରମଣି ବିଶି, ଅଂଜନୀ ବାଗ, ଜ୍ୟୋଷ୍ଣା ଶଗରିଆ, ତୋଷବାଇ ସାହୁ, ହୋମେଶ୍ୱରୀ ସାହୁ, ନୁଆଁଦେଇ କାଣ୍ଡ, ମଥୁରା କେତକି, ଗୋଲାପି ସାହୁ, ମଥୁରା ପ୍ରଧାନ, ନିର୍ମାଲା ମାଝି, ସବିତା ନାଏକ, ଜୟନ୍ତୀ ବିହାର, ପ୍ରୀୟତାମ ତାଣ୍ଡି, ସ୍ୱର୍ଣ୍ଣଲତା ଭୋଇ, ପ୍ରମିଲା ନାଏକ, ଅଂଜନା ନାଏକ, ଜୟନ୍ତି ଶବର, ରୁକମଣି ସରାଫ, ଜାହ୍ନବୀ ବିଶି, ସଂଜୁକ୍ତା ନାଏକ ପ୍ରମୁଖ ଉପସ୍ଥିତ ଥିଲେ ।  

0
0
0
s2sdefault