ହେଡଲାଇନସ୍:

କ୍ରୀଡ଼ା ଓ ଯୁବସେବା ମନ୍ତ୍ରୀଙ୍କ ଅଚାନକ କଳିଙ୍ଗ ଷ୍ଟାଡିୟମ ଗସ୍ତ :  ବିଜୁ ଯୁବବାହିନୀ କାର୍ଯ୍ୟକ୍ରମର କଲେ ତଦାରଖ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ଖେଲୋ ଇଣ୍ଡିଆ ଲାଗି ସମସ୍ତ ଭିତ୍ତିଭୂମିକୁ ସୁଦୃଢ଼ ରଖିବା ପାଇଁ ନିର୍ଦ୍ଦେଶ

ଭୁବନେଶ୍ୱର(ଶାସକ ପ୍ରଶାସକ): ଇଲେକ୍ଟ୍ରୋନିକ୍ସ, ସୂଚନା ଓ ପ୍ରଯୁକ୍ତିବିଦ୍ୟା, କ୍ରୀଡ଼ା ଓ ଯୁବସେବା ମନ୍ତ୍ରୀ ଶ୍ରୀ ତୁଷାରକାନ୍ତି ବେହେରା ଆଜି ମଧ୍ୟାହ୍ନରେ ଅଚାନକ କଳିଙ୍ଗ ଷ୍ଟାଡିୟମ ଗସ୍ତ କରିବା ସହିତ ବିଜୁ ଯୁବବାହିନୀର ବିଭିନ୍ନ କାର୍ଯ୍ୟକ୍ରମର ତଦାରଖ କରିଛନ୍ତି । ଏଥିସହିତ ଆସନ୍ତା ଫେବୃଆରୀ ୨୨ ତାରିଖରୁ ଆରମ୍ଭ ହେବାକୁ ଥିବା ଖେଲୋ ଇଣ୍ଡିଆ ଯୁନିଭରସିଟି ଗେମ୍ ଲାଗି ସମସ୍ତ ଭିତ୍ତିଭୂମିର ଯାଞ୍ଚ କରିଛନ୍ତି ।

ମନ୍ତ୍ରୀ ଶ୍ରୀ ବେହେରା ଆଜି ମଧ୍ୟାହ୍ନରେ କଳିଙ୍ଗ ଷ୍ଟାଡିୟମସ୍ଥିତ ବିଜୁ ଯୁବବାହିନୀ କାର୍ଯ୍ୟାଳୟ ପରିଦର୍ଶନରେ ଯିବା ସହିତ ରାଜ୍ୟ ଯୁବ କଲ୍ୟାଣ ପରିଷଦ, ଓଡ଼ିଶାର କାର୍ଯ୍ୟନିର୍ବାହୀ ଅଧ୍ୟକ୍ଷ ଶ୍ରୀ ବିଜୟ କୁମାର ନାୟକ ଏବଂ ବିଜୁ ଯୁବବାହିନୀ ସିଇଓ ଶ୍ରୀ ମନୋଜ କୁମାର ପାଢ଼ୀଙ୍କ ସହିତ ବିଭିନ୍ନ କାର୍ଯ୍ୟକ୍ରମ ବିଷୟରେ ବିଶଦ ଆଲୋଚନା କରିଥିଲେ । ବିଜୁ ଯୁବବାହିନୀର ସଂଗଠନ ପକ୍ଷରୁ ସମସ୍ତ ଜିଲ୍ଲାରେ ବର୍ତ୍ତମାନ ସୁଦ୍ଧା ହୋଇଥିବା ବିଭିନ୍ନ କାର୍ଯ୍ୟକ୍ରମ ଏବଂ ଆଗାମୀ ଦିନରେ ହେବାକୁ ଥିବା ପ୍ରସ୍ତାବିତ କାର୍ଯ୍ୟକ୍ରମ ବିଷୟରେ ଆଲୋଚନା କରିଥିଲେ । ୨୦୧୮-୨୦୧୯ ଆର୍ଥିକ ବର୍ଷରେ ବିଜୁ ଯୁବବାହିନୀକୁ ଦିଆଯାଇଥିବା ଅର୍ଥ ମଧ୍ୟରୁ ବର୍ତ୍ତମାନ ସୁଦ୍ଧା ୬୫% ଅର୍ଥ ଖର୍ଚ୍ଚ ହୋଇଥିବା ବିଭାଗ ପକ୍ଷରୁ ସୂଚନା ଦିଆଯାଇଥିଲା ।

ଯେଉଁସବୁ ଜିଲ୍ଲାରେ ସରକାରଙ୍କ ପକ୍ଷରୁ ଦିଆଯାଇଥିବା ଅର୍ଥ ଖର୍ଚ୍ଚ ହୋଇ ପାରି ନାହିଁ ମାର୍ଚ୍ଚ ସୁଦ୍ଧା ସମସ୍ତ ଅର୍ଥ ଖର୍ଚ୍ଚ କରିବା ସହିତ ଜିଲ୍ଲା ମାନଙ୍କରୁ ୟୁଟିଲାଇଜେସନ ସାର୍ଟିଫିକେଟ୍ ଆଣିବା କାର୍ଯ୍ୟକୁ ତ୍ୱରିତ କରିବା ଲାଗି ମନ୍ତ୍ରୀ ଶ୍ରୀ ବେହେରା ସିଇଓ ମନୋଜ କୁମାର ପାଢ଼ୀଙ୍କୁ ନିର୍ଦ୍ଦେଶ ଦେଇଥିଲେ ।

ଏହାପରେ ମନ୍ତ୍ରୀ ଶ୍ରୀ ବେହେରା କଳିଙ୍ଗ ଷ୍ଟାଡିୟମସ୍ଥିତ ସୁଇମିଂପୁଲ୍ ପରିଦର୍ଶନରେ ଯିବା ସହିତ  କଳିଙ୍ଗ ଷ୍ଟାଡିୟମର ପ୍ରଶାସକ ତଥା ଉପ ଶାସନ ସଚିବ ମଧୁସୂଦନ ବେହେରାଙ୍କ ସହ ଖେଲୋ ଇଣ୍ଡିଆ ଲାଗି ବିଭିନ୍ନ ଭିତ୍ତିଭୂମି ବିଷୟରେ ଆଲୋଚନା କରିଥିଲେ। ଆଥଲେଟିକ୍ ଗ୍ରାଉଣ୍ଡ, ସୁଇମିଂପୁଲ ଏବଂ ଅନ୍ୟାନ୍ୟ ସମସ୍ତ ଭିତ୍ତିଭୂମି ଓ ନିର୍ମାଣ କାର୍ଯ୍ୟ ଶେଷ ହୋଇଥିଲେ ସୁଦ୍ଧା ପ୍ରତିଯୋଗିତା ଆରମ୍ଭ ପୂର୍ବରୁ ଆଉଥରେ ଭଲଭାବେ ଏସବୁକୁ ଯାଞ୍ଚ କରିବା ପାଇଁ ଦାୟିତ୍ୱରେ ଥିବା ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଥିଲେ । ବିଭିନ୍ନ ରାଜ୍ୟରୁ ଆସୁଥିବା ଖେଳାଳିମାନେ ଯେପରି ଭଲ ଅନୁଭୂତି ନେଇ ଫେରିବେ ସେ ବିଷୟରେ ସଜାଗ ରହିବା ପାଇଁ ମନ୍ତ୍ରୀ ଶ୍ରୀ ବେହେରା ବିଭାଗୀୟ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଥିଲେ । 

 

0
0
0
s2sdefault