ହେଡଲାଇନସ୍:

ନୂଆପଡ଼ାରେ ମେଡିକାଲ କଲେଜ ପ୍ରତିଷ୍ଠା ଦାବୀ : ହର୍ଷବର୍ଦ୍ଧନଙ୍କୁ ଭେଟିଲା ପ୍ରତିନିଧି ଦଳ

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ନୂଆପଡ଼ା(ଅମିତ ପୁରୋହିତ ): ଉପାନ୍ତ ତଥା ଅନୁନ୍ନତ ପଛୁଆ ଆଦିବାସୀ ବହୁଳ ଜିଲ୍ଲାରେ ଲୋକେ ସ୍ୱାସ୍ଥ୍ୟ ସେବାରୁ ବଂଚିତ  ହୋଇ ରହୁଛନ୍ତି । ମେଡ଼ିକାଲ କଲେଜ ପ୍ରତିଷ୍ଠା କରାଗଲେ ଲୋକେ ଉପଯୁକ୍ତ ସ୍ୱାସ୍ଥ୍ୟ ସେବା ପାଇ ପାରନ୍ତେ ବୋଲି ଜିଲ୍ଲାବାସୀ ଆଶା ବାନ୍ଧିଛନ୍ତି । ଅନ୍ୟପକ୍ଷେ ମେଡ଼ିକାଲ କଲେଜ ଖୋଳିବା ପାଇଁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ୩ ଶହ ବେଡ଼ ବିଶିଷ୍ଟ ୭ ମହଲା  କୋଠାଗୃହ ସହ ସମସ୍ତ ମାନଦଣ୍ଡକୁ ପୂରଣ କରୁଛି । ନୂଆପଡ଼ା ସହରରେ ମେଡ଼ିକାଲ କଲେଜ ପ୍ରତିଷ୍ଠା ଦାବୀ ତେଜିବାରେ ଲାଗିଛି । ଜିଲ୍ଲା ମୁଖ୍ୟାଳୟରେ ମେଡିକାଲ କଲେଜ ପ୍ରତିଷ୍ଠା ଦାବୀରେ ମେଡିକାଲ କଲେଜ ପ୍ରତିଷ୍ଠା ସାମୁଖ୍ୟ ଓ ଜିଲ୍ଲା ଓକିଲ ସଂଘର ଏକ ଟିମ କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ଡା. ହର୍ଷବଦ୍ଧନଙ୍କୁ ଦିଲ୍ଲୀ ସ୍ଥିତ ତାଙ୍କ କାର୍ଯ୍ୟାଳୟରେ ଭେଟି ଏକ ଦାବୀ ପତ୍ର ପ୍ରଦାନ କରିଥିଲେ । ସେଠାରେ ନୂଆପଡ଼ାରେ ପ୍ରାଥମିକତା ଦେଇ ମେଡିକାଲ କଲେଜ ଖୋଳିବାକୁ ଅନୁରୋଧ କରିଥିଲେ । 

      ସରକାର, ପ୍ରଶାସନିକ, ସ୍ୱାସ୍ଥ୍ୟ ବିଭାଗ ଅଧିକାରୀଙ୍କ ବେପରୁଆ ମନୋଭାବ ସରକାରୀ ଯୋଜନା ବାଟବଣା ହେଉଛି । ଜିଲ୍ଲାର ଗରିବ, ଅସହାୟ, ନିରିହ, ନିଷ୍ପେଷିତ ଲୋକେ ସରକାରୀ ଯୋଜନାର ସୁଫଳ ପାଇବାରୁ ବଞ୍ଚôତ ହେଉଛନ୍ତି । ନୂଆପଡ଼ା ଭଳି ପଛୁଆ, ଉପାନ୍ତ ତଥା ସୀମାନ୍ତ ଜିଲ୍ଲାବାସୀ ଉତ୍ତମ ସ୍ୱାସ୍ଥ୍ୟ ସେବା ପାଇବା ପାଇଁ ସଂଘର୍ଷ କରୁଛନ୍ତି । ଜିଲ୍ଲାରେ ଫ୍ଲୋରାଇଡ ପାଣି ମୂଖ୍ୟ ସମସ୍ୟା ହୋଇଥିବାରୁ ପ୍ରତିବର୍ଷ ଶତାଧିକ ଲୋକେ ଫ୍ଲୋରୋସିସ୍ ରୋଗରେ ଆକ୍ରାନ୍ତ ହୋଇ ଜୀବନ ହରାଉଛନ୍ତି । ସେହିପରି ପାଣି ଜନୀତ ସମସ୍ୟା ଯୋଗୁଁ ଅନେକ ଲୋକେ କିଡନୀ ରୋଗର ଶୀକାର ହୋଇ ମୃତ୍ୟୁ  ମୁଖରେ ପଡୁଛନ୍ତି । ଜଙ୍ଗଳ ପାହାଡ ଅଞ୍ଚଳର ବନବାସୀ, ଆଦିବାସୀ ମାନେ ମ୍ୟାଲେରିଆ ଭଳି ସମାନ୍ୟ ରୋଗରେ ଆକ୍ରାନ୍ତ ହୋଇ ମୃତ୍ୟୁକୁ ଆପଣେଇ ନେଉଛନ୍ତି । ଜିଲ୍ଲା ଅନେକ ସ୍ୱାସ୍ଥ୍ୟ କେନ୍ଦ୍ରରେ ଡାକ୍ତର, କର୍ମଚାରୀ ଅଭାବ ହେତୁ ସ୍ୱାସ୍ଥ୍ୟ ସେବା ସମ୍ପୁର୍ଣ୍ଣ ବିପର୍ଯ୍ୟସ୍ଥ ହୋଇ ପଡିଛି । ଲୋକଙ୍କୁ ଛୋଟ ମୋଟ ରୋଗ ହେଲେ ବି ରାୟପୁର, କଟକ, ବିଶାଖାପଟଣା ଭଳି ଦୂର ଦୂରାନ୍ତ ହସ୍ପିଟାଲ ଉପରେ ନିର୍ଭର କରିବାକୁ ପଡୁଛି । ଅନେକ ଲୋକେ ଦୂରଦୂରାନ୍ତ ଚିକିତ୍ସାଳୟକୁ ଯାଇ ଖର୍ଚ୍ଚାନ୍ତରେ ପଡି ଶେଷରେ ଲୋକଙ୍କ ଜୀବନ ଦୀପ ଲିଭି ଯାଉଛି । ଗରିବ ଶ୍ରେଣୀର ଲୋକେ ଅର୍ଥାଭାବରୁ ବଡ଼ ମେଡ଼ିକାଲକୁ ଯାଇନପାରି ରୋଗାଗ୍ରସ୍ତ ଅବସ୍ଥାରେ ଘରେ ପଡି ରହୁଛନ୍ତି । ଏବେ ବି ସୁନାବେଡା ଭଳି ଦୁର୍ଗମ ଅଞ୍ଚଳର ବାନବାସୀ ସ୍ୱାସ୍ଥ୍ୟସେବା ପାଇବାରୁ ବଞ୍ଚôତ ହୋଇ ଗୁଣିଗାରେଡି ଓ ଚେରିମୁଳି ଭଳି ଔଷଧ ଉପରେ ନିର୍ଭର କରୁଛନ୍ତି । ଆଖପାଖ ଅଞ୍ଚଳରେ ମେଡିକାଲ କଲେଜ ସୁବିଧା ନଥିବାରୁ ଅଞ୍ଚଳର ଛାତ୍ରଛାତ୍ରୀ ମେଡିକାଲ ଶିକ୍ଷାରୁ ବଂଚିତ  ହେଉଛନ୍ତି । ଏବେ ଜିଲ୍ଲାରେ ଡାକ୍ତର ସମସ୍ୟା ଦିନ କୁ ଦିନ ଜଟିଳ ହେବାରେ ଲାଗିଛି । ଜିଲ୍ଲାର ସମସ୍ତ ସ୍ୱାସ୍ଥ୍ୟକେନ୍ଦ୍ରରେ ଡାକ୍ତର ସମସ୍ୟା ଲାଗି ରହିଛି । ଜିଲ୍ଲାରେ ମେଡିକାଲ କଲେଜ ସ୍ଥାପନ କରାଗଲେ ନୂଆପଡ଼ା ସମେତ ବରଗଡ, ବଲାଙ୍ଗୀର, କଲହାଣ୍ଡି ସମେତ ପଡୋଶୀ ଛତିଶଗଡ ରାଜ୍ୟର ଲୋକେ ଉପକୃତ ହୋଇ ପାରିବେ । ଅନ୍ୟପକ୍ଷେ ଜିଲ୍ଲାର ଛାତ୍ରଛାତ୍ରୀ ମେଡିକାଲ ଶିକ୍ଷାର ଲାଭ ପାଇବ ପାରିଲେ ଜିଲ୍ଲାରେ ଡାକ୍ତର ସମସ୍ୟା ଦୂର ହୋଇ ପାରିବ ଓ ମେଡିକାଲ କଲେଜରେ ଜିଲ୍ଲାବାସୀ ସର୍ବୋତ୍ତମ ସ୍ୱାସ୍ଥ୍ୟ ସେବା ପାଇପାରିବେ ବୋଲି ଜିଲ୍ଲାବାସୀ ଆଶା ବନ୍ଧିଛନ୍ତି । ଆଜି ଅପରାହ୍ନରେ କଲାହାଣ୍ଡି ଲୋକସଭା ସାଂସଦ ବସନ୍ତ ପଣ୍ଡା ଓ ମେଡିକାଲ କଲେଜ ପ୍ରତିଷ୍ଠା ସାମୁଖ୍ୟ ଆବାହକ ତଥା ଜିଲ୍ଲା ଓକିଲ ସଂଘ ସଭାପତି ପ୍ରଶନ୍ନ ପାଢିଙ୍କ ନେତୃତ୍ୱରେ ଏକ ୫ ଜଣିଆ ଟିମ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରୀ ଡା. ହର୍ଷବର୍ଦ୍ଧନଙ୍କୁ ତାଙ୍କ ଦିଲ୍ଲୀ ସ୍ଥିତ ଅଫିସରେ ଭେଟି ଦାବୀ ପତ୍ର ପ୍ରଦାନ କରିଛନ୍ତି । ନୂଆପଡ଼ାରେ ପ୍ରାଥମିକତା ଦେଇ ମେଡିକାଲ କଲେଜ ଖୋଳିବାକୁ ଅନୁରୋଧ କରିଥିଲେ । ଜିଲ୍ଲା ଓକିଲ ସଂଘ ସମ୍ପାଦକ ଅଶ୍ୱିନୀ ବାଗ, କୁମୁଦ ହୋତା, କ୍ଷୀତିଶ ବୋଧଙ୍କର, ପୁରୁଷୋତ୍ତମ ସୋନୀ, କମଲେଶ ଦିକ୍ଷୀତ ଉପସ୍ଥିତ ଥିଲେ ।

 

0
0
0
s2sdefault