ହେଡଲାଇନସ୍:

ଭୁବନେଶ୍ୱରରୁ ଦୁବାଇ ସିଧାସଳଖ ବିମାନ ଚଳାଚଳ ପାଇଁ ସଂସଦରେ ଦାବି ଉଠାଇଲେ ସସ୍ମିତ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ନୂଆଦିଲ୍ଲୀ (ଶାସକ ପ୍ରଶାସକ) : ଲଗାତାର ଭାବେ ଓଡ଼ିଶାର ବିଭିନ୍ନ ସ୍ୱାର୍ଥ ସମ୍ବଳିତ ପ୍ରସଙ୍ଗ ଉଠାଇ କେନ୍ଦ୍ର ସରକାରଙ୍କ ନିକଟରେ ଦୃଢ ଦାବି ଉପସ୍ଥାପିତ କରି ଆସୁଥିବା ରାଜ୍ୟସଭା ସାଂସଦ ଡଃ ସସ୍ମିତ ପାତ୍ର ଭୁବନେଶ୍ବର ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନ ବନ୍ଦରରୁ  ଦୁବାଇ ସିଧାସଳଖ ବିମାନ ଚଳାଚଳ ପାଇଁ ରାଜ୍ୟସଭାରେ ଦୃଢ ଦାବି ଉପସ୍ଥାପିତ କରିଛନ୍ତି  ।

ରାଜ୍ୟସଭାରେ ଏ ଦାବି ଉଠାଇ ଡ଼ଃ ପାତ୍ର କହିଛନ୍ତି ଯେ,  ଓଡ଼ିଶାରେ ବିପୁଳ ପୁଞ୍ଜିନିବେଶ, ଶିଳ୍ପାୟନ ତଥା ପର୍ଯ୍ୟଟକ ମାନଙ୍କର ଆବାଗମନ ବୃଦ୍ଧି ପାଉଥିବା କାରଣରୁ ଓଡିଶାରୁ ବିଭିନ୍ନ ଆନ୍ତର୍ଜାତୀୟ ସହରକୁ ଓ ସେ ସମସ୍ତ ସହରରୁ ଓଡିଶାକୁ ବିମାନ ଯାତ୍ରୀଙ୍କ ସଂଖ୍ୟା ବୃଦ୍ଧି ପାଇଛି । ଏହିକାରଣରୁ ବିଭିନ୍ନ ଅନ୍ତର୍ଜାତୀୟ ବିମାନ ଚଳାଚଳ ସଂସ୍ଥା ଭୁବନେଶ୍ୱରର ବିଜୁ ପଟ୍ଟନାୟକ ଆନ୍ତର୍ଜାତୀୟ ବିମାନ  ବନ୍ଦରରୁ ଦୁବାଇ ବିମାନ ଚଳାଚଳ କରିବା ପାଇଁ ଆଗ୍ରହ ପ୍ରକାଶ କଲେଣି । ହେଲେ ବିମାନବନ୍ଦରରେ ବିମାନ ଅବତରଣ ଅଧିକାର ବା ଲ୍ୟାଣ୍ଡିଙ୍ଗ ରାଇଟକୁ ନେଇ କଟକଣା ଥିବା ଯୋଗୁ ଏହା ବିମାନ ଚଳାଚଳ ଆରମ୍ଭ କରିବା କ୍ଷେତ୍ରରେ ପ୍ରତିବନ୍ଧକ ଭାବେ ଉଭା ହୋଇଛି । ଭୁବନେଶ୍ୱରରୁ ଦୁବାଇ ସମେତ ଅନ୍ୟ ମଧ୍ୟ ପ୍ରାଚ୍ୟ ସହରକୁ ସିଧାସଳଖ ବିମାନ ଚଳାଚଳ ବ୍ୟବସ୍ଥା ନରହିବା କାରଣରୁ ଯାତ୍ରୀମାନେ ବିଭିନ୍ନ ଅଭିଳାସିତ ସହରକୁ ଯାତ୍ରା କରିବାରେ ଭୀଷଣ ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ଏହା ଭୁବନେଶ୍ୱରରୁ ଦୁବାଇ ସିଧାସଳଖ ବିମାନ ଚଳାଚଳ ଦ୍ୱାରା ସମାଧାନ ହୋଇପାରିବ । ବିଜୁ ପଟ୍ଟନାୟକ ବିମାନ ବନ୍ଦର ବିଭିନ୍ନ ଆନ୍ତର୍ଜାତୀୟ ବିମାନଯାତ୍ରୀଙ୍କ ପାଇଁ ଏକ ପାସେଞ୍ଜର ହବ ହୋଇପାରିବ ।  ଯଦିଓ ଏୟାର ଇଣ୍ଡିଆ ଭୁବନେଶ୍ୱରରୁ ମଧ୍ୟପ୍ରାଚ୍ୟକୁ ଭାୟା ନୂଆଦିଲ୍ଲୀ ବିମାନ ଚଳାଚଳ କରୁଛନ୍ତି, ତାହା ସମୟସାପେକ୍ଷ ଓ ଖର୍ଚ ବହୁଳ । ତେଣୁ ବୃଦ୍ଧି ପାଉଥିବା ଯାତ୍ରୀଙ୍କ ସଂଖ୍ୟା ଓ ପରିବର୍ତ୍ତିତ ପରିସ୍ଥିତିର ଆବଶ୍ୟକତାକୁ ଦୃଷ୍ଟିରେ ରଖି ଭୁବନେଶ୍ୱର ବିଜୁ ପଟ୍ଟନାୟକ ଆନ୍ତର୍ଜାତୀୟ ବିମାନବବ୍ଦରରୁ ଡୁବାଇ ସିଧାସଳଖ ବିମାନ ଚଳାଚଳ ପାଇଁ ଏୟାର ଇଣ୍ଡିଆ ବା ଅନ୍ୟ କୌଣସି  ବିମାନ ସଂସ୍ଥାକୁ କହିବାକୁ କେନ୍ଦ୍ର ସରକାର ତଥା ବେସାମରିକ ବିମାନ ଚଳାଚଳ ଆରମ୍ଭ କରିବା ପାଇଁ ଦାବି କରିଛନ୍ତି ଡ଼ଃ ପାତ୍ର । 

0
0
0
s2sdefault