ହେଡଲାଇନସ୍:

ବଦଳିଲା ନାମ, ଆଂଚଳିକ କର୍କଟ କେନ୍ଦ୍ରରୁ ହେଲା ସ୍ନାତ୍ତକୋତ୍ତର ପ୍ରତିଷ୍ଠାନ 

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

କଟକ(ଶାସକ ପ୍ରଶାସକ) : ଆଚାର୍ଯ୍ୟ ହରିହରଙ୍କ ନାମରେ ନାମିତ କଟକସ୍ଥିତ ଆଚାର୍ଯ୍ୟ ହରିହର ଆଂଚଳିକ କର୍କଟ କେନ୍ଦ୍ରର ନାମ ପରିବର୍ତ୍ତନ କରାଯାଇଛି |  ଆଂଚଳିକ କର୍କଟ କେନ୍ଦ୍ର ବଦଳରେ ସ୍ନାତକୋତ୍ତର କର୍କଟ ପ୍ରତିଷ୍ଠାନ ଯୋଡ଼ା ଯାଇଛି | ଏବେଠାରୁ ତାହା ‘ଆଚାର୍ଯ୍ୟ ହରିହର ସ୍ନାତକୋତ୍ତର କର୍କଟ ପ୍ରତିଷ୍ଠାନ’ (ଏଏଚ୍‌ପିଜିଆଇସି)ଭାବେ ପରିଚିତ ହେବ ବୋଲି ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ସୋମବାର  ବିଧିବଦ୍ଧ ବିଜ୍ଞପ୍ତି ପ୍ରକାଶ ପାଇଛି ।  ସ୍ବାସ୍ଥ୍ୟ ସଚିବ ପ୍ରତିଷ୍ଠାନର ନିର୍ଦ୍ଦେଶକଙ୍କୁ  ଲେଖିଥିବା ବିଭାଗୀୟ ପତ୍ର ସଂଖ୍ୟା- ୩୮୧୭/ ୧୦ .୦୨ ୨୦୨୦ରେ ଏ ବିଷୟ ଉଲ୍ଲେଖ କରିଛନ୍ତି | କେବଳ ନାମକରଣ ନୁହେଁ ଏହି  ପ୍ରତିଷ୍ଠାନର ଉନ୍ନତ କରାଯିବ ସହ ଏଠାରେ ଏବେ ନିଶ୍ଚେତକ ବିଭାଗ, ପାଥୋଲୋଜି, ଇଏନ୍‌ଟି, ୟୁରୋ ଅଙ୍କୋଲୋଜି ଆଦି ବିଭାଗରେ ପିଜି ପାଠ୍ୟକ୍ରମ ଖୋଲାଯିବ | ଏହା ସହିତ  ବର୍ତ୍ତମାନ ଆଚାର୍ଯ୍ୟ ହରିହର କର୍କଟ କେନ୍ଦ୍ରରେ ଶଯ୍ୟା ସଂଖ୍ୟା ୨୮୧ରୁ ୪୨୫କୁ ବୃଦ୍ଧି କରାଯିବା ପାଇଁ ପୂର୍ବରୁ ନିଷ୍ପତ୍ତି ଗ୍ରହଣ କରାଯାଇଛି। ଏଥିସହ ପ୍ରତିଷ୍ଠାନର ସଂପ୍ରସାରଣ ଓ ଭିତ୍ତିଭୂମିର ବିକାଶ କରାଯିବାର ଯୋଜନା ରହିଛି। ଏଠି ପାଇଁ ରାଜ୍ୟ ସରକାର ପାର୍ଯ୍ୟାପ୍ତ ଅର୍ଥ ବ୍ୟବସ୍ଥା ମଧ୍ୟ କରିଛନ୍ତି | 

0
0
0
s2sdefault