ହେଡଲାଇନସ୍:

ଜଗନ୍ନାଥ ମନ୍ଦିର ପ୍ରତିଷ୍ଠା ଉତ୍ସବ ପାଇଁ  ଶିଳ୍ପ ନଗରୀ ହୀରାକୁଦ ଉତ୍ସବ ମୁଖର 

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ହୀରାକୁଦ/ସମ୍ବଲପୁରରୁ ରମାକାନ୍ତ ବିଶ୍ବାଳ- ଜଗନ୍ନାଥ ମନ୍ଦିର ପ୍ରତିଷ୍ଠା ଉତ୍ସବ ପାଇଁ  ଶିଳ୍ପ ନଗରୀ ହୀରାକୁଦ ଉତ୍ସବ ମୁଖର ହୋଇଛି l ଶୁକ୍ରବାର କଳସ ଯାତ୍ରା, ଶନିବାର ଯଂଜ୍ଞ କୁଣ୍ଡରେ ଅଗ୍ନି ସ୍ଥାପନ ଓ ମହାପ୍ରଭୁ ଙ୍କ ମହାସ୍ନାନ ଅନୁଷ୍ଠିତ ହୋଇଥିଲା l ରବିବାର ଶ୍ରୀ ବିଗ୍ରହଙ୍କ ପ୍ରାଣ ପ୍ରତିଷ୍ଠା କରାଯାଇଛି l 

            ଆଜି ଶ୍ରୀ ଜୀଉ ମାନେ ମନ୍ଦିର ପ୍ରବେଶ କରିଛନ୍ତି l ପୁରୀ ରୁ ଆସିଥିବା ପଣ୍ଡିତ ଲୋକ ନାଥ ଦାଶମହାପାତ୍ର ଏବଂ ପଣ୍ଡିତ ପଦ୍ମନାଭ ତ୍ରିପାଠୀ ଶର୍ମା ଙ୍କ ତତ୍ୱାବଧାନ ରେ ଏହି ପ୍ରତିଷ୍ଠା ମହୋତ୍ସବ ଅନୁଷ୍ଠିତ ହୋଇଥିଲା l 1993 ମସିହାରେ ଭିତ୍ତି ପ୍ରସ୍ଥର ସ୍ଥାପନ ହୋଇଥିବା ବେଳେ ଦୀର୍ଘ 29 ବର୍ଷ ପରେ ଏହି ମନ୍ଦିର ପ୍ରତିଷ୍ଠା ହୋଇଛି l ଏହି ଅବସରରେ ଶ୍ରଦ୍ଧାଳୁ ଙ୍କ ଭିଡ଼ ଜମିଥିଲା l ପ୍ରତିଷ୍ଠା ଉତ୍ସବରେ ସ୍ୱାସ୍ଥ୍ୟ ମନ୍ତ୍ରୀ ନବ କିଶୋର ଦାଶ, ପୂର୍ବତନ ବିଧାୟିକା ଡା. ରାସେଶ୍ୱରୀ ପାଣିଗ୍ରାହୀ ଙ୍କ ସମେତ ବହୁ ବିଶିଷ୍ଟ ବ୍ୟକ୍ତି ମାନେ ସାମିଲ ହୋଇଥିଲେ l

0
0
0
s2sdefault