ହେଡଲାଇନସ୍:

ହାଇକୋର୍ଟ ବିଚାରପତି ଭାବେ ଶପଥ ନେଲେ ଜଷ୍ଟିସ ସଞ୍ଜୀବ ପାଣିଗ୍ରାହୀ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

କଟକ ( ଶାସକ ପ୍ରଶାସକ): ଓଡିଶା ହାଇକୋର୍ଟର  ବିଚାରପତି ଭାବେ ଶପଥ ନେଇଛନ୍ତି ଜଷ୍ଟିସ ସଞ୍ଜୀବ ପାଣିଗ୍ରାହୀ । ତାଙ୍କୁ ଶପଥ ପାଠ କରାଇଛନ୍ତି ମୁଖ୍ୟ ବିଚାରପତି ଜଷ୍ଟିସ ସଂଜୁ ପଣ୍ଡା । ସଞ୍ଜୀବ ପାଣିଗ୍ରାହୀଙ୍କ ଶପଥ ପରେ ଓଡ଼ିଶା ହାଇକୋର୍ଟରେ ବିଚାରପତି ସଂଖ୍ୟା ୧୫କୁ ବୃଦ୍ଧି ପାଇଛି । ଶପଥ ଗ୍ରହଣ ସମାରୋହରେ ବହୁ ବିଚାରପତି ଓ ପୂର୍ବତନ ବିଚାରପତି ଉପସ୍ଥିତ ଥିଲେ । କେତେକ ମନ୍ତ୍ରୀ, ଅଧିକାରୀ ଓ ଆଇନଜୀବି ମଧ୍ୟ ଉପସ୍ଥିତି ରହିଥିଲେ । ସୂଚନା ଥାଉକି, ଫେବୃଆରୀ ୭ରେ ସଞ୍ଜୀବ ପାଣିଗ୍ରାହୀଙ୍କୁ ବିଚାରପତି ଭାବେ ନିଯୁକ୍ତି ଦେଇଥିଲେ ରାଷ୍ଟ୍ରପତି ରାମନାଥ କୋବିନ୍ଦ ।

0
0
0
s2sdefault