ହେଡଲାଇନସ୍:

ମନ କିଣିନେଲେ ମନୋହର

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

 ନବରଙ୍ଗପୁର (ଶାସକ ପ୍ରଶାସକ) : ଭୋଟ ସରିଯାଇଛି | ଏବେ ଯାଇ ଆଉ ଚାରିବର୍ଷ ପରେ ଭୋଟ | ହେଲେ ଡାବୁଗାଁ ବିଧ୍ୟାକ ମନୋହର ରା଼ନ୍ଧାରୀଙ୍କ ପାଇଁ କିଛି ଫରକ ପଡ଼େନି | ଭୋଟ ପୂର୍ବରୁ ଲୋକଙ୍କ ସହିତ ଯେମିତି ଥିଲେ ଏବେ ଭୋଟ ପରେ ବି ସେମିତି ଅଧିକାଂଶ ସମୟ ଲୋକଙ୍କ ସହିତ ନିଜ ନିର୍ବାଚନମଣ୍ଡଳୀରେ | ଘନ ଘନ ବୁଲୁଛନ୍ତି ନିଜ ଅଂଚଳରେ | କେତେବେଳେ ଲୋକଙ୍କୁ ଯାଇ ଦାଆ ବାଣ୍ଟୁଛନ୍ତି ତ କେତେବେଳ ପିଲାଙ୍କୁ କଲମ ଖାତା | ଆଉ କେତେବେଳେ ଆଶ୍ରମ ସ୍କୁଲରେ ପଶି ଖାଦ୍ୟର ମାନ ଯାଞ୍ଚ କରି ଅବହେଳା ପାଇଁ ତାଗିଦ କରି ଆସୁଛନ୍ତି |  ଆଉ ସୋସିଆଲ ମିଡିଆରେ ସର୍ବାଧିକ ଆକ୍ଟିଭ | ଖବର ପାଇଲା ମାନେ ଦୌଡ଼ି ଯାଉଛନ୍ତି ଜାଗା ଉପରକୁ | ଏବେ ମନୋହର ଚର୍ଚ୍ଚାରେ ଭିନ୍ନ ଏକ କାମ ପାଇଁ | ଏଥର ମଣିଷ ପଣିଆ କାମ ପାଇଁ ଆସିଛନ୍ତି ଚର୍ଚ୍ଚାକୁ | ବିଧାୟକ ମନୋହର ନିଜ ସହଯୋଗୀଙ୍କ ସହ ମିଶି ଜଣେ ଗର୍ଭବତୀ ମହିଳାଙ୍କୁ ଗୋଟିଏ ଭାରରେ କାନ୍ଧେଇ ପାହାଡିଆ ରାସ୍ତାରେ ୫କିଲୋମିଟର ଦୂର ପାପଡାହାଣ୍ଡିର ମୈଦାଲପୁର ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ରରେ ପହଂଚାଇଥିଲେ | 

ମୈଦାଲପୁର ପଂଚାୟତ କୁସୁମୀ ଖୁଣ୍ଟି ଗ୍ରାମର ଜେମା ବେହେରାଙ୍କ ପ୍ରସବ ବେଦନା ବୃଦ୍ଧି ପାଇବାରୁ ଯେ ଯନ୍ତ୍ରଣା ଅନୁଭବ କଲେ | ସେ ଗାଁକୁ ମଟର ଯିବା ପାଇଁ ରାସ୍ତା ନାହିଁ, ତେଣୁ ଆମ୍ବୁଲାନ୍ସ ଯିବା ସମ୍ଭବ ନଥିଲା | ଏ ଘଟଣା ବିଷୟରେ ଜାଣିବା ପରେ ମନୋହର ସେଇ ଗାଁକୁ ଦୌଡ଼ିଗଲେ | ସ୍ଥାନୀୟ ଲୋକଙ୍କ ସହାୟତାରେ ଖଟିଆ ଝୁଲା ତିଆରି କରି ଜେମାଙ୍କୁ ସେଥିରେ ଶୁଆଇଦେଲେ | ସେଇ ଝୁଲାର ଗୋଟିଏ ପଟୁ ଭରା କାନ୍ଧେଇ ଚାଲିଚାଲି ମୈଦାଲପୁର ପ୍ରାଥମିକ ମସ୍ଥ୍ୟ କେନ୍ଦ୍ରରେ ପହଂଚାଇଥିଲେ | ବିଧାୟକ ମନୋହରଙ୍କ ଏପରି ମହତ କାର୍ଯ୍ୟକୁ ସ୍ଥାନୀୟ ଲୋକମାନେ ପ୍ରଶଂସା କରିଥିଲେ |  

 

0
0
0
s2sdefault