ହେଡଲାଇନସ୍:

ଘଟିଲା ଅଘଟଣ : ଚାଲିଗଲା ନିରୀହ ଜୀବନ 

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

 ଅମଠି ମାର୍କେଟ ୟାର୍ଡରେ ଅଘଟଣ ଜଣେ ଶ୍ରମିକ ମୃତ

ବରଗଡ(ଶାସକ ପ୍ରଶାସକ) :- ଆଜି ଅପରାହ୍ନରେ ବରଗଡ ଜିଲ୍ଲା ଝାରବନ୍ଧ ପେକ୍ସ ଅନ୍ତର୍ଗତ ଅମଠି ମାର୍କେଟ ୟାର୍ଡ ରେ ଏକ ଟ୍ରକରେ ଧାନ ଲୋଡ଼ କରୁଥିବା ସମୟରେ କାର୍ତିକ ସାହୁ ନାମକ ଜଣେ ଶ୍ରମିକ ଗାଡିରୁ ଖସିପଡି ଗୁରୁତର ଆହତ ହେଇଥିଲେ । ତାଙ୍କୁ ତୁରନ୍ତ ପାଇକମାଳ ସରକାରୀ  ଚିକିତ୍ସାଲୟକୁ ନିଆ ଯାଇଥିଲା ହେଲେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ମୃତ ଶ୍ରମିକ ଅତ୍ୟନ୍ତ ଗରିବ ଶ୍ରେଣୀର ଅଟନ୍ତି । ଏହି ଖବର ପାଇବା ପରେ ପଦ୍ମପୁର ଉପଜିଲ୍ଲାପାଳ ଶ୍ରୀ ତନ୍ମୟ ଦରୁଆନ ଶୋକ ପ୍ରକଟ କରିବା ସହିତ ମୃତକ ଙ୍କର ପରିବାରକୁ ନିୟମ ମୁତାବକ ସମସ୍ତ ସହାୟତା ପ୍ରଦାନ କରାଯିବ ବୋଲି ଆମକୁ କହିବା ସହିତ ଏହି ଘଟଣା ତାଙ୍କୁ ଅତ୍ୟନ୍ତ ମର୍ମାହତ କରିଛି ବୋଲି କହିଛନ୍ତି । ଆସନ୍ତା କାଲି ଶବ ବ୍ୟବଚ୍ଛେଦ ପରେ ଶବ କୁ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯିବ ବୋଲି ସୂଚନା ମିଳିଛି ।    

0
0
0
s2sdefault