ହେଡଲାଇନସ୍:

ସିଏଏକୁ ନେଇ କୌଣସି ଭ୍ରମ-ଦ୍ୱନ୍ଦ-ଶଙ୍କା-ଆଶଙ୍କାର ଶୀକାର ହୁଅନ୍ତୁ ନାହିଁ : ପ୍ରତାପ 

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

କେନ୍ଦ୍ରମନ୍ତ୍ରୀ ପ୍ରତାପ ଷଡ଼ଙ୍ଗୀଙ୍କ ଦିନିକିଆ ନୂଆପଡା ଗସ୍ତ

ନୂଆପଡ଼ା,(ଅମିତ ପୁରୋହିତ): କେନ୍ଦ୍ର ସରକାରଙ୍କ ଅଣୁ, କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗ, ମତ୍ସ୍ୟ, ପ୍ରାଣୀ ସମ୍ପଦ, ଦୁଗ୍ଧ ବିଭାଗ ମନ୍ତ୍ରୀ ପ୍ରତାପ ଚନ୍ଦ୍ର ଷଡ଼ଙ୍ଗୀ ଦିନିକିଆ ନୂଆପଡ଼ା ଜିଲ୍ଲା ଗ୍ରସ୍ତରେ ଆସି ଖରିଆରରୋଡ଼ ସହରରେ ପହଂଚି ଥିଲେ । ସେଠାରେ ଜନ ସାଧାରଣ ଓ ବିଜେପି କାର୍ଯ୍ୟକର୍ତ୍ତା ସ୍ୱାଗତ ସମ୍ବର୍ଦ୍ଧନା ଜ୍ଞାପନ କରିଥିଲେ । ପରେ ଆମସେନା ଗୁରୁକୁଲ ଆଶ୍ରମର ବର୍ଷିକ ଉତ୍ସବ କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ । ଅପରାହ୍ନରେ ସ୍ଥାନୀୟ ପୁଲିସ ପଡ଼ିଆଠାରେ ଆୟୋଜିତ ବୁଦ୍ଧିଜୀବୀ ସମ୍ମିଳନୀରେ ଯୋଗ ଦେଇଥିଲେ । କଲାହାଣ୍ଡି ଲୋକସଭା ସାଂସଦ ବସନ୍ତ ପଣ୍ଡାଙ୍କ ଅଧ୍ୟକ୍ଷତାରେ ଆୟୋଜିତ ସମ୍ମିଳନୀରେ କେନ୍ଦ୍ର ମନ୍ତ୍ରୀ ଶ୍ରୀ ଷଡ଼ଙ୍ଗୀ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ । ରାଜ୍ୟ ବିଜେପି ଅନୁସୂଚିତ ଜାତି ଓ ଜନଜାତୀ ମୋର୍ଚ୍ଚା ଉପ ସଭାପତି ଖାମସିଂ ମାଝି, ଜିଲ୍ଲା ସଦସ୍ୟତା ଅଭିଯାନ ପ୍ରଭାରୀ ଇଂ ହୋମସିଂ ମାଝି, ଜିଲ୍ଲା ସଧାରଣ ସମ୍ପାଦକ ସୁଶାନ୍ତ ପତି, ଗୋଲ୍ଡି ଅଗ୍ରୱାଲ, ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ମନିଜର ଆର୍ଯ୍ୟ, ଚତୁଭୂର୍ଜ ଶର୍ମା, କମଲେଶ ଦିକ୍ଷୀତ ପ୍ରମୁଖ ସମ୍ମାନିତ ଅତିଥି ଭାବେ ମଞ୍ଚାସୀନ ଥିଲେ । ବିଜେପି ଯୁବ ମୋର୍ଚ୍ଚା ଜିଲ୍ଲା ଦିଲିପ ନିର୍ମଲକର, ସାଧାରଣ ସମ୍ପାଦକ ତୁଲସ ପଟେଲ, କୋଷାଧ୍ୟକ୍ଷ ଅଭିନନ୍ଦନ ପଣ୍ଡା ମଞ୍ଚ ପରିଚାଳନା କରିଥିଲେ । ଦେଶ ବାହାରେ ନିର୍ଯ୍ୟାତିତ ହେଉଥିବା ହିନ୍ଦୁ, ଶିଖ, ଇସାଇ, ବୁଦ୍ଧିଷ୍ଟ ମାନଙ୍କୁ ନାଗରିକତ୍ୱ ପ୍ରଦାନ କରିବା ପାଇଁ କେନ୍ଦ୍ର ସରକାର ନାଗରିକ ବିଧେୟକ ଆଇନ(ସିଏଏ) ପ୍ରଣୟନ କରିଛନ୍ତି । ଏଥିରେ କୌଣସି ଭାରତୀୟଙ୍କ ନାଗରିକତ୍ୱ ଯିବ ନାହିଁ । ଏଣୁ ଦେଶବାସୀ ଏଥିରେ ବିଚଳିତ, କୌଣସି ଭ୍ରମ, ଦ୍ୱନ୍ଦରେ ନ ପଡି ଶଙ୍କା ଆଶଙ୍କାର ଶୀକର ହୁଅନ୍ତୁ ନାହିଁ । ଦେଶବାସୀଙ୍କ ହିତ ପାଇଁ ପ୍ରଣୟନ ସିଏଏ ଆଇନକୁ ସମସ୍ତେ ସମର୍ଥନ କରିବାର ଆବଶ୍ୟକତା ରହିଛି । ଭାରତ ସ୍ୱାଧିନତା ପରବର୍ତ୍ତି ସମୟରେ ଧର୍ମ ନାଁରେ ଦେଶ ବିଭାଜନ ହୋଇଥିଲା । ପାକିସ୍ତାନ, ଆଫଗାନିସ୍ତାନ, ବାଙ୍ଗଳାଦେଶ ଭଳି ଦେଶରେ ବହୁ ହିନ୍ଦୁ, ଶିଖ, ଇସାଇ, ବୋଦ୍ଧ ଧର୍ମର ଲୋକେ ରହି ଯାଇଥିଲେ । ସେମାନେ ପରବର୍ତ୍ତି ସମୟରେ ତଳି ତଳାନ୍ତ, ପଦଦଳିତ, ଲାଂଛିତ, ଅପମାନିତ, ଉତ୍ପୀଡ଼ନ , ଶୋଷଣର ଶିକାର ହୋଇଥିଲେ । ସେଠାରୁ ପଳାୟନ ହୋଇ ଭାରତ ଦେଶରେ ଶରଣ ପଶିଥିଲେ । ସେମାନଙ୍କୁ ଦେଶରେ ନାଗରିକତ୍ୱ ମିଳିନଥିବାରୁ ସରକାର ଙ୍କ ବିଭିନ୍ନ ଜନହିତକାରୀ ଯୋଜନାରୁ ବଂଚିତ  ହୋଇ ଦୟନୀୟ ଜୀବନ ଯାପନ ପରୁଛନ୍ତି । ସେହି ହିନ୍ଦୁ, ଶିଖ, ଇସାଇ, ବୌଦ୍ଧ ଧର୍ମର ଶରାଣାର୍ଥୀ ମାନଙ୍କୁ ନାକରିକତ୍ୱ ପ୍ରଦାନ କରିବା ପାଇଁ ମୋଦୀ ସରକାରଙ୍କ ଏହି ଆଇନ ସ୍ୱାଗତଯୋଗ୍ୟ ପଦକ୍ଷେପ ଓ ଶରଣାର୍ଥୀଙ୍କ ହିତ ପାଇଁ ଆମେ ସମସ୍ତେ ଏହି ଆଇନକୁ ସହୃଦୟେ ଗ୍ରହଣ କରିବାର ଆବଶ୍ୟକତା ରହିଛି ବୋଲି କେନ୍ଦ୍ର ମନ୍ତ୍ରୀ ଶ୍ରୀ ଷଡ଼ଙ୍ଗୀ ବୁଦ୍ଧିଜୀବୀମାନଙ୍କୁ ଉଦ୍ବୋଧନ ଦେଇଥିଲେ । ଅନୁସୂଚିତ ଜାତି ଜିଲ୍ଲା ସଭାପତି ମୁରଲିଧର ସୁନା, ନୂଆପଡ଼ା ନଗର ସଭାପତି ବିଜୟ ଚନ୍ଦ୍ରପାର, ମଣ୍ଡଲ ସଭାପତି ଡମୃଧର ମହାନନ୍ଦ, ବିକ୍ରମ ଆଡବଙ୍ଗ, ଥାନସିଂ ଠାକୁର, ବଲଜିତ ଗାନ୍ଧୀ, ଦୁର୍ବାଶା ରାଉତ, ଦେବାନନ୍ଦ ସାହୁ, ଅଭିଷେକ ପଣ୍ଡା, ସଦାନନ୍ଦ ଯୋଷୀ, ବଜରଙ୍ଗ ଦଳ ଜିଲ୍ଲା ସଂଯୋଜକ ଉଜ୍ଜ୍ୱଳ ତିୱାଲ, ଗୋ ରକ୍ଷା ସମିତି ଜିଲ୍ଲା ସଂଯୋଜକ ମଳୟ ରଂଜନ ମଣ୍ଡଳ, ଭଗତ ସିଂ, ମହେଶ୍ୱର ଦଣ୍ଡସେନା ପ୍ରମୁଖ ଉପସ୍ଥିତ ଥିଲେ ।            

 

0
0
0
s2sdefault