ହେଡଲାଇନସ୍:

ଶ୍ରୀ ଶ୍ରୀ ନୃସିଂହନାଥ ପୀଠରେ ମାଘ ମେଳା ସମ୍ପନ୍ନ

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ହଜାର ହଜାର ଶ୍ରଦ୍ଧାଳୁ ଙ୍କର ସମାବେଶ, ମନ୍ଦିର ପ୍ରଶାସନ ପକ୍ଷରୁ ପ୍ରଶଂସନୀୟ ବ୍ୟବସ୍ଥା

ବରଗଡ(ଶାସକ ପ୍ରଶାସକ) :- ଆଜି ପଶ୍ଚିମ ଓଡିଶାର ପ୍ରସିଦ୍ଧ ତୀର୍ଥ କ୍ଷେତ୍ର ଶ୍ରୀ ଶ୍ରୀ ନୃସିଂହନାଥ ମହାପ୍ରଭୁଙ୍କ ମନ୍ଦିରରେ ପବିତ୍ର ମାଘ ପୂର୍ଣ୍ଣିମା ଉପଲକ୍ଷେ ଗତ କାଲି ଠାରୁ ହେଉଥିବା ଅଖଣ୍ଡ ନାମ ସଂକୀର୍ତ୍ତନ ର ପୂର୍ଣ୍ଣାହୁତି ହେଇ ଯାଇଛି ।

ପ୍ରତ୍ୟେକ ବର୍ଷ ଭଳି ମନ୍ଦିର ପରିସରରେ ମାଘ ମାସ ଶୁକ୍ଳ ଚତୁର୍ଦଶୀ ଦିନ ଏହି ନାମ ସଂକୀର୍ତ୍ତନ ଆରମ୍ଭ ହେଇ ପୂର୍ଣ୍ଣିମା ଦିନ ପୂର୍ଣ୍ଣାହୁତି ପଡିଥାଏ । ଚଳିତ ବର୍ଷ  ଯଜ୍ଞ କର୍ତା ଭାବରେ ଶ୍ରୀ ଅମୃତ ପଣ୍ଡା ଓ ତାଙ୍କର ସହଧର୍ମିଣୀ ଦାଇତ୍ୱ ନିର୍ବାହନ କରିଥିବା ବେଳେ ଶ୍ରୀ ଡିଗ୍ରୀ ଦେବତା ମୁଖ୍ୟ ପୂଜକ ର ଦାଇତ୍ୱ ତୁଲାଇଥିଲେ । ଏହି ନାମ ସଂକୀର୍ତ୍ତନ ଓ ଯଜ୍ଞ ରେ ଓଡିଶା ତଥା ପଡ଼ୋଶୀ ଛତିଶଗଡ଼ ରାଜ୍ୟରୁ ହଜାର ହଜାର ଭକ୍ତ ଯୋଗଦାନ କରିବା ସହିତ ପୁଣ୍ୟ ପାପନାସିନୀ ଝରଣାରେ ବୁଡ଼ ପକାଇବା ସହିତ ମହାପ୍ରଭୁଙ୍କ ଦର୍ଶନ ଲାଭ କରିଥିଲେ । ଏହି ଉତ୍ସବରେ ହେଇଥିବା ପ୍ରବଳ ଜନ ସମାଗମ କୁ ଆଖି ଆଗରେ ରଖି ମନ୍ଦିର ପ୍ରଶାସନ ତରଫରୁ ସମସ୍ତ ପ୍ରକାର ସୁବ୍ୟବସ୍ଥା କରାଯାଇଥିବା ମନ୍ଦିର କାର୍ଯ ନିର୍ବାହୀ ଅଧିକାରୀ ଶ୍ରୀ ପୁରୁଷୋତ୍ତମ ପ୍ରଧାନ ସୂଚନା ପ୍ରଦାନ କରିଛନ୍ତି ।

0
0
0
s2sdefault