ହେଡଲାଇନସ୍:

ସାହିତ୍ୟକୁ ସ୍ଥାନିତ କରିବ "ଶାସକ ପ୍ରଶାସକ" ସାହିତ୍ୟ ପୃଷ୍ଠାରେ 

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ଅନେକ ପାଠକଙ୍କ ଠାରୁ ଆସିଲା ମତାମତ | ଶାସକ ପ୍ରଶାସକ ଡଟ କମରେ ସାହିତ୍ୟ ବିଭାଗ ଅଛି କି ନାହିଁ ! ହେଲେ ସମ୍ବାଦ ଓ ସାହିତ୍ୟ ଯେ ଅନୁପୂରକ | ସାହିତ୍ୟକୁ ଛାଡି ସମ୍ବାଦର ପରିକଳ୍ପନା ଅସମ୍ଭବ | ପୂର୍ଣ୍ଣତା ଆସେନି ସମ୍ବାଦର ସାହିତ୍ୟ ବିନା | ସମ୍ବାଦ ସାହିତ୍ୟ ହାତରେ ହାତ ଛନ୍ଦା | ସମ୍ପର୍କର ରେଶମ ଡୋରିରେ ବନ୍ଧା | ସେଇ ଶବ୍ଦ ଖଞ୍ଜା , ଆଉ ଶବ୍ଦ ଚାତୁରୀ | 

ବହୁଦିନ ଧରି ଆମ  "ଶାସକ ପ୍ରଶାସକ ଡଟ କମ"ର ନିୟମିତ ପାଠକ ପ୍ରସ୍ତାବ ଦେଇଥିଲେ କବିତା ସାହିତ୍ୟ ଓ ଗଳ୍ପ ସ୍ଥାନିତ କରିବା ପାଇଁ | ବାସ୍ତବିକ ସମୟର ବ୍ୟସ୍ତତା ପାଇଁ ସାହିତ୍ୟ ଭଳି ଏକ ଦାୟିତ୍ୱସମ୍ପନ୍ନ କାର୍ଯ୍ୟ ସମ୍ପାଦନା ପାଇଁ ଦୁଃସାହସ କରିପାରୁନଥିଲୁ | ହେଲେ ପାଠକପାଠିକା ମାନଙ୍କ ବାରମ୍ବାର ମତାମତକୁ ଆମେ ଭାଙ୍ଗି ପାରୁନୁ | ନିଷ୍ପତ୍ତି ନେଉଛୁ ସମ୍ବାଦ ଭିତରୁ ସମୟ ଦେଇ ସାହିତ୍ୟ ସର୍ଜନାକୁ ସ୍ଥାନିତ କରିବୁ ପୋର୍ଟାଲରେ | ଆମ ପାଖରେ କିଛି  କବିତା , ଗଳ୍ପ ଓ ପ୍ରବନ୍ଧ ଆସି ପହଞ୍ଚିଛି | ତାକୁ ସ୍ଥାନିତ କରିବାର ଚେଷ୍ଟା କରିବୁ ପ୍ରତି ସପ୍ତାହରେ | ମୋଟାମୋଟି ଭାବେ ନୂତନ, ତରୁଣ ତଥା ଯୁବ ସ୍ରଷ୍ଟା ମାନଙ୍କୁ ଆମେ ଅଧିକ ସୁଯୋଗ ଦେବୁ | ସେମାନଙ୍କୁ ପ୍ରୋତ୍ସାହନ ଦେବୁ | ଆପଣମାନଙ୍କ ମତାମତ, ଗଠନମୂଳକ ସମାଲୋଚନା ସେମାନଙ୍କୁ ଉତ୍ସାହିତ କରିବ | ଦୋଷତୃଟି ସୁଧାରିବ | ସେମାନେ ଆହୁରି ଭଲ ଲେଖିବାକୁ ପ୍ରୋତ୍ସାହିତ ହେବେ | ବିଶିଷ୍ଟ ଆଉ ପ୍ରଜ୍ଞାଦୀପ୍ତଙ୍କ ଆଶୀର୍ବାଦରେ ସେମାନେ ବି ଆଗକୁ ଯିବେ |  ଆମେ ବାର୍ଷିକ ଉତ୍ସବରେ ସର୍ବାଧିକ ଆଦୃତି ପାଇଥିବା କବିତା, ଗଳ୍ପ ଓ ପ୍ରବନ୍ଧକୁ ପୁରସ୍କୃତ କରିବୁ | କାରଣ ପାଠକ ଆମର ଶ୍ରେଷ୍ଠ ବିଚାରକ | ଆଉ କଥା ଦେଉଛୁ ବର୍ଷର ସବୁଠୁ ଭଲ କବିତା, ଗଳ୍ପ ଓ ପ୍ରବନ୍ଧକୁ ନେଇ ଏକ ବାର୍ଷିକ ସାହିତ୍ୟ ସଂକଳନ ବି ପ୍ରକାଶ କରିବୁ |

ଏଥିପାଇଁ ଆମେ ଆମର ବିଦଗ୍ଧ ପାଠକ ପାଠିକାଙ୍କ ଠାରୁ ଲେଖା ଆହ୍ୱାନ କରିବୁ | ଟାଇପ ହୋଇଥିବା କବିତା, ଗଳ୍ପ, ପ୍ରବନ୍ଧ ଓ ତତସଂପର୍କୀୟ ଫୋଟୋ ଆମକୁ ପ୍ରେରଣ କରିବେ | ଆମ ଇ-ମେଲ ଠିକଣା This email address is being protected from spambots. You need JavaScript enabled to view it. | ଆମେ ତାକୁ ପୋର୍ଟାଲରେ ସ୍ଥାନିତ କରିବାକୁ ଚେଷ୍ଟା କରିବୁ | 

ସମ୍ପାଦକ 

ଶାସକପ୍ରଶାସକ ଡଟ କମ 

 

0
0
0
s2sdefault