ହେଡଲାଇନସ୍:

ନବଜାତ ଶିଶୁ ପୁତ୍ରର ମୃତ ଦେହ ଉଦ୍ଧାର : ଲୋକ ଲଜ୍ଜାରେ ଶିଶୁକୁ ଫିଙ୍ଗି ଦେଇଥିବା ସନ୍ଦେହ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ବୀରମହାରାଜପୁର (ଉପଖଣ୍ଡ ପ୍ରତିନିଧି ବିନୋଦ ପାଣ୍ଡେ ) ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର  ଥାନା ଠେଙ୍ଗୋ ଡ୍ୟାମ୍ ଫାଣ୍ଡି ଅନ୍ତର୍ଗତ ଦାଦରପାଳି - ସୁରଧାପାଳି ମଝିରେ ଥିବା ଭୂବନାଳ ନିକଟରୁ ଶନିବାର ସନ୍ଧ୍ୟାରେ ଏକ ନବଜାତ ଶିଶୁ ପୁତ୍ରର  ମୃତ ଦେହ ଉଦ୍ଧାର କରାଯାଇଛି । ଜନ୍ମ ହେଲା ପରେ ଶିଶୁକୁ କେହି ନାଳକୁ ଫିଙ୍ଗି ଦେଇଥିବା  ଅନୁମାନ କରାଯାଉଛି । ମୃତ ଦେହ ନିକଟରେ ଏକ ଚଦର, ବ୍ୟାଗ ଓ ବସ୍ତା ମଧ୍ଯ ପଡିରହିଛି । ଅବୈଧ ସମ୍ପର୍କ ରୁ ଜନ୍ମ ନେଇଥିବାରୁ କେହି ଲୋକ ଲଜ୍ଜା ରେ ଶିଶୁକୁ ଫିଙ୍ଗି ଦେଇଥିବା ଅଞ୍ଚଳରେ ଚର୍ଚ୍ଚା ହେଉଛି । ଏ ସମ୍ପର୍କରେ ବୀରମହାରାଜପୁର ପୋଲିସ ଘଟଣାସ୍ଥଳରେ ପହଞ୍ଚି ଶିଶୁ ପୁତ୍ରର ମୃତ ଦେହ ଉଦ୍ଧାର ବ୍ୟବଚ୍ଛେଦ ପାଇଁ ଡାକ୍ତରଖାନା କୁ ପଠାଇ କିଏ ଓ କାହିଁକି ଶିଶୁର ଶବ ଫିଙ୍ଗିଲା ସେନେଇ ପୋଲିସ ତଦନ୍ତ ଜାରି ରଖିଛି ।

0
0
0
s2sdefault