ହେଡଲାଇନସ୍:

ବାମରା ବନ୍ୟପ୍ରାଣୀ ବନାଞ୍ଚଳରେ ମାଈହାତୀର ମୃତ୍ୟୁ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ସମ୍ବଲପୁରରୁ ରମାକାନ୍ତ ବିଶ୍ବାଳ-: ଜମନକିରା ବ୍ଲକ ବାମରା ବନ୍ୟପ୍ରାଣୀ ବନାଞ୍ଚଳ ଅନ୍ତର୍ଗତ ବଡ଼ରମା ରେଞ୍ଜ ପଥୁରିଆରେ ଶନିବାର ଏକ ମାଈହାତୀର ମୃତ୍ୟୁ ଘଟିଛି। ବନ ବିଭାଗ ପକ୍ଷରୁ ହାତୀର ମୃତଦେହ ବ୍ୟବଚ୍ଛେଦ ପରେ ମାଟିରେ ପୋତି ଦିଆଯାଇଥିବା  ବାମରା ଡିଏଫ୍‌ଓ ନୃସିଂହଚରଣ ମିଶ୍ର ପ୍ରକାଶ କରିଛନ୍ତି। 

ବନ ବିଭାଗର ସୂଚନା ଅନୁଯାୟୀ, କିଛି ଦିନ ହେଲା ବୃଦ୍ଧା ହାତୀଟି ତା’ ଛୁଆ ସହ ବଡ଼ରମା ପଥୁରିଆ ଜଙ୍ଗଲ ପାଖାପାଖି ବୁଲାବୁଲି କରୁଥିଲା। ଏହା ଦେଖି ଗାଁଲୋକ ବନ ବିଭାଗ କର୍ତ୍ତୃପକ୍ଷଙ୍କୁ ଜଣାଇଥିଲେ। ଶୁକ୍ରବାର ରାତିରେ ବଡ଼ରମା ବନ ବିଭାଗ ପକ୍ଷରୁ ଜମନକିରା ପ୍ରାଣୀ ଚିକିତ୍ସକ ଡା. ସାରଦାପ୍ରସନ୍ନ ସିଂବରିହାଙ୍କୁ ନେଇ ଚିକିତ୍ସା କରିବା ପାଇଁ ଚେଷ୍ଟା କରାଯାଇଥିଲା। ତେବେ ପାଖରେ ଥିବା ଛୁଆହାତୀର ଅବସ୍ଥିତି ଯୋଗୁ ଡାକ୍ତର ଚିକିତ୍ସା ପାଇଁ ସାହସ କରିପାରି ନ ଥିଲେ। ଶନିବାର  ପୁନର୍ବାର ହାତୀଥିବା ସ୍ଥାନକୁ ଚିକିତ୍ସା ପାଇଁ ଯାଇଥିବା ବେଳେ ହାତୀଟିର ମୃତ୍ୟୁ ହୋଇଥିବା ଜାଣିଥିଲେ। ବ୍ୟବଚ୍ଛେଦ ପରେ ଏକ ଜେସିବି ସାହାଯ୍ୟରେ ମାଟି ଖୋଳି ମୃତ ହାତୀଟିକୁ ପୋତି ଦିଆଯାଇଥିବା ଜଣାପଡ଼ିଛି। ହାତୀଟିର ବୟସ ୫୦ରୁ ୬୦ ହୋଇଥିବା ବେଳେ ବାର୍ଦ୍ଧକ୍ୟ ଯୋଗୁ ମୃତ୍ୟୁ ଘଟିଥିବା ପ୍ରାଥମିକ ତଦନ୍ତରୁ ଜଣାପଡ଼ିଥିବା ଡିଏଫ୍‌ଓ ପ୍ରକାଶ କରିଛନ୍ତି। ଏଥିରେ ଡିଏଫ୍‌ଓଙ୍କ ସମେତ ଏସିଏଫ୍‌ ଯଦୁମଣୀ କେର୍କେଟା,  ରେଞ୍ଜର ରିସ୍ନା ଜାମୁଡାଳିଆ, ଫରେଷ୍ଟର, ଫରେଷ୍ଟଗାର୍ଡ, ବିଟ ଗାର୍ଡ ପ୍ରମୁଖ ଉପସ୍ଥିତ ଥିଲେ।

0
0
0
s2sdefault