ହେଡଲାଇନସ୍:

ଅସହାୟଙ୍କ ପ୍ରତି ଏ କି ପ୍ରକାର ନ୍ୟାୟ ପୋଲିସ ମହୋଦୟ : ମୁଖ୍ୟମନ୍ତ୍ରୀ-୫ ଟି ସଚିବ ଦେବେକି ଅସହାୟା ମହିଳାଙ୍କୁ ନ୍ୟାୟ !

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ସିଜେରାନ ହୋଇଥିବା ଅସୁସ୍ଥ ମହିଳାଙ୍କୁ 6-8 ଦିନର ଶିଶୁ କନ୍ୟା ସହ ଗିରଫ କଲା କେମିତି ପୋଲିସ !  

" ଜାନୁୟାରୀ ୧୫ରୁ ନିଖୋଜ ଥିଲା ଶୁଭେନ୍ଦୁ | ଦିନେ ଦିଦିନ ଖୋଜାଖୋଜି କରି ନ ପାଇବା ପରେ ୧୭ ତାରିଖରେ ରାଇକିଆ ଥାନାରେ ଏତଲା ଦେଲେ ଶୁଭେନ୍ଦୁଙ୍କ ବିଧବା ମା | ୧୫-୧୬ଦିନ  ବିତି ଯାଇଥିଲେ କିଛି ସୂଚନା ପାଇଲେନି ପରିବାର ଲୋକ | ନିଖୋଜ ଏତଲା ଉପରେ କାର୍ଯ୍ୟାନୁଷ୍ଠାନ ନେଇ କିଛି ଜଣାଇଲନି ପୋଲିସ | ଖାଲି ପରିବାରଲୋକଙ୍କୁ ଦେଲା ମିଛ ଆଶ୍ୱାସନା | "ତମ ପୁଅ ତାମିଲନାଡୁରେ ଅଛି, ଆମେ ଟ୍ରାକିଙ୍ଗ କରୁଛୁ , ତମ ପୁଅକୁ ଆମେ ଧରିକି ବସିଛୁ କି" ଇତ୍ୟାଦି ଇତ୍ୟାଦି | ଫେବୃୟାରୀ ତିନି ତାରିଖରେ ପରିବାରଲୋକେ ଓ ଗାଁ ଲୋକ ରାଇକିଆ ପୁଲିସକୁ ପଚାରିବାକୁ ଯାଇ ଯାହା ଉତ୍ତର ପାଇଲେ ସେଥିରେ ସନ୍ତୁଷ୍ଟ ହୋଇନଥିଲେ | "  ୬ ରୁ ୮ ଦିନର ନବଜାତ ଶିଶୁକନ୍ୟାକୁ ନେଇ ଥାନା ଆଗରେ ଧାରଣା ଦେଇଥିଲେ ସୁଭେନ୍ଦୁଙ୍କ ପତ୍ନୀ ଅନୁମା ତାଙ୍କ ବିଧବା ଶାଶୁ ଓ ଗାଁର ଲୋକମାନେ |  ନ୍ୟାୟ ପାଇବା ପାଇଁ ଧାରଣାରେ ବସିବା ହେଇଗଲା ଅପରାଧ !  ରାଇକିଆ ପୁଲିସ ଏବଂ ଘୁ.ଉଦୟଗିରି ଏସଡିପିଓ 6 ଦିନର ନବଜାତ ଶିଶୁ କନ୍ୟା, ଅସୁସ୍ଥ ସ୍ତ୍ରୀ, ପରିବାର ଲୋକଙ୍କୁ ନ୍ୟାୟ ଦେବା ପରିବର୍ତ୍ତେ କିପରି ଗିରଫ କଲେ ?  ଇଏ କି ପ୍ରକାର ମଣିଷପଣିଆ ! ଇଏ କଣ ବାସ୍ତବରେ ପିପୁଲସ ପୋଲିସ ! ହତ୍ୟାକାରୀକୁ ଧରିବ ନ ଜଣେ ନ୍ୟାୟପାଇଁ ଆନ୍ଦୋଳନ କରୁଥିବା ମୃତକର ଅସୁସ୍ଥ ପତ୍ନୀ, ୬ ଦିନର ଶିଶୁ ଓ ପରିବାର ବର୍ଗକୁ ପୋଲିସ ହେପାଜତକୁ ନେବ ! ମହିଳାଙ୍କ ଭୁଲ କଣ ଥିଲା, ତାଙ୍କ ନିଖୋଜ ତଥା ମୃତ ସ୍ୱାମୀଙ୍କୁ ହତ୍ୟାକାରୀଙ୍କୁ ଧରିବା ପାଇଁ ଦାବି କରିବା ! ନବଜାତ ଶିଶୁ କନ୍ୟାର କଣ ଭୁଲ ଥିଲା  ? ଆଉ ଗୋଟେ କଥା ପୋଲିସ ମଣିଷ ପଣିଆ କେମିତି ଭୁଲିଗଲା | କିପରି ଜଣେ  ସିଜେରାନ ହୋଇ ଥିବା ମହିଳାଙ୍କୁ ସ୍ୱାସ୍ଥ୍ୟଅବସ୍ଥା ଗୁରୁତର ଥିବା ଅବସ୍ଥାରେ  ଗିରଫ କଲା ଗୋଟେ ୬ ଦିନର ଶିଶୁ ସହିତ ? ସରକାର କଣ ୫-ଟି କରିଛନ୍ତି ପୋଲିସର ଏଭଳି ଉତ୍ସୃଙ୍ଖଳତା ପାଇଁ ? ପୋଲିସ ମଣିଷ ପଣିଆ ଭୁଲି ତା ମନମାନୀ କରିବ ବୋଲି !!! କନ୍ଧମାଳ ଏସପି, ପୋଲିସ ଡିଜି, ୫ଟି ସଚିବ ଓ ମୁଖ୍ୟମନ୍ତ୍ରୀ ଏହାର ବିଚାର କରିବେ କି, ପୋଲିସର ଏ କି ପ୍ରକାର ନ୍ୟାୟ !!!" 

ଘୁ.ଉଦୟଗିରି/Gagan Kumar Pradhan : ପୋଲିସ ଅମାନବିକତାର ଆଉ ଏକ ଗୁରୁତର ଅଭିଯୋଗ ଆସିଛି ଆଦିବାସୀ ବହୁଳ କନ୍ଧମାଳ ଜିଲ୍ଲାରୁ | ପୋଲିସ ଅନେକ ସ୍ଥାନରେ ନିରୀହ ଲୋକଙ୍କୁ ଫସାଇବାର ଅଭିଯୋଗ ଆସୁଥିବା ବେଳେ ଘୁ ଉଦୟଗିରିର ରାଇକିଆରେ ପୋଲିସ କଇନ୍ତି ଅମାନବିକତାର ସୀମା ଅତିକ୍ରମ କରିଥିବା ଅଭିଯୋଗ ହୋଇଛି | ମହିଳାଙ୍କ ପ୍ରତି ସମ୍ମାନ ଆଉ ନୀରିହଙ୍କ ନ୍ୟାୟ ଦେବା ପାଇଁ ମୁଖ୍ୟମନ୍ତ୍ରୀ ଗୁରୁତ୍ୱ ଦେଉଥିବା ବେଳେ ଓ ଏଥିପାଇଁ " ୫-ଟି " ଆଉ "ମୋ ସରକାର" ଆରମ୍ଭ କରିଥିବା ବେଳେ ରା଼କିକିଆ ରା଼କିକିଆ ଥାନାରେ ପୋଲିସ ଯାହା କରିଥିବା ଅଭିଯୋଗ ଆସିଛି ତାହା ଶୁଣିଲେ ଛାତି ଫାଟିଯିବ | ପୋଲିସ କଣ ଏତେ ଅମାନବୀୟ ହୋଇପାରେ ! କନ୍ଧମାଳ ଜ଼ିଲ୍ଲା ଅଧିନସ୍ଥ ରାଇକିଆ ବ୍ଲକର ଅଲିମାହା ଗ୍ରାମ I ଏହି ଗ୍ରାମର ଶୁଭେନ୍ଦୁ ମଲିକ ଗତ 15 ତାରିଖ ଠାରୁ ନିଖୋଜ ଥିଲେ I ଏହାକୁ ନେଇ ସ୍ତ୍ରୀ ଅନୁମା ପ୍ରଧାନ ନବଜାତ ଶିଶୁଙ୍କୁ  ନେଇ ପରିବାର ଲୋକଙ୍କ ସହ ନ୍ୟାୟ ପାଇବା ଆଶାରେ ଥାନାର ଦ୍ୱାରସ୍ଥ ହୋଇଥିଲେ I କିନ୍ତୁ ପୁଲିସ ନିଖୋଜ ଯୁବକଙ୍କ ପରିବାର ଲୋକଙ୍କ କଥା ଶୁଣି ନ ଥିଲା I ମୃତ ଯୁବକକଙ୍କ ସ୍ତ୍ରୀ ଏବଂ ପରିବାର ଲୋକ ବାରମ୍ବାର ଥାନାର ଦ୍ୱାରସ୍ଥ ହୋଇ 17 ତାରିଖରେ ଲିଖିତ ଅଭିଯୋଗ କରିଥିଲେ I କିନ୍ତୁ ପୁଲିସ ପକ୍ଷରୁ କୌଣସି ପଦକ୍ଷେପ ଗ୍ରହଣ କରାଯାଇ ନ ଥିଲା I ଓଲଟି ପୁଲିସ ପରିବାର ଲୋକଙ୍କୁ ଭୟଭୀତ କରିଥିବା ମୃତ ଯୁବକଙ୍କ ସ୍ତ୍ରୀ ଅଭିଯୋଗ କରିଛନ୍ତି I 

ଜାନୁୟାରୀ ୧୫ରୁ ନିଖୋଜ ଥିଲେ  ଶୁଭେନ୍ଦୁ | ଦିନେ ଦିଦିନ ଖୋଜାଖୋଜି କରି ନ ପାଇବା ପରେ ୧୭ ତାରିଖରେ ରାଇକିଆ ଥାନାରେ ଏତଲା ଦେଲେ ଶୁଭେନ୍ଦୁଙ୍କ ବିଧବା ମା | ୧୫-୧୬ଦିନ  ବିତି ଯାଇଥିଲେ କିଛି ସୂଚନା ପାଇଲେନି ପରିବାର ଲୋକ | ନିଖୋଜ ଏତଲା ଉପରେ କାର୍ଯ୍ୟାନୁଷ୍ଠାନ ନେଇ କିଛି ଜଣାଇଲନି ପୋଲିସ | ଖାଲି ପରିବାରଲୋକଙ୍କୁ ଦେଲା ମିଛ ଆଶ୍ୱାସନା | "ତମ ପୁଅ ତାମିଲନାଡୁରେ ଅଛି, ଆମେ ଟ୍ରାକିଙ୍ଗ କରୁଛୁ , ତମ ପୁଅକୁ ଆମେ ଧରିକି ବସିଛୁ କି" ଇତ୍ୟାଦି ଇତ୍ୟାଦି | ଫେବୃୟାରୀ ତିନି ତାରିଖରେ ପରିବାରଲୋକେ ଓ ଗାଁ ଲୋକ ରାଇକିଆ ପୁଲିସକୁ ପଚାରିବାକୁ ଯାଇ ଯାହା ଉତ୍ତର ପାଇଲେ ସେଥିରେ ସନ୍ତୁଷ୍ଟ ହୋଇନଥିଲେ | "  ପୁଲିସ ଠାରୁ ନ୍ୟାୟ ପାଇବାର ଆଶା ମୌଳି ଯିବାରୁ  ୬ ରୁ ୮ ଦିନର ନବଜାତ ଶିଶୁକନ୍ୟାକୁ ନେଇ ଥାନା ଆଗରେ ଧାରଣା ଦେଇଥିଲେ ସୁଭେନ୍ଦୁଙ୍କ ପତ୍ନୀ ଅନୁମା ତାଙ୍କ ବିଧବା ଶାଶୁ ଓ ଗାଁର ଲୋକମାନେ | ପୁଲିସ  ଧାରଣାକୁ କାବୁ କରିବା ପାଇଁ ନିଖୋଜ ଯୁବକ ଶୁଭେନ୍ଦୁଙ୍କ  ସ୍ତ୍ରୀ ଅନୁମା, 6 ଦିନର ଶିଶୁ କନ୍ୟା, ତାଙ୍କ ବିଧବା  ଏବଂ ସ୍ଥାନିୟ ଲୋକଙ୍କୁ ଗିରଫ କରିଥିଲା I ଅନୁମା ସିଜେରାନ  କରି ଶିଶୁ କନ୍ୟା ପ୍ରସବ କରି ଥିବାରୁ ବର୍ତ୍ତମାନ ସୁଦ୍ଧା ସ୍ବାସ୍ଥ୍ୟବସ୍ଥା  ଖରାପ ଥିବା ପରିବାର ଲୋକ କହିଛନ୍ତି | 

 ହଠାତ 6 ତାରିଖ ଅର୍ଥାତ ଗୁରୁବାର ସକାଳେ ରାଇକିଆ ପୁଲିସ ଶୁଭେନ୍ଦୁଙ୍କ ମୃତ ଦେହ ଚି଼ହ୍ନଟ କରିବା ପାଇଁ ପରିବାର ଲୋକଙ୍କୁ ଡାକି ଥିଲା I ଯାହାକୁ ନେଇ ସ୍ଥାନୀୟ ଲୋକାଙ୍କ ମଧ୍ୟରେ ଆଶାନ୍ତି ଦେଖା ଦେଇଛି I ଧାରଣାରେ ବସିବା ଦିନ ଘୁ.ଉଦୟଗିରି ଏସଡିପିଓ ମୃତ ଯୁବକଙ୍କ ସ୍ତ୍ରୀ, ପରିବାର ଲୋକ ଏବଂ ସ୍ଥାନୀୟ ଲୋକଙ୍କୁ ନାଲି ଆଖି ଦେଖେଇବା ସହ ଅସଦାଚରଣ କରି ଥିବା ମୃତ ଯୁବଙ୍କ ପରିବାର ଅଭିଯୋଗ କରିଛନ୍ତି I ରାଇକିଆ ପୁଲିସ ଏବଂ ଘୁ.ଉଦୟଗିରି ଏସଡିପିଓ 6-8 ଦିନର ନବଜାତ ଶିଶୁ କନ୍ୟା, ଅସୁସ୍ଥ ସ୍ତ୍ରୀ, ପରିବାର ଲୋକଙ୍କୁ ନ୍ୟାୟ ଦେବା ପରିବର୍ତ୍ତେ କିପରି ଗିରଫ କଲେ ?  ନବଜାତ ଶିଶୁ କନ୍ୟାର କଣ ଭୁଲ ଥିଲା ଯେ ପୁଲିସ ତାକୁ ଗିରଫ କଲା ? ପୁଲିସ କିପରି ଜଣେ  ସିଜେରାନ  ହୋଇଥିବା ମହିଳାଙ୍କ  ସ୍ୱାସ୍ଥ୍ୟଅବସ୍ଥା ଗୁରୁତର ଥିବା ଅବସ୍ଥାରେ  ଗିରଫ କଲା ? ଘୁ.ଉଦୟଗିରି ଏଡିପିଓ କିପରି ଭାବରେ ମୃତ ଯୁବକଙ୍କ ସ୍ତ୍ରୀ, ୬-୮ଦିନର ନବଜାତ ଶିଶୁ କନ୍ୟାକୁ ନ୍ୟାୟ ଦେବା ପରିବର୍ତ୍ତେ ଗିରଫ କଲେ ବୋଲି ସ୍ଥାନୀୟ ବାସିନ୍ଦା ପ୍ରଶ୍ନ କରିବା ସହ ଗିରଫ ଘଟଣାକୁ ଘୋର ନିନ୍ଦା କରିଛନ୍ତି I ତେଣୁ ଯଥାଶୀଘ୍ର  ଶୁଭେନ୍ଦୁଙ୍କ ହତ୍ୟାକାରିଙ୍କୁ ଗିରଫ ସହ ମୃତ ଯୁବକଙ୍କ ଅସୁସ୍ଥ  ସ୍ତ୍ରୀ, 6ଦିନର ନବଜାତ ଶିଶୁ କନ୍ୟା, ଏବଂ ପରିବାର ଲୋକଙ୍କୁ ନ୍ୟାୟ ଦେବା ପରିବର୍ତ୍ତେ ଗିରଫ କରିଥିବା ପୁଲିସ କର୍ମଚାରୀଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ ପାଇଁ ସାଧାରଣରେ ଦାବୀ ହୋଇଛି I କେବଳ ଏତିକି ନୁହେଁ ଏହା ପୂର୍ବରୁ ମଧ୍ୟ ଘୁ.ଉଦୟଗିରି, ରାଇକିଆ, ଟିକାବାଲି ଥାନ ଅଞ୍ଚଳରେ ଯେତିକି ହତ୍ୟାକାଣ୍ଡ ସହ ଅପରାଧିକ ଘଟଣା ଘଟିଛି | ହେଲେ ବହୁତ ଘଟଣାର ପର୍ଦ୍ଦାଫାଶ ହେବ ବଦଳରେ ଏତଲା ଗୁଡିକର ଅପମୃତ୍ୟୁ ହୋଇଥିବା ଅଭିଯୋଗ ହେଉଛି | ଏଭଳି ପରିସ୍ଥିତିରେ  ସାଧାରଣଜନତାଙ୍କ ଆସ୍ଥା ପୁଲିସ ଉପରେ ତୁଟୁ ଥିବା ଅଞ୍ଚଳବାସୀ କହିଛନ୍ତି I

0
0
0
s2sdefault