ହେଡଲାଇନସ୍:

ଜମି ଜଙ୍ଗଳ ମୁକ୍ତି ଆନ୍ଦୋଳନ  ଧାରଣା: ରାଜୁନଗର ଗାଁ ମହିଳାଙ୍କ ସମର୍ଥନ, ଜିଲ୍ଲା ପ୍ରଶାସନ ସହ ଆଲୋଚନା ବିଫଳ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ନୂଆପଡ଼ା(ଅମିତ ପୁରୋହିତ) : ଆଦିବାସୀ, ବନବାସୀ, ଅଣ ଆଦିବାସୀଙ୍କୁ କେନ୍ଦ୍ର ସରକାରଙ୍କ ଜଙ୍ଗଳ ଅଧିକାର ଆଇନ ୨୦୦୬କୁ ନୂଆପଡ଼ା ଜିଲ୍ଲାରେ କାର୍ଯ୍ୟକାରୀ କରିବା ପାଇଁ ଜମି ଜଙ୍ଗଳ ମୁକ୍ତି ଆନେ୍ଦାଳନ ତରଫରୁ ଜିଲ୍ଲାପାଳ ଅଫିସ ସମ୍ମୁଖରେ ଧାରଣା ଦଶମ ଦିନରେ ପହଞ୍ଚô ଛି । କାଲି ମଧ୍ୟାହ୍ନରେ ସଦର ବ୍ଲକ ଆମାନାରା ପଞ୍ଚାୟତ ରାଜୁନଗର ଗାଁର ପ୍ରାୟ ୫୦ ଜଣ ମହିଳା ଆନେ୍ଦାଳନକୁ ସମର୍ଥନ କରି ଧାରଣାରେ ସାମିଲ ହୋଇଥିଲେ । ସନ୍ଧ୍ୟାରେ ଏଡ଼ିଏମ ସୀତାରାମ ପଟେଲ ଓ ଉପ ଜିଲ୍ଲାପାଳ ତରଣୀସେନ ନାଏକ ଆନେ୍ଦାଳନାକରୀଙ୍କୁ ଡ଼ାକି ଆଲୋଚନା କରିଥିଲେ । ତେବେ ଆଲୋଚନାରେ କୌଣସି ନିଷ୍କର୍ଷ ବାହାରି ନ ଥିବାରୁ ଜିଲ୍ଲା ପ୍ରଶାସନ ସହ ଦ୍ୱିତୀୟ ଆଲୋଚନା ବିଫଳ ହୋଇଥିଲା । ଆଜି ପୂର୍ବାହ୍ନରେ ପୁଣି ବିଷଦ ଭାବେ ଆଲୋଚନା କରାଯିବ ବୋଲି ଜିଲ୍ଲା ପ୍ରଶାସନ ତରଫରୁ କହିଥିଲେ ।  

    ଜଙ୍ଗଳରେ ବସବାସ କରୁଥିବା ବନବାସୀଙ୍କୁ ଜଙ୍ଗଳ ସୁରକ୍ଷା କରିବା ପାଇଁ ୨୦୦୬ ମସିହାରେ କେନ୍ଦ୍ର ସରକାର ଜଙ୍ଗଳ ଅଧିକାର ଆଇନ ପ୍ରଣୟନ କରିଥିଲେ । ଇତି ମଧ୍ୟରେ ୧୪ ବର୍ଷ ବିତି ଯାଇଥିଲେ ବି ନୂଆପଡ଼ା ଜିଲ୍ଲାରେ କାର୍ଯ୍ୟକାରୀ ହୋଇ ପାରୁନାହିଁ । ଏହାର ପ୍ରତିବାଦରେ ଗତ ୨୭ ତାରିଖ ଠାରୁ ଜିଲ୍ଲାର ବନବାସୀ ମାନେ ୧୬ ଦଫା ଦାବୀରେ ଜିଲ୍ଲାପାଳ ଅଫିସ ସମ୍ମୁଖରେ ବର୍ଷା, ଶୀତ କାକରରେ ଦିନ ରାତି ଧାରଣାରେ ବସିଛନ୍ତି । ଜଙ୍ଗଳ ଜମି ଆଇନ ଅନୁସାରେ ଜିଲ୍ଲାର ସମସ୍ତ ଗାଁର ଗ୍ରାମସଭାରୁ ଗୋଷ୍ଠୀ ଜଙ୍ଗଲ ଓ ଗୋଷ୍ଠୀ ଜଙ୍ଗଲ ସମ୍ବଲ ଅଧିକାର ପ୍ରଦାନ । ଛୋଟ ଓ ଅଣ ରାଜସ୍ୱ ଗାଁକୁ ତଥା ଜନବସତୀକୁ ରାଜସ୍ୱ ଗାଁର ମାନ୍ୟତା ପ୍ରଦାନ । ଆଦିବାସୀ ଓ ଅନ୍ୟାନ୍ୟ ପାରମ୍ପାରିକ ବର୍ଗର ସମସ୍ତ ଆବେଦନକାରୀଙ୍କୁ ଜଙ୍ଗଲ ଜମି ପଟ୍ଟା ପ୍ରଦାନ । ଜଙ୍ଗଲ ଜମି ଆଇନ କାର୍ଯ୍ୟାକାରିତା ନହେବ ଯାଏଁ ସୁନାବେଡା ଅଭୟାରଣ୍ୟ ଘୋଷଣା ବନ୍ଦ ରହୁ । ଆମ ଜଙ୍ଗଲ ଯୋଜନା ଓ ବନ ସୁରକ୍ଷା ସମିତି(ଭିଏସଏସ)କୁ ସମ୍ପୁର୍ଣ୍ଣ ବନ୍ଦ କରାଯାଉ । ଜଙ୍ଗଲ ଅଧିକାର ଆଇନ ଅନୁସାରେ ଗ୍ରାମସଭା ଓ ଜଙ୍ଗଲ ଅଧିକାର କମିଟିର ଅବଗତିରେ ବନ ବିଭାଗର ସମସ୍ତ କାର୍ଯ୍ୟ ପରିଚାଳିତ ହେଉ ଭଳି ୧୬ ଦଫା ଦାବୀ ଉପସ୍ଥାପନା କରିଛନ୍ତି । କାଲି ମଧ୍ୟାହ୍ନରେ ସଦର ବ୍ଲକ ଆମାନାରା ପଞ୍ଚାୟତ ରାଜୁନଗର ଗାଁର ପ୍ରାୟ ୫୦ ଜଣ ମହିଳା ଧାରଣା ସ୍ଥଳରେ ପହଞ୍ଚô ଥିଲେ । ଆନେ୍ଦାଳନକୁ ସମର୍ଥନ କରି ସନ୍ଧ୍ୟା ପର୍ଯ୍ୟନ୍ତ ଧାରଣାରେ ସାମିଲ ହୋଇଥିଲେ । ମହିଳା ମାନେ ଦୟନୀୟ ଭାବେ ଜାତୀୟ ରାଜପଥ ୩୫୩ ପାଶ୍ୱରେ ଡ୍ରେନ ଉପରେ ବସି ମଧ୍ୟହ୍ନ ଭୋଜନ କରିଥିଲେ । 

    ସନ୍ଧ୍ୟାରେ ଏଡିଏମ ଶ୍ରୀ ପଟେଲ ଓ ଉପ ଜିଲ୍ଲାପାଳ ଶ୍ରୀ ନାଏକ ଆନ୍ଦୋଳନକାରୀଙ୍କୁ ଡାକି ଥିଲେ । ଉଭୟ ପକ୍ଷ ପଧ୍ୟରେ ପ୍ରାୟ ଅଧା ଘଣ୍ଟା ଧରି ଆଲୋଚନା ହୋଇଥିଲା । ସିନାପାଲି ବ୍ଲକ କୁଶୁମଜୋର ପଞ୍ଚାୟତ ନୁଆଁଗୁଡ଼ା ଗୋଷ୍ଠୀ ଜଙ୍ଗଲ ସମ୍ବଲ ଅଧିକାର ଦେବାକୁ ରେକର୍ଡ ପ୍ରସ୍ତୁତି ହୋଇଛି ଓ ତାକୁ ନେଇ ଧାରଣାରୁ ଓହରି ଯିବାକୁ ଏଡିଏମ ଶ୍ରୀ ପଟେଲ ଅନୁରୋଧ କରିଥିଲେ । ଅନ୍ୟପକ୍ଷେ ଅନ୍ୟାନ୍ୟ ପାରମ୍ପାରିକ ବନବାସୀଙ୍କ ବ୍ୟକ୍ତିଗତ ଜମି ପଟ୍ଟା ଯୋଗାଇ ଦେବାକୁ ବନବାସୀ ଦାବୀ କରିଥିଲେ । ଆଇନ ପ୍ରଣୟନ ହେବାର ୧୪ ବର୍ଷ ବିତି ଯାଇଥିଲେ ବି ଜିଲ୍ଲାର କୌଣସି ଗ୍ରାମକୁ ଗୋଷ୍ଠୀ ସମ୍ବଳ ଅଧିକାର ଦିଆ ଯାଇନାହିଁ । ୧୦ ଦିନର ଆନେ୍ଦାଳନ ପରେ ଏକ ମାତ୍ର ନୁଆଁଗୁଡ଼ା ଗାଁକୁ ଗୋଷ୍ଠୀ  ଜଙ୍ଗଳ ସମ୍ବଳ ଅଧିକାର ପ୍ରସ୍ତୁତ କରିଛନ୍ତି । ଅନ୍ୟାନ୍ୟ ପାରମ୍ପାରିକ ବନବାସୀଙ୍କୁ ବ୍ୟକ୍ତିଗତ ଜମି ପଟ୍ଟା ନ ଦେବା ଯାଏଁ ଆନେ୍ଦାଳନରୁ ଓହରିବୁ ନାହିଁ ବୋଲି ବନବାସୀ ଅଡି ବସିଥିଲେ । ଆଜି ପ୍ରଶାସନ ତରଫରୁ ଧାରଣା ସ୍ଥଳକୁ ଆସି ଆନେ୍ଦାଳନକାରୀଙ୍କ ସହ ଆଲୋଚନା କରିବେ ଜିଲ୍ଲା ପ୍ରଶାସନ ପ୍ରତିଶୃତି ଦେଇଛି । ଜମି ଜଙ୍ଗଳ ମୁକ୍ତି ଆନେ୍ଦାଳନର ରାଜ୍ୟ ଆବାହାକ ଖୁଟୁରାମ ସୁନାନୀ, ମେଘନାଦ ଖର୍ସେଲ, ଅନୁସୟା ରାଉତ, ରାଜିମବାଇ ରାଉତ, କମଲାବାଇ ମାଝି, ଦୟାବତୀ ମାଝି, ଶୁକୱାର ମାଝି, ପରମେଶ୍ୱରୀ ରାଉତ, ଭାଗବତୀ ମାଝି, ଚଞ୍ଚଲା ମାଝି, ପ୍ରମିଲା ମାଝି, ଇଶ୍ୱରୀ ମାଝି, ଜାନକୀ ମାଝି, ଦେବକି ମାଝି ପ୍ରମୁଖ ରାଜୁନଗର ମହିଳା ମାନେ ଧାରଣାରେ ସାମିଲ ହୋଇଥିଲେ ।  

0
0
0
s2sdefault