ହେଡଲାଇନସ୍:

୫-ଟି ପାହାର : ଲାଞ୍ଚ ମାଗି ଚାକିରୀ ହରାଇଲେ ପ୍ରିନ୍ସିପାଲ ଆଉ ଖେଳ ମାଷ୍ଟର 

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ମଙ୍ଗଲ ମେ ଅମଙ୍ଗଲ :  ଜିଲ୍ଲା ମଙ୍ଗଳ ବିଭାଗରେ ଲମ୍ବୁଛି ଦୁର୍ନୀତିର ଚେର 

ଆହୁରି କିଛି  ଶିକ୍ଷକ ଏହି ଦୁର୍ନୀତିରେ ଲିପ୍ତ, ବଡ଼ ମାଛ ହେବେ କେବେ ବହିସ୍କୃତ   ???

ସୁନ୍ଦରଗଡ଼(ହୋରାଚାନ୍ଦ ଦେଉରିଆ) :-ପଡିଛି ୫-ଟି ପାହାର | ଜଣେ ନିରୀହ ମାତୃହରା  ଯୁବତିଙ୍କଓ ଚାକିରୀ ପାଇଁ ଲାଞ୍ଚ ମାଗି ଚାକିରୀ ହରାଇଛନ୍ତି ଜଣେ ପ୍ରିନ୍ସିପାଲ ଆଉ ଖେଳ ମାଷ୍ଟର | ଆଦିବାସୀ  ବହୁଳ ସୁନ୍ଦରଗଡ଼ ଜିଲ୍ଲାରେ ଲାଞ୍ଚ କାରବାର ଚରମ ସୀମାରେ ପହଞ୍ଚିଥିବାର ସବୁବେଳେ ଅଭିଯୋଗ ହୋଇ ଆସୁଥିବା ବେଳେ ଲାଞ୍ଚ ମାଗି ଜିଲ୍ଲା ମଙ୍ଗଳ ବିଭାଗର ଦୁଇ ଶିକ୍ଷକ ଚାକିରିରୁ ବିଦା  ହେବା ଘଟଣା ଏବେ ଜିଲ୍ଲାରେ ଚର୍ଚ୍ଚାର ବିଷୟ ହୋଇଛି । ତାଛଡା ଏହି ବହିଷ୍କାର  ଘଟଣା ଦୁର୍ନୀତିର ପରିମାଣକୁ ବୟାନ କରିଥିବା ବେଳେ ଦୁର୍ନୀତିର ଲିପ୍ତଥିବା ବିଭାଗର ବଡ ବଡ଼ ମାଛକୁ ନଧରିଲେ ଜିଲ୍ଲାର ଆଦିବାସୀ ଛାତ୍ରଛାତ୍ରୀମାନେ ଗୁରୁତର ଭାବେ ପ୍ରଭାବିତ ହେବେ ବୋଲି ସାଧାରଣରେ ଅଭିଯୋଗ ହୋଇଛି | 

ଉକ୍ତ ନିଲମ୍ବନ ଘଟଣାଟି ଘଟିଛି ସୁନ୍ଦରଗଡ ସହର ଉପକଣ୍ଠ ଭବାନୀପୁର ଏକଲବ୍ୟ ମଡେଲ ସ୍କୁଲରେ । ଚାକିରି ପାଇଁ ଲାଞ୍ଚ ଦାବି କରି ସ୍କୁଲର ଅଧ୍ୟକ୍ଷ ବିଜୟ ବଡାଇକ ଏବଂ କ୍ରୀଡା ଶିକ୍ଷକ ଅମର ଅନନ୍ତ ପଟ୍ଟନାୟକ ଆଜି ବହିସ୍କୃତ  ହୋଇଛନ୍ତି । ଉଲ୍ଲେଖଯୋଗ୍ୟ ଯେ ପୂର୍ବରୁ ବିଦ୍ୟାଳୟରେ ପାଚିକା ଭାବରେ କାମ କରୁଥିବା ମହିଳାଙ୍କ ଦେହାନ୍ତ ପରେ ତାଙ୍କ ସ୍ଥାନରେ ଉକ୍ତ ମହିଳାଙ୍କ ଝିଅ ଚାକିରି ଦାବି କରିଥିଲେ । ହେଲେ ଜଣଙ୍କ ମାଆ ମୃତ୍ୟୁବରଣ କଲାପରେ ଦୁଃଖରେ ଭାଙ୍ଗି ପଡ଼ିଥିବା ଝିଅକୁ ଅନୁକମ୍ପା ମୂଳକ ନିଯୁକ୍ତି ଦେବା ପରିବର୍ତ୍ତେ  ଏହାର ସୁଯୋଗ ନେଇ ଅଧ୍ୟକ୍ଷ ଏବଂ କ୍ରୀଡା ଶିକ୍ଷକ ଯୁବତୀଙ୍କୁ ଓଲଟା ଲାଞ୍ଚ ମାଗିଥିଲେ । ଏହାର ଭିଡିଓ ଏବଂ ଅଡିଓ ମିଳିବା ପରେ ଉଭୟ ଶିକ୍ଷକଙ୍କୁ ନିଲମ୍ବିତ କରାଯାଇଛି । ଓଡିଶା ଆଦର୍ଶ ଜନଜାତି ଶିକ୍ଷା ସମିତି ପକ୍ଷରୁ ଉଭୟଙ୍କୁ ବୁଧବାର ବହିଷ୍କାର କରାଯାଇଥିବାର ସୂଚନା ମିଳିଛି | ହେଲେ ଏଠାରେ ସୂଚନାଯୋଗ୍ୟ ଯେ ଜିଲ୍ଲାରେ ଆଦିବାସୀ କଲ୍ୟାଣ ବିଭାଗ ପକ୍ଷରୁ ପରିଚାଳିତ ପ୍ରତ୍ୟେକ ଶିକ୍ଷାନୁଷ୍ଠାନ ଓ ଛାତ୍ରାବାସରେ ଦୁର୍ନୀତି ଚରମ ସୀମାରେ ପହଞ୍ଚିଛି | ଛାତ୍ରାବାସ ଗୁଡିକରେ ନା ଠିକରେ ଖାଇବାକୁ ମିଳୁଛି ନା ଠିକରେ ନିତ୍ୟ ବ୍ୟବହାର୍ଯ୍ୟ ସାମଗ୍ରୀ ମିଳୁଛି | ଗୁହାଳରେ ଛେଳି ମେଣ୍ଢା ରହିବା ଭଳି ଅନେକ ବିଦ୍ୟାଳୟରେ ଛାତ୍ରଛାତ୍ରୀ ମାନେ ରହୁଥିବାର ମଧ୍ୟ ଅଭିଯୋଗ ହେଉଛି | ତେଣୁ କୋଟି କୋଟି ଟଙ୍କା କେଉଁଠି ବାଟମାରଣା ହେଉଛି ତାହାର ମଧ୍ୟ ଭିଜିଲାନ୍ସ ପକ୍ଷରୁ ପୁଙ୍ଖାନୁପୁଙ୍ଖ ତଦନ୍ତ ହେବା ଉଚିତ ବୋଲି ବିଭିନ୍ନ ବୁଦ୍ଧିଜୀବୀ ଓ ଅବିଭାବକ ମହଲରେ ମତପ୍ରକାଶ ପାଇଛି |

0
0
0
s2sdefault