ହେଡଲାଇନସ୍:

ମନମୋହିଲେ ସିଆରପିଏଫ :  ଗରିବଙ୍କୁ ବାଣ୍ଟିଲେ ଅତ୍ୟାବଶ୍ୟକ ସାମଗ୍ରୀ।

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ଜାମସେଠ:-(ରାଜେନ୍ଦ୍ର କୁମାର ପ୍ରଧାନ):-ବରଗଡ଼ ଜିଲ୍ଲା ବରତୁଣ୍ଡା ନୂଆଡିହି ଠାରେ 189 ସିଆରପିଏଫ ବାଟାଲିଅନ ଦ୍ୱାରା ଆୟୋଜିତ ସିଭିକ ଆସ୍କନ ୨୦୨୦ ପ୍ରୋଗ୍ରାମ ଜରିଆରେ ଅଞ୍ଚଲର ନିରିହ ଗରିବ ମାନଙ୍କୁ ବାଣ୍ଟିଲେ କମ୍ବଳ, ସୋଲାର ଲାଇଟ ରନ୍ଧନ ସାମଗ୍ର,  ମଶାରି ଓ ଔଷଧ।

ଏହି ଉତ୍ସବ ରେ ମୁ ଖ୍ୟଅତିଥି 189ବାଟାଲିଅନ କମାଣ୍ଡେଣ୍ଟ ଯୋଗେନ୍ଦ୍ର ସିଂ ମୌର୍ଯ୍ୟ ।ଅନ୍ୟ ଅତିଥି ମାନଙ୍କ ମଧ୍ୟରେ ଡକ୍ଟର  ରାମ ରଘୁନାଥ ରାମ ସିଏମଓ (ଓଜି),  ଶ୍ରୀ ପୂର୍ଣ୍ଣବସୁ ତୀୱାରି। ୨୧ସି, ଶ୍ରୀ ସୁରେଶ ଡେପୁଟୀ କମାଣ୍ଡେଣ୍ଟ, ଶ୍ରୀ ସୁରେନ୍ଦ୍ର କୁମାର ଆସିଷ୍ଟାଣ୍ଟ କମାଣ୍ଡେଣ୍ଟ, ଶ୍ରୀ ସୁଶାନ୍ତ କୁମାର ରଣା ତସିଲଦାର ପାଇକମାଲ, ଶ୍ରୀ ବିଶ୍ବନାଥ ବାଗ ଜିଲ୍ଲାପରିଷଦ ସଦସ୍ୟ , ଶ୍ରୀମତୀ ଜୟନ୍ତି ପୁଟା ସରପଞ୍ଚ ବରତୁଣ୍ଡା, ଡକ୍ଟର ମଧୁସ୍ମିତା ମେହେର ଝାରବନ୍ଧ ଡାକ୍ତରଖାନା,  ଶ୍ରୀ ସଲିଲ ପ୍ରଧାନ ଫାର୍ମାସିଷ୍ଟ ଝାରବନ୍ଧ ଡାକ୍ତରଖାନା ପ୍ରମୁଖ ଯୋଗଦେଇ ଥିଲେ।

ଅତିଥି ମାନଙ୍କ କରକମଲ ରେ ଜନସାଧାରଣ ଙ୍କୁ ମଶାରି ୪୦ଖଣ୍ଡ, କମ୍ବଳ  ୬୬ଖଣ୍ଡ, ସୋଲାର ଲାଇଟ ୧୯ଟି, ପାଣିଟାଙ୍କି ୧୭ଟି, ବାସନ ସାମଗ୍ରୀ ୫୦ଟି, ଫୁଟବଲ କିଟ ଗୋଟିଏ ଓ ୧୩୧ଜଣଙ୍କୁ ଔଷଧ ବଣ୍ଟନ କରାଯାଇଥିଲା।

କମାଣ୍ଡେଣ୍ଟ ଯୋଗେନ୍ଦ୍ର ସିଂ ମୌଯ୍ୟ ନିଜର ଅଭିଭାଷଣରେ  କହିଲେ "ସିଆରପିଏଫ ସବୁ ବେଲେ ଆପଣମାନଙ୍କ ପାଇଁ ଭଲ କାମ କରିବ | ସମସ୍ୟା ଜଣାନ୍ତୁ ଆମେ ଆପଣମାନଙ୍କ ସମସ୍ୟାର ସମାଧାନ କରିବୁ।"

 

0
0
0
s2sdefault