ହେଡଲାଇନସ୍:

ଚାନ୍ଦିନୀ କପ୍ କ୍ରିକେଟ୍ ଟୁର୍ଣ୍ଣାମେଣ୍ଟ : ଭେଉଁରିଆ ଦଳ ସେମିଫାଇନାଲରେ

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ପଦ୍ମପୁର- ଦିର୍ଘ ୧୯ ବର୍ଷରେ ପଦାର୍ପଣ କରି ଚାନ୍ଦିନୀ କପ୍ କ୍ରିକେଟ୍ ଟୁର୍ଣ୍ଣାମେଣ୍ଟ ସ୍ଥାନୀୟ ଖେଳପଡିଆ ଠାରେ ଆଜି ତୃତୀୟ  ଦିବସ ରେ ଖୁବ୍ ମଜାଦାର୍ ମୁଡରେ ଖେଳ ଚାଲିଛି| ଟୁର୍ଣ୍ଣାମେଣ୍ଟ କୁ ସାଫଲ୍ୟ ମଣ୍ଡିତ କରିବାର ପ୍ରୟାସରେ ଆଜିକାର ମୁଖ୍ୟଅତିଥି ଭାବେ ଯୋଗ ଦେଇଥିଲେ ବୁକୁରାମୁଣ୍ଡା ପଂଚାୟତର  ର ପୂର୍ବତନ ସରପଞ୍ଚ  ସଂଗୀତା ସେଠ,ସମ୍ମାନୀତ ଅତିଥି ଭାବେ ଯୋଗଦାନ କରିଥିଲେ ପଦ୍ମପୁର ର ବରିଷ୍ଠ ସାମ୍ବାଦିକ ଲାଲ ବିହାରୀ ମିଶ୍ର,  ପ୍ରଦିପ୍ତ କୁମାର ଦାଶ ସାମ୍ବାଦିକ ଧରିତ୍ରୀ ପଦ୍ମପୁର, ଗଜରାଜସିଂ ପୁଟା ଯୋଗଦାନ କରି ଖେଳାଳୀ ମାନଙ୍କୁ ଉତ୍ସାହିତ କରିଥିଲେ| ରେନବୋ କ୍ରିକେଟ୍ ଆସୋସିଏସନ୍ ର ସଭାପତି ଶ୍ରୀଯୁକ୍ତ ରମେଶ ଭୋଇ, ସଂପାଦକ ଶ୍ରୀ ରାହୁଲ ବିଶ୍ୱାଳ, ଅଜିତ ବାରିକ, ସୁବାଷ ସାହୁ,କମଲ ସାହୁ ପ୍ରମୁଖ ଅତିଥିମାନଙ୍କୁ ପୁଷ୍ପଗୁଚ୍ଛ ଦେଇ ସ୍ୱାଗତର ସହ ମଂଚ  ଉପରକୁ ପାଛୋଟି ନେଇଥିଲେ| ପାହାଡ ପର୍ବତ ଘେରା ଗ୍ରାମାଞ୍ଚଳରେ ଦିର୍ଘବର୍ଷରୁ ଚାଲିଥିବା ଉକ୍ତ ଟୁର୍ଣ୍ଣାମେଣ୍ଟର ଆୟୋଜକ ମଣ୍ଡଳୀଙ୍କୁ ଏଭଳି ସୁନ୍ଦର ପ୍ରୟାସ ପାଇଁ ସାଧୁବାଦ ଜଣାଇଥିଲେ| ଗତ ଜାନୁଆରୀ ୨୬ ତାରିଖ ଠାରୁ ଚାଲିଥିବା କ୍ରିକେଟ ଟୁର୍ଣ୍ଣାମେଣ୍ଟ ଟି ଆସନ୍ତା ୩୦ ତାରିଖ ରେ ଉଦଯାପିତ ହେବ ବୋଲି ଆର୍.ସି.ଏ ର ବରିଷ୍ଠ କର୍ମକର୍ତାଙ୍କ ଠାରୁ ପ୍ରକାଶ | ପ୍ରତ୍ୟକ ଦିନ ୬ଟି ଦଳ ଙ୍କୁ ନେଇ ଖେଳ ଆରମ୍ଭ ହେବା ସଂଗେସଂଗେ ସମୁଦାୟ ୨୭ ଟି ଦଳ କୁ ସାମିଲ କରା ହୋଇଛି| ତିନି ନଂ ଟିମ୍ ଭାବରେ ଭେଉଁରିଆ ଦଳ ସେମିଫାଇନାଲରେ ଆଜି ପ୍ରବେଶ କରିଛି | ଆଜି ୭ଟି ଦଳକୁ ନେଇ ଖେଳ ଅନୁଷ୍ଠିତ ହୋଇଥିଲା ।

 

0
0
0
s2sdefault