ହେଡଲାଇନସ୍:

ସିଭିକ ଆକ୍ସନ ପ୍ରୋଗ୍ରାମ : ଗରିବ ଲୋକଙ୍କୁ ସହାୟତାର ହାତ ବଢାଇଲା ସିଆରପିଏଫ  

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ବରଗଡ :- ଆଜି ବରଗଡ ଜିଲ୍ଲା ପାଇକମାଲ ହାଇ ସ୍କୁଲ ପଡିଆ ଠାରେ ସିଆରପିଏଫ 189 ବଟଲିଅନ ତରଫରୁ ସିଭିକ ଆକ୍ସନ ପ୍ରୋଗ୍ରାମ ଜରିଆରେ ଅଞ୍ଚଳ ର କିଛି ଗରିବ ଲୋକଙ୍କୁ ସହାୟତା ପ୍ରଦାନ କରାଯିବା ସହିତ ଲୋକଙ୍କର  ଜନ ନିକଟତର ହେବାର ପ୍ରୟାସ କରାଯାଇଥିଲା । ଏହି କାର୍ଯ୍ୟକ୍ରମ ରେ 189 ବାଟାଲିଅନ ର କମାଣ୍ଡେଣ୍ଟ ଯୋଗେନ୍ଦ୍ର ସିଂ ମୋର୍ଯ୍ୟା ମୁଖ୍ୟ ଅତିଥି ଭାବରେ ଯୋଗ ଦେଇଥିବା ବେଳେ ପାଇକମାଲ ସରପଞ୍ଚ ଶ୍ରୀ ଧବଳେଶ୍ବର ସାହୁ ସମ୍ମାନିତ ଅତିଥି ଭାବରେ ଯୋଗ ଦେଇ ଲୋକଙ୍କୁ , କମ୍ବଳ , ସୋଲାର ଲାଇଟ , ବାସନ , ପାଣି ଟାଙ୍କି , ମସାରି ,ଓ ଯୁବକ ମାନଙ୍କୁ କ୍ରିକେଟ ଓ ଭଲିବଲ କୀଟ ପ୍ରଦାନ କରିଥିଲେ ।

ଏହି କାର୍ଯକ୍ରମରେ ସିଆରପିଏଫର ଦୁଇ ଜଣ ଡାକ୍ତର ନିକଟସ୍ଥ ଗ୍ରାମ ଗୁଡିକରୁ ଆସିଥିବା ଅନେକ ରୋଗୀଙ୍କର ସ୍ଵାସ୍ଥ୍ୟ ପରୀକ୍ଷା କରିବା ସହିତ ଔଷଧ ବିତରଣ କରିଥିଲେ । ଏହି କାର୍ଯ୍ୟକ୍ରମ ରେ ସିଆରପିଏଫ 189/c କମ୍ପାନୀ ର ସମସ୍ତ ଯବାନ ଓ ପଦାଧିକାରୀ ମାନେ ସହଯୋଗ କରିଥିବା ବେଳେ ଡେପୁଟି କମାଣ୍ଡାଣ୍ଟ ଶ୍ରୀ ପୁନର୍ବଶୁ ତିୱାରୀ , ଇନ୍ସପେକ୍ଟର ଜ଼ରି ସରୋଜ କଲେତ , ଇନ୍ସପେକ୍ଟର ଶ୍ରୀ ଡ଼ିଏସ ମିନା ପ୍ରମୁଖ ଅନ୍ୟାନ୍ୟ ଗୁରୁତ୍ୱପୂର୍ଣ୍ଣ ଦାଇତ୍ୱ ତୁଲାଇ ଥିଲେ ।

0
0
0
s2sdefault