ହେଡଲାଇନସ୍:

କୂଅରେ ପଡିଲା ଗାଡ ଭାଲୁ

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ଢେଙ୍କାନାଳ(ଶାସକ ପ୍ରଶାସକ) :- କୂଅରେ ପଡିଲା ଗାଡ ଭାଲୁ । ଏଭଳି ଦେଖିବାକୁ ମିଳିଛି ଢେଙ୍କାନାଳ ଜିଲ୍ଲା ହିନ୍ଦୋଳ ବନାଞ୍ଚଳର ଦୁଦୁରୁକୋଟ ଗ୍ରାମରେ । ଗାଁର ଏକ ପରିତ୍ୟକ୍ତ କୂଅରେ ଏହି ଭାଲୁଟି ପଡିଯାଇଥିବା ଦେଖାଯାଇଥିଲା । ଏହାକୁ ଦେଖିବାକୁ ଗାଁର ଆଖପାଖ ଅଞ୍ଚଳର ଲୋକେ ଭିଡ ଜମାଇଥିଲେ ।

ଗ୍ରାମବାସୀଙ୍କଠାରୁ ଖବର ପାଇ ହିନ୍ଦୋଳ ବନ କର୍ମଚାରୀ ଘଟଣାସ୍ଥଳରେ ପହଞ୍ଚିଥିଲେ । ପରେ ଗ୍ରାମବାସୀଙ୍କ ସହାୟତାରେ ଦୀର୍ଘ ୨ଘଣ୍ଟା ପରିଶ୍ରମ କରି ସୁରକ୍ଷିତ ଅବସ୍ଥାରେ ଏହି ଭାଲୁକୁ ଉଦ୍ଧାର କରିବାରେ ସକ୍ଷମ ହୋଇଛନ୍ତି । ଉଦ୍ଧାର ପରେ ଭାଲୁଟି ନିକଟସ୍ଥ ଜଙ୍ଗଲକୁ ପଳାଇ ଯାଇଥିବା ଜଣାପଡିଛି ।

 

0
0
0
s2sdefault