ହେଡଲାଇନସ୍:

ପାଣି ପାଇଁ ପଇସା ମାଗି ବନ୍ଧା ହେଲେ 

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

କନିଷ୍ଠ ଯନ୍ତ୍ରୀଙ୍କ ମଧ୍ୟ ଦରମା ଅଟକାଇବା  ସହିତ କାରଣ ଦର୍ଶାଅ ନୋଟିସ୍‍

ଭୁବନେଶ୍ୱର(ଶାସକ ପ୍ରଶାସକ)- ଗୃହ ଓ ନଗର ଉନ୍ନୟନ ବିଭାଗର ମୋ ସରକାର ଓ ୫-ଟି କାର୍ଯ୍ୟକାରୀ ହୋଇଥିବାବେଳେ ଅନିୟମିତତା ଓ ଲାଞ୍ଚ କାରବାର ପ୍ରତି କର୍ତ୍ତୃପକ୍ଷ ଅତ୍ୟନ୍ତ କଠୋର ହୋଇଛନ୍ତି । ପାଣି ପାଇପ୍‍ ସଂଯୋଗପାଇଁ ସାମାନ୍ୟ ହାତଗୁଞ୍ଜା ମାଗି ଦୁଇଦିନ ତଳେ ଜଣେ କର୍ମଚାରୀ କଡା କାର୍ଯାନୁଷ୍ଠାନ ସମ୍ମୁଖୀନ ହୋଇଛନ୍ତି । ବିଭାଗୀୟ ପ୍ରମୁଖ ଶାସନ ସଚିବ ଜି.ମାଥିଭାଥନନ ଜିରୋ ଟଲେରାନ୍ସ ଉପରେ ଗୁରୁତ୍ୱ ଦେଉଥିବାବେଳେ ସମ୍ପୃକ୍ତ କର୍ମଚାରୀ ଜଣଙ୍କ ବନ୍ଧାହୋଇ ଜେଲ୍‍ ଯାଇଛନ୍ତି । ଘଟଣାଟି ଘଟିଛି କଣ୍ଟାବାଞ୍ଝି ଏନ୍‍ଏସିରେ । 

କଣ୍ଟାବାଞ୍ଝି ଜନସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ସହରରେ ପାଇପ୍‍ ଜଳ ସଂଯୋଗ କାର୍ଯ୍ୟ ଜାରି ରହିଥିବାବେଳେ ଠିକାଦାରଙ୍କ ଦ୍ୱାରା ଏଥିପାଇଁ କର୍ମଚାରୀମାନେ ନିୟୋଜିତ ହୋଇଛନ୍ତି । ମୁକୁନ୍ଦ ସାହୁ ନାମକ ଜଣେ କର୍ମଚାରୀ ଜଳଯୋଗାଣ ପାଇଁ ଅର୍ଥ ଆଦାୟ କରୁଥିବାର ଅଭିଯୋଗ ଆସିଥିଲା । ଏଭଳି ଅଭିଯୋଗ ପାଇବାପରେ କର୍ତ୍ତୃପକ୍ଷ ଏହାର ଅନୁଧ୍ୟାନ କରି ଜନସ୍ୱାସ୍ଥ୍ୟ ବିଭାଗର କନିଷ୍ଠ ଯନ୍ତ୍ରୀ ଥାନାରେ ମାମଲା ରୁଜୁ କରିଥିଲେ । ଏହି ଘଟଣାରେ ମୁକୁନ୍ଦଙ୍କୁ ପୁଲିସ୍‍ ଗିରଫକରି ଜେଲ୍‍ ପଠାଇଛି । ଇତି ମଧ୍ୟରେ କଣ୍ଟାବାଞ୍ଝି ଏନ୍‍ଏଏସି ପ୍ରଶାସକ ଦାୟିତ୍ୱରେ ଥିବା ଟିଟିଲାଗଡ ଉପଜିଲ୍ଲାପାଳଙ୍କୁ ଘଟଣାର ସରଜମିନ ତଦନ୍ତ ପାଇଁ କୁହାଯିବା ସହିତ ଏଭଳି ଠକେଇ ଓ ବେଆଇନ୍‍ ଅର୍ଥ ଆଦାୟ କାରବାରରେ କେତେ ଲୋକ ସମ୍ପୃକ୍ତ ଅଛନ୍ତି ତାହା ଜଣାଇବାକୁ ନିର୍ଦ୍ଦେଶ ଦିଆଯାଇଛି । ବଲାଙ୍ଗିର ଜନସ୍ୱାସ୍ଥ୍ୟ ଡିଭିଜନର ନିର୍ବାହୀଯନ୍ତ୍ରୀ ସମ୍ପୃକ୍ତ କନିଷ୍ଠ ଯନ୍ତ୍ରୀଙ୍କର ମଧ୍ୟ ଦରମା ଅଟକାଇବା  ସହିତ କାରଣ ଦର୍ଶାଅ ନୋଟିସ୍‍ ଜାରି କରିଛନ୍ତି ।

 

0
0
0
s2sdefault