ହେଡଲାଇନସ୍:

ଦେଶର ବିଭାଜନ ଧାର୍ମିକ ଆଧାରରେ ହୋଇଥିଲେ ସିଏଏ- ୨୦୧୯ ଆବଶ୍ୟକ ପଡିନଥାନ୍ତା: ଗୋଲୋକ 

User Rating: 1 / 5

Star ActiveStar InactiveStar InactiveStar InactiveStar Inactive
 

ରାୟଗଡ ଠାରେ ନାଗରିକତା ସଂଶୋଧନ ଅଧିନୀୟମ ଆଇନ ୨୦୧୯ ଉପରେ ଭାଜପା ତରଫରୁ ଆଲୋଚନା ସଭା 

ରାୟଗଡ(ସରୋଜ ସାହୁ) ରାୟଗଡ ସ୍ଥାନୀୟ ହୋଟଲ ତେଜସ୍ୱୀରେ ଭାରତୀୟ ଜନତା ଦଳ ତରଫରୁ ନାଗରିକତା ସଂଶୋଧନ ଅଧିନୀୟମ ଆଇନ ୨୦୧୯ ଉପରେ ରାୟଗଡର ବୁଦ୍ଧିଜୀବି ଓ ବରିଷ୍ଠ  ନାଗରିକ ମାନଙ୍କୁ ନେଇ ଏକ ଆଲୋଚନା ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ଭାରତୀୟ ଜନତା ଦଳର ରାୟଗଡ ଜିଲ୍ଲା ସଭାପତି ଶିବ ପଟନାୟକଙ୍କ ଅଧ୍ୟକ୍ଷତାରେ ମୁଖ୍ୟ ଅତିଥି ଭାବେ ଗୋଲକ ବିହାରୀ ମହାପାତ୍ର ଯୋଗ ଦେଇ ନିଜର ଭାଷଣରେ କହିଲେ ଯେ, ଯଦି ଦେଶର ବିଭାଜନ ଧାର୍ମିକ ଆଧାରରେ ହୋଇନଥାନ୍ତା ତାହେଲେ ନାଗରିକତା ସଂଶୋଧନ ଆଇନ ୨୦୧୯ର ଆବଶ୍ୟକ ନଥାନ୍ତା । ଏହି ସବୁ କାରଣ ମୂଳରେ କଂଗ୍ରେସ ହିଁ ଦାୟୀ ବୋଲି ସେ ଯୁକ୍ତୀ ବାଢୀଥିଲେ । ସେ କହିଥିଲେ ଯେ, ୧୯୫୦ ମସିହାରେ ଦିଲ୍ଲୀରେ ପ୍ରଧାନମନ୍ତ୍ରୀ ଜବାହାରଲାଲ ନେହେରୁ ଓ ଲିଆକତ ଅଲ୍ଲୀ ଖାନଙ୍କ ମଧ୍ୟରେ ହୋଇଥିବା ଚୁକ୍ତି ଅନୁସାରେ ଦୁଇ ଦେଶରେ ରହୁଥିବା ଅଳ୍ପସଂଖ୍ୟକ ମାନଙ୍କୁ ସରକାର ସୁରକ୍ଷା ଦେବେ ଓ ସେମାନଙ୍କର ନିଜର ଧର୍ମ ପାଳନ ପାଇଁ ସ୍ୱତନ୍ତ୍ର ଅଧିକାର ରହିବ । କିନ୍ତୁ ପାକିସ୍ତାନ ଏହି ଚୁକ୍ତିକୁ କାର୍ଯ୍ୟକାରୀ କଲା ନାହିଁ । ପାକିସ୍ତାନ, ଆଫଗାନିସ୍ତାନ ଓ ବାଙ୍ଗଲାଦେଶରେ ରହୁଥିବା ଧାର୍ମିକ ଆଧାରରେ ପ୍ରତାରିତ ହୋଇଥିବା ହିନ୍ଦୁ, ବୌଦ୍ଧ, ଶିଖ, ଜୈନ, ପାର୍ସୀ ଓ ଖ୍ରୀଷ୍ଟିଆନ ମାନଙ୍କର ସ୍ୱାର୍ଥ ରକ୍ଷା ପାଇଁ ଏହି ନାଗରିକତା ସଂଶୋଧନ ଆଇନ ଅଣାଯାଇଥିବା ସେ ପ୍ରକାଶ କରିଥିଲେ । ସେ ଆହୁରି ମଧ୍ୟ କହିଥିଲେ ଯେ, ୨୬ ସେପ୍ଟେମ୍ବର ୧୯୪୭ରେ ଜାତିର ପିତା ମହାତ୍ମା ଗାନ୍ଧୀ ଏକ ସାଧାରଣ ସଭାରେ ଖୋଲାଖୋଲି ଭାବେ କହିଥିଲେ ଯେ, ପାକିସ୍ତାନରେ ରହୁଥିବା ହିନ୍ଦୁ ଓ ଶିଖ ଯଦି ସେଠାରେ ନରହିବା ପାଇଁ ଚାହୁଁଛନ୍ତି ତାହେଲେ ସେମାନେ ବିନା ଦ୍ୱିଧାରେ ଭାରତ ଆସିପାରିବେ ଓ ସେମାନଙ୍କୁ ସୁରକ୍ଷା, ଜାଗା, ରୋଜଗାର ଦେବା ଭାରତ ସରକାରଙ୍କ ପ୍ରଥମ କର୍ତବ୍ୟ ବୋଲି ଜାତିର ପିତା କହିଥିଲେ |  କିନ୍ତୁ ସେହି ସମୟରେ ଥିବା କଂଗ୍ରେସ ସରକାର ଜାତିର ପିତା ମହାତ୍ମା ଗାନ୍ଧୀଙ୍କ କହିଥିବା କଥାକୁ ଗୁରୁତ୍ୱ ଦେଇନଥିଲେ । ବର୍ତମାନ ନରେନ୍ଦ୍ର ମୋଦି ସରକାର ଜାତିର ପିତାଙ୍କ କହିଥିବା କଥାକୁ କାର୍ଯ୍ୟକାରୀ କରି ଜାତିର ପିତାଙ୍କୁ ସମ୍ମାନ ଦେଇଥିଲେ । ଏହି ଆଇନ ଲାଗୁ ହେବା ଫଳରେ ପାକିସ୍ତାନ, ଆଫଗାନିସ୍ତାନ ଓ ବାଙ୍ଗଲାଦେଶରୁ ପ୍ରପୀଡନର ଶିକାର ହୋଇ ବିସ୍ଥାପିତ ଜୀବନ ବିତାଉଥିବା ଅସଂଖ୍ୟ ଶରଣାର୍ଥୀ ମାନଙ୍କୁ ସେମାନଙ୍କର ଅଥିକାର ପାଇପାରିବେ ଦୃଢକ୍ତୀ ପ୍ରକାଶ କରିଥିଲେ । 

ଏହି ଅବସରରେ ଭାଜପା ର ପୂର୍ବତନ ଜିଲ୍ଲା ସଭାପତି ଶିବ ଶଙ୍କର ଉଲ୍ଲାକା, ଭାଜପା ବିଧାୟକ ପ୍ରାର୍ଥୀ ଓ ଯୁବ ନେତା ବସନ୍ତ ଉଲ୍ଲାକା, ଭାଜପା ଆଦିବାସୀ ସେଲର ରଷ୍ଟ୍ରୀୟ ଉପ-ସଭାପତି  କାଳୀରାମ ମାଝୀ, ରାଜ୍ୟ କୃଷକ ମୋର୍ଚା ଉପ-ସଭାପତି ରଜତ ମାଦଳା, ଓକିଲ ଜଗଦିଶ ଚନ୍ଦ୍ର ପଣ୍ଡା ଓ ଅବସର ପ୍ରାପ୍ତ ଅଧ୍ୟକ୍ଷ ଡଃ. କୃପାସିନ୍ଧୁ ପାଣିଗ୍ରାହୀ ମଂଚାସିନ ରହିଥିବା ବେଳେ କିଶୋର ପଣ୍ଡା ଉକ୍ତ ଆଲୋଚନାକୁ ପରିଚାଳନା କରିଥିଲେ ।  ରାୟଗଡର ବୁଦ୍ଧିଜୀବି ଓ ବରିଷ୍ଠ  ନାଗରିକ ମାନେ ଉକ୍ତ ଆଲୋଚନାରେ ଅଂଶ ଗ୍ରହଣକରି ନିଜର ବ୍ୟକ୍ତ କରିଥିଲେ ।      

 

 

0
0
0
s2sdefault