ହେଡଲାଇନସ୍:

ଦୃଷ୍ଟି ଦେବେ କି ଜିଲ୍ଲାପାଳ ଆଉ ମୋ ସରକାର !!!

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ବୀମା ପଇସା ଦେବାକୁ ଚାଷୀଙ୍କ ସହ ଖେଳୁଛି ସମବାୟ ବ୍ୟାଙ୍କ 

2018 ଇନ୍ସୁରାନ୍ସ ପଇସା ପାଇଁ ଆଶା ଆଶଙ୍କାରେ ଜିତ ମାଝୀ 

କଣ୍ଟାବାଞ୍ଜି /ସ୍ୱତନ୍ତ୍ର ପ୍ରତିନିଧି : ବଲାଙ୍ଗୀର ଜିଲ୍ଲା କେନ୍ଦ୍ର-କୋପୋରେଟିଭ ବ୍ୟାଙ୍କ ଲିମିଟେଡ଼ କଣ୍ଟାବାଞ୍ଜି ଶାଖାର ଜଣେ ଗ୍ରାହକ ହିଆଲ ଗ୍ରାମର ଜିତ ମାଝୀ ବାରମ୍ବାର ବ୍ୟାଙ୍କକୁ ତାଙ୍କ 2018 ଇନ୍ସୁରାନ୍ସ ପଇସା କାଢ଼ିବା ପାଇଁ ଗଲେ ମଧ୍ୟ ବ୍ୟାଙ୍କ କର୍ତ୍ତୃପକ୍ଷ ବାରମ୍ବାର ତାଙ୍କୁ ହଇରାଣ କରୁଥିବା ଅଭିଯୋଗ କରିଛନ୍ତି। ସେ ଜଣେ ଦରିଦ୍ର ଶ୍ରେଣୀର ଚାଷୀ.ସରକାର ସମବାୟ ବିଭାଗରେ "ମୋ ସରକାର" ଯୋଜନା ର ପ୍ରଣୟନ କରିଥିଲେ ମଧ୍ୟ କିଛି ଅସାଧୁ କର୍ମଚାରୀ ଚାଷୀଙ୍କୁ ହଇରାଣ କରୁଛନ୍ତି | ସେପଟେ ଇନ୍ସୁରାନ୍ସ ପଇସା 2ବର୍ଷ ହେବ ପାଇନଥିବାରୁ ଆଶା ଆଶଙ୍କାରେ ଭାଙ୍ଗି ପଡିଛନ୍ତି ଚାଷୀ ଜିତ ମାଝୀ | ଏ ନେଇ ତୁରନ୍ତ ଜିଲାପ୍ରଶାସନ ଚାଷୀଙ୍କ ନିକଟରେ ପହଞ୍ଚି ଜିତ ମାଝୀ ଙ୍କୁ ତାଙ୍କର ଇନ୍ସୁରାନ୍ସ ସହାୟତା ରାଶି କାଢ଼ିବାରେ ସାହାଯ୍ୟ କରିବା ପାଇଁ ଓ ଦୋଷୀ ବିରୁଦ୍ଧରେ ଦୃଢ ପଦକ୍ଷେପ ଗ୍ରହଣ କରିବାପାଇଁ  ବଲାଙ୍ଗୀର ଜିଲ୍ଲାପାଳ ଅରିନ୍ଦମ ଡାକୁଆ ଓ ବିଭାଗୀୟ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ ଙ୍କୁ  ଅଞ୍ଚଳ ବାସୀ ଦାବୀ କରିଛନ୍ତି ।

0
0
0
s2sdefault