ହେଡଲାଇନସ୍:

ଅତ୍ୟାଚାର କରିଥିଲୁ, ମହାପ୍ରଭୁଙ୍କ ନିକଟରେ କ୍ଷମା ମାଗିବାକୁ ଆସିଛୁ 

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ସରିଲା ବିଶ୍ୱ ପ୍ରସିଦ୍ଧ ଧନୁଯାତ୍ରା, ଏବେ କ୍ଷମା ଯାଚନା ପର୍ବ 

ମହୋଦଧିରେ କଂସ,  ପୁଣ୍ୟ ପୀଠ ନୃସିଂହନାଥ ରେ ବୁଡ଼ ପକାଇଲେ ଅସୁର ଗଣ

ବରଗଡ :- ଗତ କାଲି ପୌଷ ପୂର୍ଣ୍ଣିମା ରେ ସରିଲା ବରଗଡ ବିଶ୍ୱ ପ୍ରସିଦ୍ଧ ଧନୁଯାତ୍ରା । ବିଗତ 10 ଦିନ ଧରି ବରଗଡ଼ ପାଲଟି ଯାଇଥିଲା ମଥୁରା ନଗରୀରେ ଓ ଏହାର ଶାସନ ଭାର ତୁଲାଉଥିଲେ ନିଜେ ତ୍ରିପୁର ବିଜୟୀ ପ୍ରବଳ ପ୍ରତାପୀ ମହାରାଜ କଂସ । କଂସ ଙ୍କର ସହିତ ତାଙ୍କର ମନ୍ତ୍ରୀ, ସେନାପତି ଙ୍କର ଅତ୍ୟାଚାରରେ ଥରି ଉଠୁଥିଲା ମଥୁରା ନଗରୀ । ଗତକାଲି ମହାପ୍ରଭୁ ଶ୍ରୀକୃଷ୍ଣ ଙ୍କର ହାତରେ କଂସର ବିନାଶ ହେଇଥିଲା । କଂସ ଭୂମିକାରେ ଅଭିନୟ କରୁଥିବା ମହାନ କଳାକାର ଶ୍ରୀ ଭୁବନେଶ୍ୱର ପ୍ରଧାନ ଅଭିନୟ ସାରି ପ୍ରାୟଶ୍ଚିତ କରିବା ପାଇଁ ପୁରୀ ଯାଇ ମହୋଦଧି ରେ ସ୍ନାନ କରି ମହାପ୍ରଭୁ ଜଗନ୍ନାଥଙ୍କ ଦର୍ଶନ କରିବା ସହିତ ଜଗତଗୁରୁ ଶଙ୍କରାଚାର୍ଯ୍ୟଙ୍କର ଆଶୀର୍ବାଦ ନେଇଥିବା ବେଳେ ତାଙ୍କର ମନ୍ତ୍ରୀ ଓ ସେନାପତି ଗଣ ଶ୍ରୀ ଶ୍ରୀ ନୃସିଂହନାଥ ମନ୍ଦିରକୁ ଆସି ପବିତ୍ର ଝରଣାରେ ବୁଡ଼ ପକାଇବା ସହିତ ମହାପ୍ରଭୁ ନୃସିଂହନାଥ ଙ୍କର ଦର୍ଶନ କରିଥିଲେ ।

ଆଜି ନୃସିଂହନାଥ ରେ ବୁଡ଼ ପକାଇଥିବା ଅଶୁର କଳାକାର ମାନେ ହେଲେ ନନ୍ଦିଘୋଷ ମହାପାତ୍ର (ମହାମନ୍ତ୍ରୀ) , ବୃନ୍ଦାବନ ପ୍ରଧାନ (ପ୍ରଧାନ ସେନାପତି), ଗୁଲାବ ଦାସ (ସେନାପତି), ଗଜପତି ରନା (ସକଟାସୁର), ରୋହିତ ଭୋଇ (ଛାୟା କଂସ), ଗଙ୍ଗାଧର ଭୋଇ (ମହାରାଜ ଇନ୍ଦ୍ର),ମୁନେଶ ଆଚାର୍ଯ୍ୟ( ମୁଷ୍ଟିକ) , ଭଗବାନ ପାଣ୍ଡେ (ଶଙ୍କ ଚୁଳ),ଲୋକନାଥ ସାହୁ(ସେନାପତି) । ଧନୁଯାତ୍ରା ର 10 ଦିନ ଧରି ମହାପ୍ରଭୁ ଓ ପ୍ରଜା ମାନଙ୍କୁ ଦେଇଥିବା ଅତ୍ୟାଚାର କରିଥିବାରୁ ଏହି ପୁଣ୍ୟ ପିଠ ରେ ବୁଡ଼ ପକାଇବା ସହିତ ମହାପ୍ରଭୁଙ୍କ ନିକଟରେ କ୍ଷମା ପ୍ରାର୍ଥନ କରିଥିବା ଅଶୁର କଳାକାର ମାନେ ପ୍ରକାଶ କରିଛନ୍ତି ।

 

0
0
0
s2sdefault