ହେଡଲାଇନସ୍:

ଆସନ୍ତା କାଲିଠାରୁ ୨୬ତମ ସର୍ବଭାରତୀୟ ବୋଡାସମ୍ବର କ୍ରିକେଟ କପ

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ପଦ୍ମପୁର /ଶାସକ ପ୍ରଶାସକ :  ଆସନ୍ତା କାଳି ରବିବାର ଦିନଠାରୁ ଆରମ୍ଭ ହେବାକୁ ଥିବା ୨୬ତମ ସର୍ବଭାରତୀୟ ବୋଡାସମ୍ବର କ୍ରିକେଟ କପ ପାଇଁ ସମସ୍ତ ପ୍ରସ୍ତୁତି ଚୁଡାନ୍ତ ପର୍ଯ୍ୟାୟରେ ପହଂଚି ସାରିଛି  । ଚଳିତ ବର୍ଷ ଏହି ସମ୍ମାନଜନକ କ୍ରିକେଟ ଟୁର୍ଣ୍ଣାମେଂଟରେ ରାଜ୍ୟ ଓ ରାଜ୍ୟ ବାହାରୁ ସମୁଦାୟ ଆଠ ଗୋଟି ବଛା ବଛା ଦଳ ଭାଗ ନେଉଛନ୍ତି  । ଟୁର୍ଣ୍ଣାମେଂଟରେ ବିଜେତା ଦଳକୁ ୬୦ ହଜାର ଟଙ୍କା, ଉପବିଜେତା ଦଳକୁ ୪୦ ହଜାର ଟଙ୍କା ନଗଦ ପୁରସ୍କାର ସହ ଆହୁରି ଅନେକ ପୁରସ୍କାର ପାଇଁ ବ୍ୟବସ୍ଥା କରାଯାଇଛି  । ଏହି ଟୁର୍ଣ୍ଣାମେଂଟ ପାଇଁ ସ୍ଥାନୀୟ ରାଜବୋଡାସମ୍ବର ହାଇସ୍କୁଲ ପଡିଆକୁ ସୁନ୍ଦର ପାଭିଲିଆନ ଓ ତୋରଣରେ ସଜ୍ଜିତ କରାଯାଇ ସରିଥିବା ବେଳେ ଫାଇନାଲ ମ୍ୟାଚ ଆସନ୍ତା ୧୯ ତାରିଖ ଦିନ ଅନୁଷ୍ଠିତ ହେବ  । ଏ ସବୁ ବିଷୟରେ ଆୟୋଜକ ବୋଡାସମ୍ବର ସ୍ପୋର୍ଟିଂର ସଦସ୍ୟମାନେ ଆଜି ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନି ଜରିଆରେ ବିସ୍ତୃତ ଭାବରେ ସୁଚନା ଦେଇଥିଲେ  ।

 

0
0
0
s2sdefault