ହେଡଲାଇନସ୍:

ମର୍ମନ୍ତୁଦ ଦୁର୍ଘଟଣା : ଗୋଟିଏ ପରିବାରର ୩ଜଣଙ୍କ ସମେତ ୪ଜଣଂକ ମୃତ୍ୟୁ 

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ଓଡ଼ଗାଁ, ( ଶ୍ରୀକାନ୍ତ ମିଶ୍ର) : ଗତକାଲି ବିଳମ୍ବିତ ରାତିରେ ନୟାଗଡ ଜିଲ୍ଲା କରଡ଼ା  ଶାସନ ନିକଟରେ ଗୋଟିଏ କାର ଗଛରେ ପିଟି ହୋଇ  ଘଟିଥିବା ଦୁର୍ଘଟଣାରେ ଗୋଟିଏ ପରିବାରର ୩ଜଣଙ୍କ ସମେତ ୪ଜଣଙ୍କ ଦେହାନ୍ତ ହୋଇଯାଇଛି |  ମୃତକ ମାନେ ଗୋଟିଏ ପରିବାରର ୩ଜଣ ସଦସ୍ୟ ଏବଂ ଡ୍ରାଇଭର ବୋଲି ଜଣାପଡ଼ିଛି।

 ମିଳିଥିବା ସୂଚନାନୁସାରେ, ନନ୍ଦିଘର ନେଳିଆ ସାହିର ଚାଉଳ ମିଲ ମାଲିକ ଚିରଞ୍ଜିବୀ ସାହୁ (୪୦) କୌଣସି କାମରେ ଗତକାଲି ଭୁବନେଶ୍ୱର ଯାଇଥିବା ବେଳେ ବିଳମ୍ବିତ ରାତିରେ ଫେରୁଥିଲେ । ଫେରିବା ସମୟରେ ସରଣକୂଳ ଥାନା କରଡ଼ା ଶାସନ ଠାରେ ବୋଧ ହୁଏ ଡ୍ରାଇଭରଙ୍କ ଆଖି ଲାଗିଜିବା ହେତୁ ଗାଡିଟି ଯାଇ ରାସ୍ତା ପାର୍ଶ୍ୱ ଗଛରେ ଭାରି ଜୋରରେ ପିଟି ହୋଇଯାଇଥିଲା | ଦୁର୍ଘଟଣା ଗ୍ରସ୍ତଙ୍କ ଚିତ୍କାର ଶୁଣି ସ୍ଥାନୀୟ ଲୋକେ ଧାଇଁ ଆସି ସେମାନଙ୍କୁ ଉଦ୍ଧାର କରିବା ସହ ସେମାନଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରିଥିଲେ |, ସେଥିରେ ଚିରଞ୍ଜୀବ,  ତାଙ୍କ ପତ୍ନୀ ମଧୁସ୍ମିତା ସାହୁ ( ୩୫), ପୁଅ ଆଦିତ୍ୟ କୁମାର ସାହୁ (୧୧), ଙ୍କ ସହ ଡ୍ରାଇଭର ସନ୍ତୋଷ ନାୟକଙ୍କ ମୃତ୍ୟୁ ଘଟିଛି । ସୌଭାଗ୍ୟବଶତଃ  ଫେରିବା ସମୟରେ ଝିଅକୁ ନୟାଗଡ଼ରେ ଛାଡି ଆସିଥିବାରୁ ସେ ବଞ୍ଚି ଯାଇଥିଲା । ପୁଲିସ ଶବ ଜବତ କରି ବ୍ୟବଚ୍ଛେଦ ପାଇଁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ରଖିଛି । ଘଟଣାର ସମ୍ପର୍କରେ ତଦନ୍ତ ଚାଲିଥିବା ବେଳେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଛି । ଏ ଖବର ପାଇଁ ନନ୍ଦିଘୋର ଓ ଆଖପାଖ ଅଂଚଳରେ ଶୋକର ଛାୟା ଖେଳି ଯାଇଛି |

0
0
0
s2sdefault