ହେଡଲାଇନସ୍:

ଲୋକଙ୍କ ପାଇଁ ହେଲା କଲ୍ୟାଣ ମଣ୍ଡପ , ହେଉଛି ମଦୁଆଙ୍କ କଲ୍ୟାଣ

User Rating: 3 / 5

Star ActiveStar ActiveStar ActiveStar InactiveStar Inactive
 

 ବୀରମହାରାଜପୁର - (ଉପଖଣ୍ଡ ପ୍ରତିନିଧି ବିନୋଦ ପାଣ୍ଡେ ) ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର   ସ୍ଥିତ ସରକାରୀ କଲ୍ୟାଣ ମଣ୍ଡପ ପରିସରଟି ଏବେ ମଦୁଆଙ୍କ ଆଡ୍ଡା ପାଲଟିଛି ।  ଏହି କଲ୍ୟାଣ ମଣ୍ଡପ ଟି ୩୦ ଲକ୍ଷ ଟଙ୍କା ବ୍ୟୟରେ ନିର୍ମିତ ହୋଇଥିଲା । ହେଲେ ଗତ ତିନି ବର୍ଷ ହେବ ଉଦ୍ଘାଟିତ ହୋଇଥିଲେ ମଧ୍ଯ ଆଜି ପର୍ଯ୍ୟନ୍ତ ମୁଖ୍ୟ ଫାଟକଟି ଲାଗିପାରୁନାହିଁ । ଯାହା ଫଳରେ କଲ୍ୟାଣ ମଣ୍ଡପ ପରିସରକୁ ଅବାଧରେ ଗାଇ ଗୋରୁ,  ବୁଲା କୁକୁର ଓ ବିଭିନ୍ନ ସମୟରେ ଅସାମାଜିକ ଲୋକମାନେ ମଇଳା ଆବର୍ଜନା ତଥା ପରିଶ୍ରା କରୁଥିବାରୁ ଅପରିଷ୍କାର ପରିବେଶ ସୃଷ୍ଟି ହେଉଛି । ଏଠାରେ ମୁଖ୍ୟ ଦ୍ୱାର ର ଗେଟ୍ ନଲାଗିଥିବାରୁ ସଂଧ୍ୟା ହେଲେ ଏହି ସ୍ଥାନକୁ ମଦୁଆଙ୍କ ଆସରା ଜମି ଥାଏ । ଫଳରେ ଏହି ରାସ୍ତାଦେଇ ଆସୁଥିବା ଜନସାଧାରଣ ଲୋକଙ୍କ ଉପରେ ପ୍ରଭା ପଡୁଥିବା ଅଭିଯୋଗ ହୁଏ । ସେହିଭଳି ଏଠାରେ ଏକ ବାରର୍ୱେଲ ଥାଇ ସୁଦ୍ଧା  ଏଯାଏ ପାନୀୟ ଜଳଯୋଗାଣ ବ୍ୟବସ୍ଥା ମଧ୍ୟ ସମ୍ଭବପର ହୋଇ ପାରିନାହିଁ । ଏହାକୁ ଜଗାରଖା ଓ ଫୁଲଗଛ ଆଦି ଲଗେଇ ସୌନ୍ଦର୍ଯ୍ୟ କରଣ ବ୍ୟବସ୍ଥା ଅଭାବ ଥିବା ଦେଖିବାକୁ ମିଳେ । ବୀରମହାରାଜପୁର ସଦର ତଥା ଆଖପାଖ ଅଞ୍ଚଳବାସୀଙ୍କ ପାଇଁ ବିବାହ, ବ୍ରତ ତଥା ବିଭିନ୍ନ ମାଙ୍ଗଳିକ କାର୍ଯ୍ୟ ସମ୍ପାଦନ ସଭା ସମାବେଶ ସକାଶେ ବର୍ତ୍ତମାନ ଏହା ଏକ ପ୍ରକୃଷ୍ଠ ସ୍ଥାନ ହୋଇଅଛି । ବର୍ତ୍ତମାନ ଏହି ପରିସର ସଫାସୁତୁରା , ପାଣି ର ବ୍ୟବସ୍ଥା ନଥିବାରୁ  ଏଠାକୁ କୌଣସି ଲୋକ  କୌଣସି କାଯ୍ୟକ୍ରମ ପାଇଁ ଆସୁନାହାନ୍ତି ଫଳରେ ସରକାରଙ୍କ ରାଜସ୍ବ ହାନୀ ହେଉଛି । ଏହି ପରିସରକୁ ସଫାସୁତୁରା, ପୁଷ୍ପ ଆଜି ଚାରାରୋପଣ ପୂର୍ବକ ସୌନ୍ଦର୍ଯ୍ୟ କରଣ,  ଆଲୋକ ବ୍ୟବସ୍ଥା କରାଯିବ ର ଜରୁରୀ ଆବଶ୍ୟକତା ରହିଛି । ତେଣୁ ଏହାର ସୁପରିଚାଳନା ଓ ଏସବୁ ଅବ୍ୟବସ୍ଥା ସୁଧାର ଦିଗରେ ସ୍ଥାନୀୟ ବ୍ଲକ୍ ତଥା ଉପଖଣ୍ଡ ପ୍ରାଶାସନ ବିହିତ ଦୃଷ୍ଟି ଦେଇ ଉଚିତ୍ ପଦକ୍ଷେପ ନେବାକୁ ସ୍ଥାନୀୟ ଜନସାଧାରଣରେ ମତ ପ୍ରକାଶ ପାଇଛି ।

0
0
0
s2sdefault