ହେଡଲାଇନସ୍:

ବିଜେପି ଯୁବମୋର୍ଚ୍ଚା ରାଷ୍ଟ୍ରୀୟ ଉପସଭାପତି ଠାକୁର ରଂଜିତ ଦାସଙ୍କୁ ଗୁରୁତ୍ୱପୂର୍ଣ  ଦାୟୀତ୍ୱ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

 ସିଏଏ ସଚେତନତା ସଂର୍ପକିତ ଆଉଟରିଚ କାର୍ଯ୍ୟକ୍ରମ  ରାଷ୍ଟ୍ରୀୟ ମୁଖ୍ୟ ସଂଯୋଜକ ଭାବେ ଭାବେ ନିଯୁକ୍ତ 

ଯୁବମୋର୍ଚ୍ଚା ପକ୍ଷରୁ ନାଗରିକତା ସଂଶୋଧନ ଆଇନ ନେଇ ଦେଶବ୍ୟାପୀ କରାଯିବ ବ୍ୟାପକ ଜନଜାଗରଣ କାର୍ଯ୍ୟକ୍ରମ 

ଭୁବନେଶ୍ୱର(ଶାସକ ପ୍ରଶାସକ): ନାଗରିକତା ସଂଶୋଧନ ଆଇନ ଦ୍ୱାରା କୌଣସି ଭାରତୀୟଙ୍କର ଅଧିକାର କ୍ଷୁଣ୍ଣ ହେବନି । ବରଂ ଭାରତର ଡୋଶୀ ଦେଶ ପାକିସ୍ତାନ, ଆଫଗାନିସ୍ତାନ ଏବଂ ବାଂଲାଦେଶରୁ ଧାର୍ମିକ ରୂେ ନିର୍ଯ୍ୟାତନାର ଶିକାର ହୋଇ ଭାରତକୁ ଆସିଥିବା ସଂଖ୍ୟାଲଘୁ ବର୍ଗର ଶରଣାର୍ଥୀ ମାନଙ୍କୁ ନାଗରିକତା ପ୍ରଦାନ  କରାଯିବାର ବ୍ୟବସ୍ଥା ଏହି ଆଇନରେ ରହିଛି । ବିରୋଧୀ କଂଗ୍ରେସ ସମେତ କିଛି ଆଂଚଳିକ ଦଳ ଏହି ଆଇନ ବିରୁଦ୍ଧରେ କୁପ୍ରଚାର କରି ଦେଶର ଜନତାଙ୍କୁ ବିଭ୍ରାନ୍ତ କରୁଛନ୍ତି ।  ନାଗରିକତା ସଂଶୋଧନ ଆଇନକୁ ନେଇ ଦେଶର ଜନତାଙ୍କୁ ସଚେତନ କରାଇବା ପାଇଁ ବିଜେପି ଯୁବମୋର୍ଚ୍ଚା ପକ୍ଷରି ବିଭିନ୍ନ ପଦକ୍ଷେ ଗ୍ରହଣ କରାଯାଇଛି । 

ନାଗରିକତା ସଂଶୋଧନ ଆଇନ ସମ୍ବନ୍ଧରେ ସଚେତନତା ବାର୍ତା ପହଂଚାଇବା ପାଇଁ ଯୁବମୋର୍ଚ୍ଚା ପକ୍ଷରୁ ଅନଲାଇନ ମାଧ୍ୟମରେ ସଚେତନ କରାଯାଉଛି । ଏହା ସହ ସିଏଏ ସପକ୍ଷରେ ଭିଡିଓ ମାଧ୍ୟମରେ ସୋସିଆଲ ମିଡିଆରେ ପ୍ରଚାର କରାଯାଉଛି । ଟୁଇଟରରେ ମାଧ୍ୟମରେ ଟୁଇଟ କରି ଲୋକଙ୍କୁ ସଚେତନ କରାହେଉଛି । ଆଗାମୀ ୧୩ ତାରିଖ ଦିନ ଦେଶର ବିଭିନ୍ନ ସ୍ଥାନରେ ସିଏଏ ସମର୍ଥନରେ ମାନବଶୃଙ୍ଖଳ ଜରିଆରେ  ଲୋକଙ୍କୁ ସଚେତନ କରାଯିବ । 

ଆଉଟରିଚ୍ ପୋଗ୍ରାମ ଦ୍ୱାରା ଜାନୁଆରୀ ୧୦ରୁ ଦେଶ ସମେତ ରାଜ୍ୟର ବିଭିନ୍ନ୍ ସ୍କୁଲ ଏବଂ କଲେଜ ମାନଙ୍କରେ ସେମିନାର ମାଧ୍ୟମରେ ସିଏଏ ସଂର୍ପକିତ ସୂଚନା ଦିଆଯିବାର କାର୍ଯ୍ୟକ୍ରମ ରହିଛି । ଏହା ସହ ଯୁବମୋର୍ଚ୍ଚାର କାର୍ଯ୍ୟକର୍ତାମାନେ ମେଟ୍ରୋ ଷ୍ଟେସନ, ବସଷ୍ଟାଣ୍ଡ, କଲେଜ କ୍ୟାମ୍ପସ, ସରକାରୀ ଅଫିସ, ଶିଳ୍ପାଚଂଳ ମାନଙ୍କରେ ସିଏଏ ସଂର୍ପକିତ ସୂଚନା ଲିଫଲେଟ ଓ ପାଂପଲେଟ ମାଧ୍ୟମରେ ବଂଟନ କରିବେ । ସେହପରି ଉଇଇ ଝବଷସ ଷବସଷ୍ଟିକରକୁ ଘରମାନଙ୍କର କବାଟରେ ଲଗାଯାଇ ଲୋକଙ୍କୁ ସଚେତନ କରାଯିବାର କାର୍ଯ୍ୟକ୍ରମ ରହିଛି । 

ବିଜେପି ରାଷ୍ଟ୍ରୀୟ ଯୁବମୋର୍ଚ୍ଚାର ଅଧ୍ୟକ୍ଷା ଓ ସାଂସଦ ଶ୍ରୀମତୀ ପୁନମ ମହାଜନ ସିଏଏ ସଚେତନତା ସଂର୍ପକିତ ଆଉଟରିଚ କାର୍ଯ୍ୟକ୍ରମର ରାଷ୍ଟ୍ରୀୟ ମୁଖ୍ୟ ସଂଯୋଜକ ଭାବେ ଯୁବମୋର୍ଚ୍ଚା ରାଷ୍ଟ୍ରୀୟ ଉପସଭାପତି ଶ୍ରୀ ଠାକୁର ରଂଜିତ ଦାସଙ୍କୁ ଦାୟୀତ୍ୱ ଦେଇଛନ୍ତି । ନାଗରିକତା ସଂଶୋଧନ ଆଇନ କେବଳ ନାଗରିକତା ଦେବା ପାଇଁ ଉଦ୍ଧିଷ୍ଟ । ସମଗ୍ର ଦେଶରେ ବିରୋଧୀ କରୁଥିବା କୁପ୍ରଚାରରୁ ଦୂରରେ ରହିବାକୁ ଶ୍ରୀ ଦାସ ଜନସାଧାରଣଙ୍କୁ ଆହ୍ୱାନ କରିଛନ୍ତି ।

0
0
0
s2sdefault