ହେଡଲାଇନସ୍:

ବ୍ରହ୍ମପୁରଠାରେ ବିଶାଳ ଜନ ସମାବେଶ :  ନାଗରିକତା ସଂଶୋଧନ ଆଇନ ଉପରେ କହିଲେ କେନ୍ଦ୍ର ମନ୍ତ୍ରୀ ବାବୁଲ ସୁପ୍ରିୟୋ 

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ଶରଣାର୍ଥୀଙ୍କୁ ନାଗରିକତା ଦେବା ପାଇଁ ମୋଦି ସରକାରଙ୍କ ନିଷ୍ପତି ଐତିହାସିକ : ବାବୁଲ ସୁପ୍ରିୟୋ

ପଡୋଶୀ ଦେଶର ସଂଖ୍ୟାଲଘୁ ମାନଙ୍କୁ ନାଗରିକତା ଦେବା ପାଇଁ ଗାନ୍ଧିଜୀ କହିଥିଲେ : ବୈଜୟନ୍ତ ପଣ୍ଡା

 ସିଏଏ ଦ୍ୱାରା କୌଣସି ଭାରତୀୟଙ୍କର ଅଧିକାର କ୍ଷୁଣ୍ଣ ହେବନି

 ଭାରତ ବିଭାଜନ ପରେ ସଂଖ୍ୟାଲଘୁଙ୍କ ସୁରକ୍ଷା ପାଇଁ ‘ନେହରୁ- ଲିଆକତ’ ଚୁକ୍ତି ହୋଇଥିଲା

 ସାଧାରଣ ନିର୍ବାଚନ ହାରିବା ପରେ  ବିରୋଧୀ କଂଗ୍ରେସ ଅସହିଷ୍ଣୁ ହୋଇପଡିଛି

ବ୍ରହ୍ମପୁର/ଭୁବନେଶ୍ୱର : ନାଗରିକତା ସଂଶୋଧନ ଆଇନ ଦ୍ୱାରା କୌଣସି ଭାରତୀୟଙ୍କର ଅଧିକାର କ୍ଷୁଣ୍ଣ ହେବନି । କିନ୍ତୁ ବିରୋଧୀ କଂଗ୍ରେସ, ତୃଣମୂଳ କଂଗ୍ରେସ ସମେତକିଛି ଆଂଚଳିକ ଦଳ ଏହି ଆଇନ ବିରୁଦ୍ଧରେ କୁପ୍ରଚାର କରି ଦେଶର ଜନତାଙ୍କୁ ବିଭ୍ରାନ୍ତ କରୁଛନ୍ତି । ଭାରତର ପଡୋଶୀ ଦେଶ ପାକିସ୍ତାନ, ଆଫଗାନିସ୍ତାନ ଏବଂ ବାଂଲାଦେଶରୁ ଧାର୍ମିକ ନିର୍ଯ୍ୟାତନାର ଶିକାର ହୋଇ ଭାରତକୁ ଆସିଥିବା ସଂଖ୍ୟାଲଘୁବର୍ଗର ଶରଣାର୍ଥୀମାନଙ୍କୁ ନାଗରିକତା ପ୍ରଦାନ କରାଯିବାର ବ୍ୟବସ୍ଥା ଏହି ଆଇନରେ ରହିଛି ବୋଲି କେନ୍ଦ୍ର ପରିବେଶ, ଜଙ୍ଗଲ ଏବଂ ଜଳବାୟୁ ପରିବର୍ତନ ମନ୍ତ୍ରୀ ଶ୍ରୀ ବାବୁଲ ସୁପ୍ରିୟୋ ବ୍ରହ୍ମପୁରଠାରେ ଆୟୋଜିତ ଏକ ବିଶାାଳ ଜନସାମବେଶରେ ସମ୍ଭୋଧିତ କରିଛନ୍ତି । 

ଶ୍ରୀ ସୁପ୍ରିୟୋ କହିଛନ୍ତି ଯେ, ନାଗରିକତା ସଂଶୋଧନ ଆଇନ ସମ୍ବନ୍ଧରେ କଂଗ୍ରେସ ନେତା ରାହୁଲ ଗାନ୍ଧୀ କେବଳ ମିଥ୍ୟା ପ୍ରଚାର କରିଚାଲିଛନ୍ତି । ଭାରତର ସଂସ୍କୃତି ହେଉଛି ‘ଅତିଥୀ ଦେବୋ ଭବଃ’ । ସେହି ଆଧାର ଅନୁସାରେ ଧାର୍ମିକ ନିର୍ଯ୍ୟାତନାର ଶିକାର ହୋଇ ଭାରତ ଆସିଥିବା ନାଗରିକଙ୍କୁ ମୋଦି ସରକାର ନାଗରିକତା ଦେବା ପାଇଁ ଏହି ଆଇନ ଆଣିଛନ୍ତି । ଭାରତ ବିଭାଜନ ପରେ ଭାରତ ଓ ପାକିସ୍ତାନର ପ୍ରଧାନମନ୍ତ୍ରୀଙ୍କ ମଧ୍ୟରେ ପରସ୍ପରଙ୍କ ଦେଶରେ ଥିବା ସଂଖ୍ୟାଲଘୁଙ୍କ ସୁରକ୍ଷା ପାଇଁ ‘ନେହରୁ- ଲିଆକତ’ ଚୁକ୍ତି ହୋଇଥିଲା । ଏହି ଚୁକ୍ତି ଅନୁସାରେ ଉଭୟ ଦେଶ ନିଜ ନିଜ ଦେଶରେ ରହୁଥିବା ସଂଖ୍ୟାଲଘୁମାନଙ୍କ ବିଷୟରେ ଚିନ୍ତା କରିବେ ବୋଲି କୁହାଯାଇଥିଲା । କିନ୍ତୁ ପାକିସ୍ତାନ ତାହା ନକରି ସେଠାରେ ଥିବା ହିନ୍ଦୁ ସଂପ୍ରଦାୟର ଲୋକଙ୍କୁ ଧର୍ମଉତ୍ପୀଡ଼ନ  କରି ନିର୍ଯ୍ୟାତନା ଦେବା ଆରମ୍ଭ କରିଥିଲା । 

କଂଗ୍ରେସ ସରକାର ସମୟରେ ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂହ ସଂସଦରେ କହିଥିଲେ ଯେ, “ବାଂଲାଦେଶରେ ରହୁଥିବା ଅଳ୍ପ ସଂଖ୍ୟକ ଉତ୍ପୀଡ଼ନର ଶିକାର ହେଉଛନ୍ତି । ଯଦି ସ୍ଥିତି ଏମିତି ଉପୁଜୁଛି ତାହେଲେ ସରକାର ସେମାନଙ୍କୁ ନାଗରିକତ୍ୱ ଦେବା ବାବଦରେ ଚିନ୍ତା କରିବା ଦରକାର ।” ସେହିପରି ପୂର୍ବତନ ପ୍ରଧାନମନ୍ତ୍ରୀ ଇନ୍ଦିରାଗାନ୍ଧୀ ୟୁଗାଣ୍ଡାରେ ନିର୍ଯ୍ୟାତିତ ହୋଇ ଭାରତ ଆସିଥିବା ହିନ୍ଦୁ ଗୁଜରାଟୀ ମାନଙ୍କୁ ନାଗରିକତା ପ୍ରଦାନ କରିଥିଲେ । ପୂର୍ବତନ ପ୍ରଧାନମନ୍ତ୍ରୀ ରାଜୀବଗାନ୍ଧୀ ଶ୍ରୀଲଙ୍କାରୁ ଭାରତ ଆସିଥିବା ତାମିଲ ଶରଣାର୍ଥୀମାନଙ୍କୁ ନାଗରିକତା ଦେଇଥିଲେ । ଏବେ ମୋଦୀ ସରକାର ଶରଣାର୍ଥୀଙ୍କୁ ନାଗରିକତା ଦେବା ପାଇଁ ଏକ ଐତିହାସିକ ନିଷ୍ପତି ନେଇଛନ୍ତି ବୋଲି ଶ୍ରୀ ସୁପ୍ରିୟୋ କହିଛନ୍ତି । ୨୦୧୯ ସାଧାରଣ ନିର୍ବାଚନ ହାରିବା ପରେ  ବିରୋଧୀ କଂଗ୍ରେସ ଅସହିଷ୍ଣୁ ହୋଇପଡିଛି । ଏବେ କୌଣସି ପ୍ରସଙ୍ଗ ନଥିବା କାରଣରୁ ନାଗରିକତା ସଂଶୋଧନ ଆଇନର ମିଥ୍ୟା ପ୍ରଚାର କରି କଂଗ୍ରେସ ଦେଶର ଜନତାଙ୍କୁ ବିଭ୍ରାନ୍ତ କରି ହିଂସା ସୃଷ୍ଟି କରୁଛି । ବିରୋଧୀ ଦଳ ମାନଙ୍କ ପକ୍ଷରୁ ଏପରି ଗୁଜବ ସୃଷ୍ଟି କରାଯାଉଛି ଯେ, ମୁସଲମାନ ମାନଙ୍କଠାରୁ ନାଗରିକତା ଛଡାଇ ନିଆଯିବ । ତେବେ ବିରୋଧୀ ଦଳ ମାନେ ଯେଉଁ ଗୁଜବ ପ୍ରଚାର କରୁଛନ୍ତି,ସେଥିରେ କୌଣସି ସତ୍ୟତା ନାହିଁ ବୋଲି ଶ୍ରୀ ସୁପ୍ରିୟୋ କହିଛନ୍ତି । 

ଭାରତର ସମ୍ବିଧାନ ଅନୁସାରେ ସବୁ ଧର୍ମର ନାଗରିକଙ୍କୁ ସମାନ ଅଧିକାର ଦିଆଯାଇଛି । କିନ୍ତୁ ପାକିସ୍ତାନ, ଆଫଗାନିସ୍ତାନ ଏବଂ ବାଂଲାଦେଶରେ ଧର୍ମ ଅନୁଯାୟୀ ସମ୍ବିଧାନ ହୋଇଥାଏ । ଦେଶରେ ସଂଖ୍ୟାଲଘୁମାନଙ୍କୁ ସୁରକ୍ଷା ଦେବା ଏବଂ ପଡୋଶୀ ଦେଶର ସଂଖ୍ୟାଲଘୁମାନଙ୍କୁ ଭାରତରେ ଆଶ୍ରୟ ଦେବା ପାଇଁ ଭାରତ ବିଭାଜନ ପରେ ଗାନ୍ଧିଜୀ ଦେଶବାସୀଙ୍କୁ କହିଥିଲେ । ଏବେ ମୋଦିଜୀ ଏହି ଆଇନ ଆଣି ପଡୋଶୀ ଦେଶର ସଂଖ୍ୟାଲଘୁ ମାନଙ୍କୁ ନାଗରିକତା ଦେବା ପାଇଁ ପ୍ରଚେଷ୍ଟା କରିଛନ୍ତି ବୋଲି ରାଷ୍ଟ୍ରୀୟ ଉପସଭାପତି ବୈଜୟନ୍ତ ପଣ୍ଡା କହିଛନ୍ତି । 

ସାଧାରଣ ସଭା ପୂର୍ବରୁ  ସିଏଏ ସମର୍ଥନରେ ଏକ ବିଶାଳ ପଦଯାତ୍ରା ବ୍ରହ୍ମପୁର କମାପଲ୍ଲୀ ଛକରୁ ଆରମ୍ଭ ହୋଇ ଟାଟାବେଂଜ ଛକ, ସୁବାରାଓ ଛକ, ଖଲିକୋଟ କଲେଜ ଛକ, ପୂରୁଣା ବସଷ୍ଟାଣ୍ଡ, ଗିରିଜା ଛକ, ଗିରି ମାର୍କେଟ, ସିଟି ହାଇସ୍କୁଲ, ପୌର କାର୍ଯ୍ୟାଳୟ ସମ୍ମୁଖ ଦେଇ ସଭାସ୍ଥଳ ରାମଲିଙ୍ଗମ ଟ୍ୟାଙ୍କ ରୋଡ ଠାରେ ପହଂଚିଥିଲା । ଏହି ପଦଯାତ୍ରାରେ କେନ୍ଦ୍ରମନ୍ତ୍ରୀ ବାବୁଲ ସୁପ୍ରିୟୋ, ରାଷ୍ଟ୍ରୀୟ ଉପସଭାପତି ବୈଜୟନ୍ତ ପଣ୍ଡା, ରାଜ୍ୟ ସାଧାରଣ ସଂପାଦକ ଭୃଗୁ ବକ୍ସିପାତ୍ରଙ୍କ ସମେତ ବିଭିନ୍ନ ବର୍ଗର ବ୍ୟକ୍ତି ବିଶେଷ, ବୁଦ୍ଧିଜୀବୀ, ବିଭିନ୍ନ ଅନୁଷ୍ଠାନ  ସାମିଲ ହୋଇଥିଲେ । ଏହି ଅବସରରେ ଗଂଜାମ ଜିଲ୍ଲା ସଭାପତି ବିଭୂତି ଜେନା, ଘୁମୁସୁର ଜିଲ୍ଲା ସଭାପତି ଗୋକୁଳାନନ୍ଦ ମଲ୍ଲିକ, ଆସ୍କା ସାଂସଦ ପ୍ରାର୍ଥୀନୀ ଅନୀତା ଶୁଭଦର୍ଶିନୀ, ରାଜ୍ୟ ମୁଖପାତ୍ର ଦିଲ୍ଲୀପ ମହାନ୍ତିଙ୍କ ସମେତ ଜିଲ୍ଲାର ସମସ୍ତ ବିଧାନସଭାର ବିଜେପି ବିଧାୟକ ପ୍ରାର୍ଥୀ ଏବଂ ପ୍ରାର୍ଥୀନୀ ପ୍ରମୁଖ ଉପସ୍ଥିତ ଥିଲେ ।

0
0
0
s2sdefault