ହେଡଲାଇନସ୍:

ମନ୍ତ୍ରୀ ପ୍ରତାପ ଜେନାଙ୍କ କଳାହାଣ୍ଡି ଜିଲ୍ଲା ଗସ୍ତ : ଭୂମିହୀନଙ୍କୁ ବାଣ୍ଟିଲେ ଜମି ପଟ୍ଟା

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

 ଡାକ୍ତରଖାନା ବୁଲିବା ସହ  ଆଶ୍ରୟ ସ୍ଥଳୀର କଲେ  ଉଦ୍ଘାଟନ 

ଭୁବନେଶ୍ୱର,(ଶାସକ ପ୍ରଶାସକ):  ପଚାଂୟତିରାଜ , ପାନୀୟଜଳ,ଆଇନ,ଗୃହ ଓ ନଗର ଉନ୍ନୟନ ମନ୍ତ୍ରୀ ପ୍ରତାପ ଜେନା ଗୁରୁବାର କଳାହାଣ୍ଡି ଜିଲ୍ଳା ଗସ୍ତରେ ଯାଇ ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗ ଦେଇଛନ୍ତି । ମନ୍ତ୍ରୀ ଶ୍ରୀ ଜେନା ଏହି ଗସ୍ତ କାଳରେ ଏକାଧିକ ସାଂସ୍କୃତିକ କାର୍ଯ୍ୟକ୍ରମରେ ଯୋଗ ଦେବା ସହିତ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ପରିଦର୍ଶନ, ଆଶ୍ରୟସ୍ଥଳୀ ଉଦ୍ଘାଟନ, ଭୂମିହୀନଙ୍କୁ ଜମିପଟ୍ଟା ବଂଟନ କରିଥିଲେ । 

ପୂର୍ବାହ୍ନରେ ଗୋଲମୁଣ୍ଡା ବ୍ଲକ୍ ମାହାଲିଙ୍ଗ କଲେଜର ବାର୍ଷିକୋତ୍ସବରେ ମୁଖ୍ୟଅତିଥି ଭାବେ ଯୋଗଦାନ ପରେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ପରିଦର୍ଶନ କରି ସ୍ୱାସ୍ଥ୍ୟସେବା ସ୍ଥିତି ପରଖି ଥିଲେ । ଡାକ୍ତର ଏବଂ ରୋଗୀମାନଙ୍କ ସହ ଆଲୋଚନା କରିଥିଲେ । ପରେ ଭବାନୀପାଟଣା ପୌରପରିଷଦ ତରଫରୁ ପୁରୁଣାପଡା ଠାରେ ୪୦ ଲକ୍ଷ ଟଙ୍କା ବ୍ୟରେ ନିର୍ମିତ ଆଶ୍ରୟ ସ୍ଥଳୀକୁ ଉଦ୍ଘାଟନ କରିଥିଲେ । ଏହି ଆଶ୍ରୟ ସ୍ଥଳୀରେ ସାଧାରଣ ଲୋକମାନେ ନିଃଶୁଳ୍କ ଭାବେ ରାତ୍ରୀ ଯାପନ କରିପାରିବେ । ଏତଦ୍ବ୍ୟତିତ ବସ୍ ଷ୍ଟାଣ୍ଡ , ରେଳଷ୍ଟେସନ, ଡାକ୍ତରଖାନା ଆଦିରେ ଅପେକ୍ଷାରତ ଲୋକମାନେ ମଧ୍ୟ ଉକ୍ତ ଆଶ୍ରୟସ୍ଥଳୀରେ ରାତ୍ରୀ ଯାପନ କରିପାରିବେ ବୋଲି ମନ୍ତ୍ରୀ ଶ୍ରୀ ଜେନା ସୂଚନା ଦେଇଥିଲେ ।

 ମନ୍ତ୍ରୀ ଶ୍ରୀ ଜେନା ଏହି ଅବସରରେ ଭୂମିହୀନଙ୍କୁ ଜମି ପଟ୍ଟା ବଂଟନ କରିଥିଲେ । ଏହି ଅବସରରେ ଆୟୋଜିତ ଉତ୍ସବରେ ଅନ୍ୟମାନଙ୍କ ମଧ୍ୟରେ ଶକ୍ତି , ଶିଳ୍ପ , ଏମ୍.ଏସ୍.ଏମ୍.ଇ ଓ ଗୃହ ରାଷ୍ଟ୍ରମନ୍ତ୍ରୀ କ୍ୟାପ୍ଟେନ ଦିବ୍ୟ ଶଙ୍କର ମିଶ୍ର , ସଂସ୍କୃତି ଓ ପର୍ଯ୍ୟଟନ ମନ୍ତ୍ରୀ ଜ୍ୟୋତି ରଞ୍ଜନ ପାଣିଗ୍ରାହୀ , ବିରୋଧିଦଳ ନେତା ପ୍ରଦୀପ୍ତ କୁମାର ନାଏକ , ସାଂସଦ ବସ୍ତନ୍ତ ପଣ୍ଡାଙ୍କ ସମେତ ଅନ୍ୟାନ୍ୟ ବିଭାଗୀୟ ପଦାଧିକାରୀମାନେ ଯୋଗ ଦେଇଥିଲେ । 

ଏହା ପରେ ମନ୍ତ୍ରୀ ଶ୍ରୀ ଜେନା କେସିଙ୍ଗା ଗସ୍ତକରି ସେଠାରେ ଚାଲିଥିବା ବୃନ୍ଦାବନ ସାଂସ୍କୃତିକ ଅନୁଷ୍ଠାନ  ଦ୍ୱାରା ଆୟୋଜିତ ବୁଢାଡଙ୍ଗର ଉତ୍ସବରେ ଯୋଗ ଦେବା ସହିତ ଜୁନାଗଡ ଠାରେ ଆୟୋଜିତ ଶୀତ ମହୋତ୍ସବରେ ସାମିଲ ହେଇଥିଲେ ।

0
0
0
s2sdefault